ହାଇଟେକ୍ ଟ୍ରାଜେଡି, ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଘରକୁ ଅଣ୍ଡାମାଡ଼

ଭୁବନେଶ୍ୱର : ହାଇଟେକ ଟ୍ରାଜେଡିକୁ ନେଇ ତାତିଲେ ଯୁବ ଛାତ୍ର କଂଗ୍ରେସ I ଗତ ଡିସେମ୍ବର ୨୯ ତାରିଖରେ ଭୁବନେଶ୍ୱର ପାଣ୍ଡରାସ୍ଥିତ ହାଇଟେକ ହସ୍ପିଟାଲ ରେ ସିଲିଣ୍ଡର ବିସ୍ଫୋରଣ ଘଟି ଏଯାଏଁ ୩ ଜଣଙ୍କର ମୃତ୍ୟୁ ଘଟିଛି I ତେବେ ଏହି ମର୍ମସ୍ପର୍ଶୀ ଘଟଣାରେ ବର୍ତ୍ତମାନ ସୁଦ୍ଧା ୨ ମୃତକଙ୍କୁ ନେଇ ବିବାଦ ବଢ଼ିବାରେ ଲାଗିଛି I ଏହି ସମ୍ବେଦନଶୀଳ ଘଟଣାକୁ ନେଇ ଆଜି ଛାତ୍ର କଂଗ୍ରେସର କର୍ମୀମାନେ ଏକ ରାଲିରେ ଆସି ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ […]

ହାଇଟେକ୍ ଟ୍ରାଜେଡି, ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଘରକୁ ଅଣ୍ଡାମାଡ଼
ହାଇଟେକ୍ ଟ୍ରାଜେଡି, ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଘରକୁ ଅଣ୍ଡାମାଡ଼

ଭୁବନେଶ୍ୱର : ହାଇଟେକ ଟ୍ରାଜେଡିକୁ ନେଇ ତାତିଲେ ଯୁବ ଛାତ୍ର କଂଗ୍ରେସ I ଗତ ଡିସେମ୍ବର ୨୯ ତାରିଖରେ ଭୁବନେଶ୍ୱର ପାଣ୍ଡରାସ୍ଥିତ ହାଇଟେକ ହସ୍ପିଟାଲ ରେ ସିଲିଣ୍ଡର ବିସ୍ଫୋରଣ ଘଟି ଏଯାଏଁ ୩ ଜଣଙ୍କର ମୃତ୍ୟୁ ଘଟିଛି I ତେବେ ଏହି ମର୍ମସ୍ପର୍ଶୀ ଘଟଣାରେ ବର୍ତ୍ତମାନ ସୁଦ୍ଧା ୨ ମୃତକଙ୍କୁ ନେଇ ବିବାଦ ବଢ଼ିବାରେ ଲାଗିଛି I ଏହି ସମ୍ବେଦନଶୀଳ ଘଟଣାକୁ ନେଇ ଆଜି ଛାତ୍ର କଂଗ୍ରେସର କର୍ମୀମାନେ ଏକ ରାଲିରେ ଆସି ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନ ଉପରକୁ ଅଣ୍ଡା ମାଡ଼ କରିଛନ୍ତି। ଘଟଣାକୁ ୭ ରୁ ୮ ଦିନ ବିତିଥିଲେ ମଧ୍ୟ କାହିଁକି ସ୍ୱାସ୍ଥ୍ୟମନ୍ତ୍ରୀ ଏଯାଏଁ ଚୁପ ହୋଇ ବସିଛନ୍ତି I ଛାତ୍ର କଂଗ୍ରେସ କହିଛି ଏହା ରାଜ୍ୟର ଏକ ସମ୍ବେଦନଶୀଳ ଘଟଣା, ହସ୍ପିଟାଲର ଭୁଲ ତଥ୍ୟ ଏବଂ ଚିକିତ୍ସା ପାଇଁ ୩ଜଣଙ୍କ ସହ ଜଣେ ଗର୍ଭବତୀ ମହିଳାଙ୍କ ମଧ୍ୟ ଜୀବନ ଯାଇଛି । କିନ୍ତୁ ସରକାର ଏପର୍ଯ୍ୟନ୍ତ ଚୁପ୍ ବସିଛନ୍ତି । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ହସ୍ପିଟାଲ ମାଲିକ ମୁହଁ ଖୋଲିନାହାନ୍ତି I ହସ୍ପିଟାଲର ଲାଇସେନ୍ସ ବାତିଲ କରିବାକୁ ଦାବି କରାଯାଇଛି । ଯେତେବେଳେ ସମ ହସ୍ପିଟାଲ ଅଘଟଣ ଘଟିଥିଲା ହସ୍ପିଟାଲ ମାଲିକ ଗିରଫ ହୋଇଥିଲେ । ହାଇଟେକ ମାଲିକ କାହିଁକି ଗିରଫ ହେଉନାହାଁନ୍ତି ବୋଲି ପ୍ରଶ୍ନ କରଛନ୍ତି । ଦୁର୍ଘଟଣାରେ ପ୍ରତି ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତି ପୂରଣ ଦିଆଯାଉ ଏହାସହ ତୁରନ୍ତ ହସ୍ପିଟାଲ ମାଲିକ ତିରୁପତି ପାଣିଗ୍ରାହୀଙ୍କୁ ଗିରଫ କରାଯାଉ ବୋଲି ଦାବି କରିଛନ୍ତି I