ଲକ୍ଷ୍ମୀ ବସରେ ଅସମ୍ଭାଳ ଭିଡ଼: ଓହଳିକି ଯାଉଛନ୍ତି ଯାତ୍ରୀ

ଦାରିଙ୍ଗବାଡ଼ି,୨୧।୧୦(ଅରୁଣ ସାହୁ ): ଦୁର୍ଗମ ଅଞ୍ଚଳର ଲୋକଙ୍କ ସୁବିଧା ପାଇଁ  ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତି ବ୍ଲକ ଠାରୁ ପଞ୍ଚାୟଯାଏ ଲକ୍ଷ୍ମୀ ବସ୍‌ ଯୋଗାଇ ଦିଆଯାଇଛି। ତେବେ ଏହା ପର୍ଯ୍ୟାପ୍ତ ହେଉ ନ ଥିବା କୁହାଯାଉଛି। ବସ୍‌ ତୁଳନାରେ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ବସ୍‌ରେ ଯାତ୍ରୀମାନେ ଠିଆ ହୋଇଯାଉଥିବା ଦେଖିବାକୁ ମିଳିଛି। ତେବେ ବେଳେବେଳେ ଏତେ ସଂଖ୍ୟକ ଲୋକ ହେଉଛନ୍ତି ଯେ, ସେମାନେ ଓହଳିକି ଯାତାୟାତ କରୁଛନ୍ତି। ଏହି ଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି […] The post ଲକ୍ଷ୍ମୀ ବସରେ ଅସମ୍ଭାଳ ଭିଡ଼: ଓହଳିକି ଯାଉଛନ୍ତି ଯାତ୍ରୀ appeared first on Dharitri Odia News.

ଲକ୍ଷ୍ମୀ ବସରେ ଅସମ୍ଭାଳ ଭିଡ଼: ଓହଳିକି ଯାଉଛନ୍ତି ଯାତ୍ରୀ
ଦାରିଙ୍ଗବାଡ଼ି,୨୧।୧୦(ଅରୁଣ ସାହୁ ): ଦୁର୍ଗମ ଅଞ୍ଚଳର ଲୋକଙ୍କ ସୁବିଧା ପାଇଁ  ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତି ବ୍ଲକ ଠାରୁ ପଞ୍ଚାୟଯାଏ ଲକ୍ଷ୍ମୀ ବସ୍‌ ଯୋଗାଇ ଦିଆଯାଇଛି। ତେବେ ଏହା ପର୍ଯ୍ୟାପ୍ତ ହେଉ ନ ଥିବା କୁହାଯାଉଛି। ବସ୍‌ ତୁଳନାରେ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ବସ୍‌ରେ ଯାତ୍ରୀମାନେ ଠିଆ ହୋଇଯାଉଥିବା ଦେଖିବାକୁ ମିଳିଛି। ତେବେ ବେଳେବେଳେ ଏତେ ସଂଖ୍ୟକ ଲୋକ ହେଉଛନ୍ତି ଯେ, ସେମାନେ ଓହଳିକି ଯାତାୟାତ କରୁଛନ୍ତି। ଏହି ଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡିରେ। ବ୍ଲକର  ୬ଟି ପଞ୍ଚାୟତକୁ ଯାତାୟାତ କରୁଥିବା ଲକ୍ଷ୍ମୀବସ କ୍ଷେତ୍ରରେ।
ପ୍ରକାଶ ଯେ, ଗୁମିକିଆ ସମେତ ବୁଡାଗୁଡା, ତିଲୋରୀ, କିରିକୁଟି, ସିମନବାଡି ଏବଂ ଶ୍ରାନିକେତାକୁ ଯାତାୟତ କରୁଥିବା  ଏକ ମାତ୍ର ଲକ୍ଷ୍ମୀ ବସ୍‌ରେ ଶହ ଶହ ଲୋକ ନିର୍ଭର କରୁଛନ୍ତି। ସରକାର ଯେଉଁ ଦିନଠାରୁ ଉକ୍ତ ରାସ୍ତାରେ ଲକ୍ଷ୍ମୀ ବସ୍‌ର ବ୍ୟବସ୍ଥା କଲେ, ଦୀର୍ଘ ବର୍ଷ ଧରି ଉକ୍ତ ରାସ୍ତାରେ ଯାତାୟତ କରୁଥିବା ଘରୋଇ ବସ୍‌ ଗୁଡିକର ବ୍ୟବସାୟ ବନ୍ଦ ହୋଇଗଲା। ଫଳରେ ବାଲିଗୁଡା ଠାରୁ ବୁଡ଼ାଗୁଡା, ତିଲୋରୀ ଦେଇ ଦାରିଙ୍ଗବାଡିକୁ ଆସୁଥିବା ଘରୋଇ ବସ୍‌କୁ ମାଲିକ ବନ୍ଦ କରିଦେଲେ।  ଏବେ ଏକ ମାତ୍ର ଲକ୍ଷ୍ମୀବସ୍‌ ଉପରେ ୬ ପଞ୍ଚାୟତର ଲୋକ  ନିର୍ଭର କରୁଥିବା ବେଳେ ଦିନକୁ ଦୁଇ ଥର ଲକ୍ଷ୍ମୀ ବସ ଉକ୍ତ  ପଞ୍ଚାୟତ ଗୁଡିକୁ ଯାତାୟାତ କରୁଛି। ଗୋଟିଏ ବସ୍‌ ହୋଇଥିବାରୁ ଯାତ୍ରୀଙ୍କ ସଂଖ୍ୟା ବସ୍‌ ସିଟର ଅନୁସାରେ ଦ୍ବିଗୁଣିତ ହୋଇଛି। ତେଣୁ ବିପଦ ସଙ୍କୁଳ ଅବସ୍ଥାରେ ଯାତ୍ରୀ ଯାତାୟତ କରୁଛନ୍ତି। ଉକ୍ତ ରାସ୍ତାରେ ଲକ୍ଷ୍ମୀ ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀ ବସ୍‌ର ଭିଡ଼ ଯୋଗୁ ଅଟୋରେ ବିପଦ ସଙ୍କୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି । ଉକ୍ତ ୬ ପଞ୍ଚାୟତ ପାଇଁ ଆଉ କିଛି ଅଧିକା ଲକ୍ଷ୍ମୀ ବସ୍‌ ଯୋଗାଇଦେଲେ ଯାତ୍ରୀମାନେ ସୁବିଧା ଓ ସୁରକ୍ଷିତ ଯାତ୍ରା କରିପାରିବେ ବୋଲି ଦାବି ହେଉଛି।

The post ଲକ୍ଷ୍ମୀ ବସରେ ଅସମ୍ଭାଳ ଭିଡ଼: ଓହଳିକି ଯାଉଛନ୍ତି ଯାତ୍ରୀ appeared first on Dharitri Odia News.