ତାମିଲନାଡ଼ୁ ସରକାରଙ୍କୁ ହସ୍ତାନ୍ତର କରାଗଲା ଜୟଲଳିତାଙ୍କ ଜବତ ସମ୍ପତ୍ତି

ଚେନ୍ନାଇ: ବେଙ୍ଗାଲୁରୁ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ସମ୍ପତ୍ତି ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯାଇଛି । ଏକ ସୁନା ମୁକୁଟ ଏବଂ ସୁନା ଖଣ୍ଡା ସମେତ ୨୭ କି‌ଲୋ ୫୫୮ ଗ୍ରାମ୍‌ ସୁନା, ୧୧୧୬ କିଲୋ ରୁପା ଏବଂ ୧୫୨୬ ଏକର ଜମିର କାଗଜପତ୍ର ତାମିଲନାଡ଼ୁ ସରକାରଙ୍କୁ ହସ୍ତାନ୍ତର କରାଯାଇଛି। ପୂର୍ବରୁ ଏହି ଜବତ ସମ୍ପତ୍ତି ସବୁ କର୍ଣ୍ଣାଟକ ବିଧାନ ସୌଧ ଟ୍ରେଜରିରେ ଥି‌ଲା। ଉଲ୍ଲେଖଯୋଗ୍ୟ, ଜୟଲଳିତାଙ୍କ ଜବତ ସମ୍ପତ୍ତିକୁ ନେଇ ବର୍ଷ […]

ତାମିଲନାଡ଼ୁ ସରକାରଙ୍କୁ ହସ୍ତାନ୍ତର କରାଗଲା ଜୟଲଳିତାଙ୍କ ଜବତ ସମ୍ପତ୍ତି

ଚେନ୍ନାଇ: ବେଙ୍ଗାଲୁରୁ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ସମ୍ପତ୍ତି ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯାଇଛି । ଏକ ସୁନା ମୁକୁଟ ଏବଂ ସୁନା ଖଣ୍ଡା ସମେତ ୨୭ କି‌ଲୋ ୫୫୮ ଗ୍ରାମ୍‌ ସୁନା, ୧୧୧୬ କିଲୋ ରୁପା ଏବଂ ୧୫୨୬ ଏକର ଜମିର କାଗଜପତ୍ର ତାମିଲନାଡ଼ୁ ସରକାରଙ୍କୁ ହସ୍ତାନ୍ତର କରାଯାଇଛି। ପୂର୍ବରୁ ଏହି ଜବତ ସମ୍ପତ୍ତି ସବୁ କର୍ଣ୍ଣାଟକ ବିଧାନ ସୌଧ ଟ୍ରେଜରିରେ ଥି‌ଲା। ଉଲ୍ଲେଖଯୋଗ୍ୟ, ଜୟଲଳିତାଙ୍କ ଜବତ ସମ୍ପତ୍ତିକୁ ନେଇ ବର୍ଷ ବର୍ଷ ଧରି ନ୍ୟାୟିକ ବିବାଦ ଲାଗି ରହିଥିଲା। ଜୟଲଳିତାଙ୍କ ଝିଆରୀ ଏବଂ ପୁତୁରା ଜେ ଦୀପା ଏବଂ ଜେ ଦୀପକ ତାଙ୍କ ଉତ୍ତରାଧିକାରୀ ବୋଲି ଦାବି କରି ଏହସ ସମ୍ପତ୍ତି ନିଜ ଅକ୍ତିଆରକୁ ନେବାପାଇଁ ଚାହିଥିଲେ। କିନ୍ତୁ ଏହି ମାମଲାର ଶୁଣାଣି କରୁଥିବା ସ୍ବତନ୍ତ୍ର କୋର୍ଟ ସେମାନଙ୍କ ଦାବିକୁ ଖଣ୍ଡନ କରିଥିଲେ। କୋର୍ଟ କହିଛନ୍ତି, ଦୁର୍ନୀତି ମାମଲାରେ ଜବତ ହୋଇଥିବା ସମ୍ପତ୍ତି ତାମିଲନାଡ଼ୁ ସରକାରଙ୍କର।