ଏନ୍ଇଇଟି-ୟୁଜି ସାନି ପରୀକ୍ଷା: ୭୫୦ ପରୀକ୍ଷାର୍ଥୀ ଆସିଲେନି
ନୂଆଦିଲ୍ଲୀ,୨୩ା୬:ଏନ୍ଇଇଟି-ୟୁଜି ପରୀକ୍ଷାରେ ଅନିୟିତତା ଓ ରେଜଲ୍ଟ ବିଭ୍ରାଟ ଘଟଣାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଗ୍ରେସ୍ ମାର୍କ ପାଇଥିବା ୧,୫୬୩ ପରୀକ୍ଷାର୍ଥୀଙ୍କୁ ସାନି ପରୀକ୍ଷା ଦେବା ପାଇଁ ସୁଯୋଗ ଦିଆଯାଇଥିଲା। ପରୀକ୍ଷା ନ ଦେଲେ ଗ୍ରେସ୍ମାର୍କକୁ ବାଦ୍ ଦିଆଯାଇ ଅବଶିଷ୍ଟ ମାର୍କକୁ ସେମାନଙ୍କ ଫଳାଫଳ ବିବେଚନା କରାଯିବ ବୋଲି ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) କହିଥିଲା। ରବିବାର ଏହି ପିଲାମାନଙ୍କ ପାଇଁ ସାନି ପରୀକ୍ଷା ଅନୁଷ୍ଠିତ ହୋଇଥିବାବେଳେ ୪୮ ପ୍ରତିଶତ ପରୀକ୍ଷା ଦେବାକୁ ଆସି […] The post ଏନ୍ଇଇଟି-ୟୁଜି ସାନି ପରୀକ୍ଷା: ୭୫୦ ପରୀକ୍ଷାର୍ଥୀ ଆସିଲେନି appeared first on Dharitri Odia News.
ନୂଆଦିଲ୍ଲୀ,୨୩ା୬:ଏନ୍ଇଇଟି-ୟୁଜି ପରୀକ୍ଷାରେ ଅନିୟିତତା ଓ ରେଜଲ୍ଟ ବିଭ୍ରାଟ ଘଟଣାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଗ୍ରେସ୍ ମାର୍କ ପାଇଥିବା ୧,୫୬୩ ପରୀକ୍ଷାର୍ଥୀଙ୍କୁ ସାନି ପରୀକ୍ଷା ଦେବା ପାଇଁ ସୁଯୋଗ ଦିଆଯାଇଥିଲା। ପରୀକ୍ଷା ନ ଦେଲେ ଗ୍ରେସ୍ମାର୍କକୁ ବାଦ୍ ଦିଆଯାଇ ଅବଶିଷ୍ଟ ମାର୍କକୁ ସେମାନଙ୍କ ଫଳାଫଳ ବିବେଚନା କରାଯିବ ବୋଲି ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) କହିଥିଲା। ରବିବାର ଏହି ପିଲାମାନଙ୍କ ପାଇଁ ସାନି ପରୀକ୍ଷା ଅନୁଷ୍ଠିତ ହୋଇଥିବାବେଳେ ୪୮ ପ୍ରତିଶତ ପରୀକ୍ଷା ଦେବାକୁ ଆସି ନାହାନ୍ତି। ମୋଟ ୮୧୩ ଜଣ ଛାତ୍ରୀଛାତ୍ର (୫୨ ପ୍ରତିଶତ) ପରୀକ୍ଷା ଦେଇଥିବାବେଳେ ୭୫୦ ଜଣ ଏହାକୁ ଏଡ଼ାଇ ଯାଇଥିବା ଏନ୍ଟିଏ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି। ୧,୫୬୩ ପିଲାଙ୍କ ପାଇଁ ଛତିଶଗଡ଼, ଗୁଜରାଟ, ହରିୟାଣା, ମେଘାଳୟ, ଚଣ୍ଡିଗଡ଼ରେ ୭ଟି ପରୀକ୍ଷା କେନ୍ଦ୍ର ଖୋଲାଯାଇଥିଲା। ଚଣ୍ଡିଗଡ଼ ଏକ୍ଜାମ୍ ସେଣ୍ଟରରେ ୨ ଜଣ ପରୀକ୍ଷା ଦେବାକୁ ଥିବାବେଳେ କେହି ଆସି ନ ଥିଲେ। ସେହିପରି ଛତିଶଗଡ଼ରେ ୬୦୨ ଜଣ ପରୀକ୍ଷାର୍ଥୀଙ୍କ ସ୍ଥାନରେ ୩୧୧ ଜଣ ଅନୁପସ୍ଥିତ ଥିବାବେଳେ ୨୯୧ ଜଣ ପରୀକ୍ଷା ଦେଇଥିଲେ। ଗୁଜରାଟର ପରୀକ୍ଷା କେନ୍ଦ୍ରରେ ମାତ୍ର ଜଣେ ପରୀକ୍ଷାର୍ଥୀ ଥିବାବେଳେ ସେ ମଧ୍ୟ ଅନୁପସ୍ଥିତ ରହିଥିଲେ। ମେଘାଳୟର ୪୬୪ ପିଲାଙ୍କ ମଧ୍ୟରୁ ୨୩୦ ଅନୁପସ୍ଥିତ ଥିବାବେଳେ ୨୩୪ ଜଣ ପୁନଃ ପରୀକ୍ଷା ଦେଇଛନ୍ତି।
ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ମେ’ ୫ରେ ଅନୁଷ୍ଠିତ ଏନ୍ଇଇଟି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଏବଂ ବ୍ୟାପକ ଅନିୟମିତତା ରିପୋର୍ଟ ମିଳିବା ପରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ରବିବାର ତଦନ୍ତ ଆରମ୍ଭ କରିଛି। ସିବିଆଇ ମାମଲା ରୁଜୁ କରିବା ପରେ ଏହାର ସ୍ବତନ୍ତ୍ର ଟିମ୍ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଗୋଧ୍ରା ଓ ପାଟନା ଯାଇ ତନାଘନା ଚଳାଇଛନ୍ତି।
The post ଏନ୍ଇଇଟି-ୟୁଜି ସାନି ପରୀକ୍ଷା: ୭୫୦ ପରୀକ୍ଷାର୍ଥୀ ଆସିଲେନି appeared first on Dharitri Odia News.