ରଥଯାତ୍ରାରେ ‘ଶୂନ୍ୟ ମୃତ୍ୟୁ’ ଲକ୍ଷ୍ୟ ସଫଳ ହୋଇଛି
ଭୁବନେଶ୍ୱର,୨୯ା୬(ସୁନିତ୍ ମିଶ୍ର): ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ଶୂନ୍ୟ ମୃତ୍ୟୁ ସରକାରଙ୍କ ଲକ୍ଷ୍ୟ ଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦିଗ୍ଦର୍ଶନରେ ସେବା ଓ ସୁରକ୍ଷା ନୀତିକୁ ପାଥେୟକରି ମହାପ୍ରଭୁଙ୍କ ୩ ରଥକୁ ଶରଧାବାଲିରେ ପହଞ୍ଚାଇବାରେ ସଫଳ ହୋଇଛୁ ବୋଲି ରାଜ୍ୟ ପୋଲିସ ପକ୍ଷରୁ ଏକ୍ସ ହ୍ୟାଣ୍ଡେଲ ଜରିଆରେ ସୂଚନା ଦିଆଯାଇଛି। ମୁଖା୍ୟମନ୍ତ୍ରୀ ଏହାକୁ ରିପୋଷ୍ଟ ମଧ୍ୟ କରିଛନ୍ତି। ସେଥିରେ ଆହୁରି ଉଲ୍ଲେଖ ଅଛି, ଓଡ଼ିଶା ପୋଲିସ ଦ୍ୱାରା ନିୟୋଜିତ ସୁରକ୍ଷା କର୍ମୀଙ୍କ କର୍ତ୍ତବ୍ୟ, ନିଷ୍ଠା, ଦୃଢ଼ […] The post ରଥଯାତ୍ରାରେ ‘ଶୂନ୍ୟ ମୃତ୍ୟୁ’ ଲକ୍ଷ୍ୟ ସଫଳ ହୋଇଛି appeared first on Dharitri Odia News.
ଭୁବନେଶ୍ୱର,୨୯ା୬(ସୁନିତ୍ ମିଶ୍ର): ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ଶୂନ୍ୟ ମୃତ୍ୟୁ ସରକାରଙ୍କ ଲକ୍ଷ୍ୟ ଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦିଗ୍ଦର୍ଶନରେ ସେବା ଓ ସୁରକ୍ଷା ନୀତିକୁ ପାଥେୟକରି ମହାପ୍ରଭୁଙ୍କ ୩ ରଥକୁ ଶରଧାବାଲିରେ ପହଞ୍ଚାଇବାରେ ସଫଳ ହୋଇଛୁ ବୋଲି ରାଜ୍ୟ ପୋଲିସ ପକ୍ଷରୁ ଏକ୍ସ ହ୍ୟାଣ୍ଡେଲ ଜରିଆରେ ସୂଚନା ଦିଆଯାଇଛି। ମୁଖା୍ୟମନ୍ତ୍ରୀ ଏହାକୁ ରିପୋଷ୍ଟ ମଧ୍ୟ କରିଛନ୍ତି। ସେଥିରେ ଆହୁରି ଉଲ୍ଲେଖ ଅଛି, ଓଡ଼ିଶା ପୋଲିସ ଦ୍ୱାରା ନିୟୋଜିତ ସୁରକ୍ଷା କର୍ମୀଙ୍କ କର୍ତ୍ତବ୍ୟ, ନିଷ୍ଠା, ଦୃଢ଼ ମନୋବଳ, ଦାୟିତ୍ୱବୋଧତା, ସମୟୋଚିତ ଭିଡ଼ ପରିଚାଳନା, ଟ୍ରାଫିକ୍ ନିୟନ୍ତ୍ରଣ ଓ ଜରୁରିକାଳୀନ ସେବା ପ୍ରଦାନ ଯୋଗୁ ଭକ୍ତମାନେ ଶାନ୍ତଶୃଙ୍ଖଳାର ସହ ଦର୍ଶନ କରିପାରିଛନ୍ତି।
The post ରଥଯାତ୍ରାରେ ‘ଶୂନ୍ୟ ମୃତ୍ୟୁ’ ଲକ୍ଷ୍ୟ ସଫଳ ହୋଇଛି appeared first on Dharitri Odia News.