କେନ୍ଦ୍ରାପଡ଼ା ସହ ଆମେ ୪୦୦ ଆସନ ଜିତିବୁ: ବୈଜୟନ୍ତ

ଭୁବନେଶ୍ୱର,୧।୪: କେନ୍ଦ୍ରାପଡା ଲୋକ ସଭା ଭାଜପା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ସୋମବାର କେନ୍ଦ୍ରାପଡ଼ା ଗସ୍ତ କରିଛନ୍ତି। ଏହି ସମୟରେ ସେ କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ବଳଦେବ ଜୀଉଙ୍କ ଦର୍ଶନ କରିଛନ୍ତି। କେନ୍ଦ୍ରାପଡ଼ାରେ ପହଞ୍ଚିବା ପରେ ତାଙ୍କୁ ଏକ ବିଶାଳ ଶୋଭାଯାତ୍ରାରେ ସ୍ବାଗତ କରାଯାଇଥିଲା। ଶୋଭାଯାତ୍ରା ସମୟରେ ରାସ୍ତାର ଦୁଇ ପାର୍ଶ୍ୱରେ ପ୍ରବଳ ଭିଡ ଲାଗି ରହିଥିଲା। ବୈଜୟନ୍ତ ପଣ୍ଡା ସମସ୍ତଙ୍କ ଅଭିବାଦନ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି। ଶୋଭାଯାତ୍ରା ସମୟରେ ବୈଜୟନ୍ତ କହିଛନ୍ତି, କେନ୍ଦ୍ରାପଡ଼ା ସହ ଏନଡିଏ […] The post କେନ୍ଦ୍ରାପଡ଼ା ସହ ଆମେ ୪୦୦ ଆସନ ଜିତିବୁ: ବୈଜୟନ୍ତ appeared first on Dharitri Odia News.

କେନ୍ଦ୍ରାପଡ଼ା ସହ ଆମେ ୪୦୦ ଆସନ ଜିତିବୁ: ବୈଜୟନ୍ତ

ଭୁବନେଶ୍ୱର,୧।୪: କେନ୍ଦ୍ରାପଡା ଲୋକ ସଭା ଭାଜପା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ସୋମବାର କେନ୍ଦ୍ରାପଡ଼ା ଗସ୍ତ କରିଛନ୍ତି। ଏହି ସମୟରେ ସେ କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ବଳଦେବ ଜୀଉଙ୍କ ଦର୍ଶନ କରିଛନ୍ତି। କେନ୍ଦ୍ରାପଡ଼ାରେ ପହଞ୍ଚିବା ପରେ ତାଙ୍କୁ ଏକ ବିଶାଳ ଶୋଭାଯାତ୍ରାରେ ସ୍ବାଗତ କରାଯାଇଥିଲା। ଶୋଭାଯାତ୍ରା ସମୟରେ ରାସ୍ତାର ଦୁଇ ପାର୍ଶ୍ୱରେ ପ୍ରବଳ ଭିଡ ଲାଗି ରହିଥିଲା। ବୈଜୟନ୍ତ ପଣ୍ଡା ସମସ୍ତଙ୍କ ଅଭିବାଦନ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି।

ଶୋଭାଯାତ୍ରା ସମୟରେ ବୈଜୟନ୍ତ କହିଛନ୍ତି, କେନ୍ଦ୍ରାପଡ଼ା ସହ ଏନଡିଏ ଲୋକ ସଭାରେ ୪୦୦ ଆସନ ଜିତିବ। ମୋଦି ଜୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ। ଭାରତକୁ ବିକଶିତ କରିବା ପାଇଁ ମୋଦି ଜୀ ଯେଉଁ ରୋଡ ମ୍ୟାପ ଦେଇଛନ୍ତି, ତାହା ପୂରା ପରିବର୍ତ୍ତନ ହୋଇସାରିଛି।

 

The post କେନ୍ଦ୍ରାପଡ଼ା ସହ ଆମେ ୪୦୦ ଆସନ ଜିତିବୁ: ବୈଜୟନ୍ତ appeared first on Dharitri Odia News.