୧୬ ବର୍ଷ ଧରି ଟାଇପ୍
ରେକର୍ଡ ଆଶାରେ ସମସ୍ତେ ବିଭିନ୍ନ କାର୍ଯ୍ୟ କରିଥାଆନ୍ତି । ଅନେକ ସମୟରେ ବିଭିନ୍ନ ଅଜବ ରେକର୍ଡ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ବର୍ତ୍ତମାନ ସେହିଭଳି ଏକ ରେକର୍ଡ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅଷ୍ଟ୍ରେଲିଆର ଲେସ୍ ଷ୍ଟେୱାର୍ଟ ସେହିଭଳି ଏକ ଅଜବ ରେକର୍ଡ ନିଜ ନାଁରେ ସାମିଲ କରିଛନ୍ତି । ସେ ଏକରୁ ମିଲିଅନ୍ ପର୍ଯ୍ୟନ୍ତ ସଂଖ୍ୟାକୁ ଶବ୍ଦରେ ଟାଇପ୍ କରି ରେକର୍ଡ କରିଛନ୍ତି । ଏହି କାର୍ଯ୍ୟ କରିବାକୁ ତାଙ୍କୁ ପାଖାପାଖି […]

ରେକର୍ଡ ଆଶାରେ ସମସ୍ତେ ବିଭିନ୍ନ କାର୍ଯ୍ୟ କରିଥାଆନ୍ତି । ଅନେକ ସମୟରେ ବିଭିନ୍ନ ଅଜବ ରେକର୍ଡ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ବର୍ତ୍ତମାନ ସେହିଭଳି ଏକ ରେକର୍ଡ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅଷ୍ଟ୍ରେଲିଆର ଲେସ୍ ଷ୍ଟେୱାର୍ଟ ସେହିଭଳି ଏକ ଅଜବ ରେକର୍ଡ ନିଜ ନାଁରେ ସାମିଲ କରିଛନ୍ତି । ସେ ଏକରୁ ମିଲିଅନ୍ ପର୍ଯ୍ୟନ୍ତ ସଂଖ୍ୟାକୁ ଶବ୍ଦରେ ଟାଇପ୍ କରି ରେକର୍ଡ କରିଛନ୍ତି । ଏହି କାର୍ଯ୍ୟ କରିବାକୁ ତାଙ୍କୁ ପାଖାପାଖି ୧୬ ବର୍ଷ ଲାଗିଲା । ସେ ଏହି ରେକର୍ଡ ୧୯୮୨ ମସିହାରେ ଆରମ୍ଭ କରି ୧୯୯୮ ମସିହାରେ ସାରିଥିଲେ । ସେ ଏହି ଟାଇପ୍କୁ ଟାଇପ୍ ରାଇଟର ସହାୟତାରେ କରିଛନ୍ତି, ଯେଉଁଥିରେ ସେ ୧୯,୯୯୦ଟି ଏଫୋର୍ ସାଇଜ୍ କାଗଜ ବ୍ୟବହାର କରିଛନ୍ତି । କେବଳ ଏତିକି କାଗଜ ନୁହେଁ ସେ ଏଥିପାଇଁ ଏକ ହଜାର ଇଙ୍କ୍ ରିବନ୍ ବ୍ୟବହାର କରିଛନ୍ତି । ଗିନିଜ୍ ୱାଲïର୍ ରେକର୍ଡର ଅଫିସିଆଲି େୱବ୍ସାଇଟ୍ ପକ୍ଷରୁ ଏନେଇ ସୋସିଆଲ ସାଇଟ୍ ଏକ୍ସ ଯୋଗେ ସୂଚନା ଦିଆଯାଇଛି । ଲୋକମାନେ ତାଙ୍କର ଧର୍ଯ୍ୟକୁ ବେଶ୍ ପ୍ରଶଂସା କରିଛନ୍ତି ।