ଇତିହାସ ରଚିଲା BSNL, ଖୁବ୍ ଶୀଘ୍ର ଲଞ୍ଚ ହେବ ଶସ୍ତା 5G ସେବା

ନୂଆଦିଲ୍ଲୀ ୧୮।୬: ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସଏନଏଲ) ବୁଧବାର ତାଙ୍କ ଅଧିକାରୀକ ଏକ୍ସ ହ୍ୟାଣ୍ଡଲରେ ଅପକମିଂ ଫାଇଭ-ଜି ସର୍ଭିସର ନାମ ଘୋଷଣା କରିଛନ୍ତି। ବିଏସଏନଏଲ ଏହାକୁ ‘କ୍ୱାଣ୍ଟମ ଫାଇଭ-ଜି’ ନାମ ଦେଇଛନ୍ତି। ଏହା ପୂର୍ବରୁ ବିଏସଏନଏଲ ଜନତାଙ୍କୁ ତାଙ୍କ ଫାଇଭ-ଜି ବ୍ରାଣ୍ଡ ପାଇଁ ନାମ ପରାମର୍ଶ କରିବାକୁ କହିଥିଲେ। ଏବେ କମ୍ପାନୀ ସେହି ପରାମର୍ଶ ଆଧାରରେ କ୍ୱାଣ୍ଟମ ଫାଇଭ-ଜି ନାମ ରଖିଛନ୍ତି।ଏ ନେଇ ବିଏସଏନଏଲ ତାଙ୍କ ପୋଷ୍ଟରେ ଲେଖିଛନ୍ତି ‘ଆପଣ ନାମ ଦେଲେ, ଆମେ ଏହାକୁ ସାକାର କଲୁ! ଉପସ୍ଥାପନ କରୁଛୁ ବିଏସଏନଏଲ କ୍ୟୁ-ଫାଇଭ-ଜି’। ସେପଟେ ବିଏଲଏନଏଲ ଉତ୍ତରପ୍ରଦେଶ (ଇଷ୍ଟ)  ସର୍କଲ  ଏକ୍ସ ଆକାଉଣ୍ଟରେ ସୂଚନା ଦେଇଛନ୍ତି ଯେ କମ୍ପାନୀ କ୍ୱାଣ୍ଟମ ଫାଇଭ-ଜି ଏଫଡବ୍ଲୁଏ (ଫିକ୍ସଡ ୱାୟରଲେସ ଏକ୍ସେସ) ସେବା ଉଦଘାଟିତ ହୋଇଛି। ବିଏସଏନଏଲ ସିଏମଡି, ବୋର୍ଡ ଅଫ ଡାଇରେକ୍ଟର୍ସ ଓ ସିଜିଏମଙ୍କ ଉପସ୍ଥିତିରେ ଏହି ସେବା ଉଦଘାଟିତ ହୋଇଛି। You named It. We made it happen!Introducing THE BSNL Q-5G - Quantum 5G.A Big THANK YOU to each and every one of you for your incredible support and enthusiastic participation.Because of you, we now have a name that reflects the power, speed, and future of BSNL's 5G network.… pic.twitter.com/m7UIM

ଇତିହାସ ରଚିଲା BSNL,  ଖୁବ୍ ଶୀଘ୍ର ଲଞ୍ଚ ହେବ ଶସ୍ତା 5G ସେବା

ନୂଆଦିଲ୍ଲୀ ୧୮।୬: ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସଏନଏଲ) ବୁଧବାର ତାଙ୍କ ଅଧିକାରୀକ ଏକ୍ସ ହ୍ୟାଣ୍ଡଲରେ ଅପକମିଂ ଫାଇଭ-ଜି ସର୍ଭିସର ନାମ ଘୋଷଣା କରିଛନ୍ତି। ବିଏସଏନଏଲ ଏହାକୁ ‘କ୍ୱାଣ୍ଟମ ଫାଇଭ-ଜି’ ନାମ ଦେଇଛନ୍ତି। ଏହା ପୂର୍ବରୁ ବିଏସଏନଏଲ ଜନତାଙ୍କୁ ତାଙ୍କ ଫାଇଭ-ଜି ବ୍ରାଣ୍ଡ ପାଇଁ ନାମ ପରାମର୍ଶ କରିବାକୁ କହିଥିଲେ। ଏବେ କମ୍ପାନୀ ସେହି ପରାମର୍ଶ ଆଧାରରେ କ୍ୱାଣ୍ଟମ ଫାଇଭ-ଜି ନାମ ରଖିଛନ୍ତି।

ଏ ନେଇ ବିଏସଏନଏଲ ତାଙ୍କ ପୋଷ୍ଟରେ ଲେଖିଛନ୍ତି ‘ଆପଣ ନାମ ଦେଲେ, ଆମେ ଏହାକୁ ସାକାର କଲୁ! ଉପସ୍ଥାପନ କରୁଛୁ ବିଏସଏନଏଲ କ୍ୟୁ-ଫାଇଭ-ଜି’। ସେପଟେ ବିଏଲଏନଏଲ ଉତ୍ତରପ୍ରଦେଶ (ଇଷ୍ଟ)  ସର୍କଲ  ଏକ୍ସ ଆକାଉଣ୍ଟରେ ସୂଚନା ଦେଇଛନ୍ତି ଯେ କମ୍ପାନୀ କ୍ୱାଣ୍ଟମ ଫାଇଭ-ଜି ଏଫଡବ୍ଲୁଏ (ଫିକ୍ସଡ ୱାୟରଲେସ ଏକ୍ସେସ) ସେବା ଉଦଘାଟିତ ହୋଇଛି। ବିଏସଏନଏଲ ସିଏମଡି, ବୋର୍ଡ ଅଫ ଡାଇରେକ୍ଟର୍ସ ଓ ସିଜିଏମଙ୍କ ଉପସ୍ଥିତିରେ ଏହି ସେବା ଉଦଘାଟିତ ହୋଇଛି। 


ବିଏସଏନଏଲ ଅଧିକାରୀକ ୱେବସାଇଟରେ ଏହି ସେବାକୁ ‘କ୍ୱାଣ୍ଟମ ଲିପ୍’- ବିନା ସିମରେ ପ୍ରଥମ ଫାଇଭ-ଜି ଏଫଡବ୍ଲୁଏ ବୋଲି କହିଛନ୍ତି। ଏହାର ମୁଖ୍ୟ ଫିଚରରେ ନୋ ୱେୟାର, ଫାଷ୍ଟ ସ୍ପିଡ,ସୁରକ୍ଷିତ, ନିର୍ଭରଯୋଗ୍ୟ ଓ ସୁଲଭ ସେବା ଆଦି ରହିଛି। ଅନ୍ୟପଟେ ଡିପାର୍ଟମେଣ୍ଟ ଅଫ ଟେଲିକମ (ଡିଓଟି) ଖୁବ୍ ଶୀଘ୍ର ବିଏସଏନଏଲର ଫୋର-ଜି ସମ୍ପ୍ରସାରଣର ପରବର୍ତ୍ତି ପର୍ଯ୍ୟାୟ ନିମନ୍ତେ କ୍ୟାବିନେଟର ଅନୁମତି ନିବେଦନ କରିବ। 


ସଞ୍ଚାର ରାଷ୍ଟ୍ରମନ୍ତ୍ରୀ ଡ.ପେମ୍ମାସନୀ ଚନ୍ଦ୍ରଶେଖର କହିଛନ୍ତି ଯେ ବିଏସଏନଏଲ ଗତ ୧ ବର୍ଷ ମଧ୍ୟରେ ପାଖାପାଖି ୧ ଲକ୍ଷ ଫୋର-ଜି ଟାୱାର ଲଗାଇଛି, ଯେଉଁଥିରୁ ଏବେ ୭୦ ହଜାର ଟାୱାର ଆକ୍ଟିଭ ହୋଇଛି। ଏବେ କ୍ୟାବିନେଟ ମଞ୍ଜୁରୀ ପରେ କମ୍ପାନୀ ଆଉ ୧ ଲକ୍ଷ ଟାୱାର ଲଗାଇବା ଯୋଜନା ଉପରେ କାମ କରିବ।  ଏହିପରି ଭାବେ ବିଏସଏନଏଲ ତାର ଫୋର-ଜି ସେବାକୁ ସ୍ଥିର କରିବା ପରେ ଫାଇଭ-ଜି ସେବା ଆଡକୁ ଦ୍ରୁତ ଅଗ୍ରସର ହେଉଛି, ଯାହାକୁ କ୍ୱାଣ୍ଟମ ଫାଇଭ-ଜୀ ବ୍ରାଣ୍ଡ ଓ  ଏଫଡବ୍ଲୁଏ ସେବା ସହ ଆରମ୍ଭ କରାଯାଇଛି।