ଗାଁ ଉପରେ ଖସିପଡ଼ିଲା ହେଲିକପ୍ଟର, ଭୟରେ ଦୌଡିଲେ ଲୋକେ

ନୂଆଦିଲ୍ଲୀ: ପୁଣେ ଜିଲ୍ଲାର ପୌଡ଼ ଗ୍ରାମରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ହେଲିକପ୍ଟରରେ ଚାରି ଜଣ ଲୋକ ଥିଲେ। ତିନି ଜଣ ସୁରକ୍ଷିତ ଥିବାବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ବର୍ତ୍ତମାନ ପୁଣେରେ ପ୍ରବଳ ବର୍ଷା ହେଉଛି ଏବଂ ପବନର ବେଗ ମଧ୍ୟ ରହିଛି। ଖରାପ ପାଗ ଯୋଗୁଁ ଏହି ଘଟଣା ଘଟିଥିବା କୁହାଯାଉଛି।ଏହି ଘଟଣାକୁ ନେଇ ଏସପି ପଙ୍କଜା ଦେଶମୁଖ କହିଛନ୍ତି, “ପୁଣେର ପାହାଡିଆ ଗାଁ ନିକଟରେ ଏକ ଘରୋଇ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ହେଲିକପ୍ଟରଟି ଏକ ଘରୋଇ ବିମାନ କମ୍ପାନୀର। ଏହା ମୁମ୍ବାଇରୁ ହାଇଦ୍ରାବାଦ ଯାଉଥିଲା। ହେଲିକପ୍ଟରରେ ଚାରି ଜଣ ଲୋକ ଥିଲେ।ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ହେଲିକପ୍ଟରଟି ଖସିଯିବା ମାତ୍ରେ ମୁଁ ଏହା ନିକଟକୁ ଯାଇଥିଲି। ମୁଁ ହେଲିକପ୍ଟର ପାଇଲଟଙ୍କ ସହ କଥା ହେଲି। ସେ କଥାବାର୍ତ୍ତା କରିବାର କୌଣସି ସ୍ଥିତିରେ ନଥିଲେ। ସେ ଭୟଭୀତ ଥିଲେ। ଲୋକଙ୍କୁ ହେଲିକପ୍ଟରରୁ ଦୂରେଇ ଯିବାକୁ କହୁଥିଲେ। ହେଲିକପ୍ଟର ଯେକୌଣସି ସମୟରେ ବିସ୍ଫୋରଣ ହୋଇପାରେ। ଭୟରେ ଗାଁ ଲୋକ ଦୌଡିବାକୁ ଲାଗିଥିଲେ। ଯେଉଁଠାରେ ଏହି ଘଟଣା ଘଟିଥିଲା, ତାହା ବହୁତ ଛୋଟ ସ୍ଥାନ। ସେଠାକୁ ଯିବା ବହୁତ କଷ୍ଟକର।ହେଲିକପ୍ଟର-AW 139 ଏବଂ ପାଇଲଟଙ୍କ ସବିଶେଷ ତଥ୍ୟ ପ୍ରକାଶ ପାଇଛି। ଏହି ହେଲିକପ୍ଟରଟି ଗ୍ଲୋବାଲ୍ ଭେକ୍ଟ୍ରା କମ୍ପାନୀର ଅଟେ। ଆହତ କ୍ୟାପଟେନ ଆନନ୍ଦ ସଦର ଡାକ୍ତରଖାନାରେ ଭର୍ତ୍ତି ହ

ଗାଁ ଉପରେ ଖସିପଡ଼ିଲା ହେଲିକପ୍ଟର, ଭୟରେ ଦୌଡିଲେ ଲୋକେ

ନୂଆଦିଲ୍ଲୀ: ପୁଣେ ଜିଲ୍ଲାର ପୌଡ଼ ଗ୍ରାମରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ହେଲିକପ୍ଟରରେ ଚାରି ଜଣ ଲୋକ ଥିଲେ। ତିନି ଜଣ ସୁରକ୍ଷିତ ଥିବାବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ବର୍ତ୍ତମାନ ପୁଣେରେ ପ୍ରବଳ ବର୍ଷା ହେଉଛି ଏବଂ ପବନର ବେଗ ମଧ୍ୟ ରହିଛି। ଖରାପ ପାଗ ଯୋଗୁଁ ଏହି ଘଟଣା ଘଟିଥିବା କୁହାଯାଉଛି।

ଏହି ଘଟଣାକୁ ନେଇ ଏସପି ପଙ୍କଜା ଦେଶମୁଖ କହିଛନ୍ତି, “ପୁଣେର ପାହାଡିଆ ଗାଁ ନିକଟରେ ଏକ ଘରୋଇ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ହେଲିକପ୍ଟରଟି ଏକ ଘରୋଇ ବିମାନ କମ୍ପାନୀର। ଏହା ମୁମ୍ବାଇରୁ ହାଇଦ୍ରାବାଦ ଯାଉଥିଲା। ହେଲିକପ୍ଟରରେ ଚାରି ଜଣ ଲୋକ ଥିଲେ।

ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ହେଲିକପ୍ଟରଟି ଖସିଯିବା ମାତ୍ରେ ମୁଁ ଏହା ନିକଟକୁ ଯାଇଥିଲି। ମୁଁ ହେଲିକପ୍ଟର ପାଇଲଟଙ୍କ ସହ କଥା ହେଲି। ସେ କଥାବାର୍ତ୍ତା କରିବାର କୌଣସି ସ୍ଥିତିରେ ନଥିଲେ। ସେ ଭୟଭୀତ ଥିଲେ। ଲୋକଙ୍କୁ ହେଲିକପ୍ଟରରୁ ଦୂରେଇ ଯିବାକୁ କହୁଥିଲେ। ହେଲିକପ୍ଟର ଯେକୌଣସି ସମୟରେ ବିସ୍ଫୋରଣ ହୋଇପାରେ। ଭୟରେ ଗାଁ ଲୋକ ଦୌଡିବାକୁ ଲାଗିଥିଲେ। ଯେଉଁଠାରେ ଏହି ଘଟଣା ଘଟିଥିଲା, ତାହା ବହୁତ ଛୋଟ ସ୍ଥାନ। ସେଠାକୁ ଯିବା ବହୁତ କଷ୍ଟକର।

ହେଲିକପ୍ଟର-AW 139 ଏବଂ ପାଇଲଟଙ୍କ ସବିଶେଷ ତଥ୍ୟ ପ୍ରକାଶ ପାଇଛି। ଏହି ହେଲିକପ୍ଟରଟି ଗ୍ଲୋବାଲ୍ ଭେକ୍ଟ୍ରା କମ୍ପାନୀର ଅଟେ। ଆହତ କ୍ୟାପଟେନ ଆନନ୍ଦ ସଦର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏଥିରେ ଡୀର୍‌ ଭାଟିଆ, ଅମରଦୀପ ସିଂ ଏବଂ ଏସପି ରାମ ତିନିଜଣ ବ୍ୟକ୍ତି ଥିଲେ।