୩ ଦିନ ହେଲା ପାନୀୟ ଜଳ ଯୋଗାଣ ବନ୍ଦ
ଚିକିଟି,୨୭ା୩(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ୧୨ଟି ୱାର୍ଡକୁ ନେଇ ଗଠିତ ହୋଇଥିବା ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦର ୧, ୨, ୩, ୪, ୫ ୱାର୍ଡରେ ଦୀର୍ଘ ୩ ଦିନ ଧରି ପାନୀୟ ଜଳ ଯୋଗାଣ ବନ୍ଦ ହେବା ଫଳରେ ଲୋକେମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜଳ ଯୋଗାଣରେ ବ୍ୟବହାର ହେଉଥିବା ବିଦ୍ୟୁତ ଚାଳିତ ପାଣି ପମ୍ପ ଅଚଳ ହୋଇଯିବା ଯୋଗୁ ଏଭଳି ଅସୁବିଧା ସୃଷ୍ଟି ହୋଇଛି। ୫ଟି ୱାର୍ଡରେ ପ୍ରାୟ […] The post ୩ ଦିନ ହେଲା ପାନୀୟ ଜଳ ଯୋଗାଣ ବନ୍ଦ appeared first on Dharitri Odia News.
ଚିକିଟି,୨୭ା୩(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ୧୨ଟି ୱାର୍ଡକୁ ନେଇ ଗଠିତ ହୋଇଥିବା ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦର ୧, ୨, ୩, ୪, ୫ ୱାର୍ଡରେ ଦୀର୍ଘ ୩ ଦିନ ଧରି ପାନୀୟ ଜଳ ଯୋଗାଣ ବନ୍ଦ ହେବା ଫଳରେ ଲୋକେମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜଳ ଯୋଗାଣରେ ବ୍ୟବହାର ହେଉଥିବା ବିଦ୍ୟୁତ ଚାଳିତ ପାଣି ପମ୍ପ ଅଚଳ ହୋଇଯିବା ଯୋଗୁ ଏଭଳି ଅସୁବିଧା ସୃଷ୍ଟି ହୋଇଛି। ୫ଟି ୱାର୍ଡରେ ପ୍ରାୟ ୨୦୦୦ରୁ ଊର୍ଦ୍ଧ୍ୱ ଜନ ସଂଖ୍ୟା ବିଶିଷ୍ଟ ୮ରୁ ଊର୍ଦ୍ଧ୍ୱ ସାହିକୁ ଜଳଯୋଗାଣ ବନ୍ଦ ରହିଛି। ପାଣି ପମ୍ପ ମରାମତି କରିବା ପାଇଁ ଜନସାଧାରଣଙ୍କ ପକ୍ଷରୁ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଏହାର ସମାଧାନ ହୋଇ ନ ଥିବା ଅଭିଯୋଗ ହେଉଛି।
ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଆଜି ହେବ କାଲି ହେବ କହି ସମୟ ଗଡ଼ାଇ ଚାଲିଛନ୍ତି। ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ଅଧିକ ଥିବା ଏବଂ ଚାରିଆଡେ ଜଳ ଉତ୍ସ କମିଯାଇଥିବା ବେଳେ ସରକାରଙ୍କ ପକ୍ଷରୁ କୋଟି କୋଟି ବ୍ୟୟରେ ନିର୍ମାଣ କରାଯାଇଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପଗୁଡ଼ିକ ଇଚ୍ଛାଶକ୍ତିର ଅଭାବରୁ କାର୍ଯ୍ୟକ୍ଷମ ହୋଇପାରୁ ନ ଥିବା ଜନସାଧାରଣଙ୍କ ପକ୍ଷରୁ ଅଭିଯୋଗ ହେଉଛି। ଏ ସମ୍ପର୍କରେ ପିଏଚଡି କନିଷ୍ଠଯନ୍ତ୍ରୀଙ୍କ ସହ ଯୋଗାଯୋଗ ବେଳେ ଅଚଳ ହୋଇଥିବା ମୋଟରଟିକୁ ଯୁଦ୍ଧ କାଳୀନ ଭିତ୍ତିରେ ମରାମତି ଚାଲିଛି ଖୁବଶୀଘ୍ର ଜଳଯୋଗାଣ ହେବ ବୋଲି ସେ କହିଛନ୍ତି।
The post ୩ ଦିନ ହେଲା ପାନୀୟ ଜଳ ଯୋଗାଣ ବନ୍ଦ appeared first on Dharitri Odia News.