କିଛି ଦିନ ପରେ ଭଦ୍ରକରେ ପୁଣି ଜବରଦଖଲ ଆରମ୍ଭ, ବରିଷ୍ଠ ପ୍ରଶାସନିକ ଅଫିସର ନିୟୋଜିତ

ଭଦ୍ରକ ୧୩।୦୫ : କିଛି ଦିନର ବ୍ୟବଧାନ ପରେ ପୁଣି ଜବରଦଖଲ ଉଚ୍ଛେଦ ଆରମ୍ଭ । ଏଥର ଦୋକାନ ସହ ଘର ମଧ୍ୟ ଉଚ୍ଛେଦ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଭଦ୍ରକ ସହରରେ ଉଚ୍ଛେଦ ପରେ କିଛି ପାଇଁ ସ୍ଥଗିତ ରହିଥିଲା । ଏବେ ପୁଣି ଚରମ୍ପା ଠାରୁ ସାବରଙ୍ଗ ରାସ୍ତାରର ୭ କିମି ୨ ଶହ ମିଟର ଯାଏଁ ଉଭୟ ପଟର ସରକାରୀ ଜମି ଜବରଦଖଲ ଉଚ୍ଛେଦ ହୋଇଛି । ସେହିପରି ସମାନ ଭାବେ ପଥରଆଡି ଓ ରାସ୍ତା କଡ଼ ନାଳ ମଧ୍ୟ ଖୋଳାଯାଇଛି । ଭଦ୍ରକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ତହସିଲଦାର ରଶ୍ମିରଞ୍ଜନ ମଲ୍ଲିକ, ରେଭେନ୍ୟୁ ସୁପର ଭାଇଜର ଜ୍ୟୋତିରଞ୍ଜନ ପଣ୍ଡା, ପୌରପାଳିକା କାର୍ଯ୍ୟନିର୍ବାହୀ , ରାଜସ୍ୱ ନିରୀକ୍ଷଣଙ୍କ ଉପସ୍ଥିତିରେ ଉଚ୍ଛେଦ ଆରମ୍ଭ ହୋଇଛି । ସ୍ଥାନୀୟ ଲୋକ ସହଯୋଗ କରୁଥିବା ବେଳେ ଅନେକ ଜବରଦଖଲ ପୂର୍ବରୁ ନିଜ ଘର ଖାଲି କରିବା ଆରମ୍ଭ କରିଛନ୍ତି । ଉଚ୍ଛେଦର ତିନି ଦିନ ପୂର୍ବରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ଜବରଦଖଲକାରୀଙ୍କ ସୂଚନା ଦିଆଯାଇଥିଲା । 

କିଛି ଦିନ ପରେ ଭଦ୍ରକରେ ପୁଣି ଜବରଦଖଲ ଆରମ୍ଭ, ବରିଷ୍ଠ ପ୍ରଶାସନିକ ଅଫିସର ନିୟୋଜିତ

ଭଦ୍ରକ ୧୩।୦୫ : କିଛି ଦିନର ବ୍ୟବଧାନ ପରେ ପୁଣି ଜବରଦଖଲ ଉଚ୍ଛେଦ ଆରମ୍ଭ । ଏଥର ଦୋକାନ ସହ ଘର ମଧ୍ୟ ଉଚ୍ଛେଦ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଭଦ୍ରକ ସହରରେ ଉଚ୍ଛେଦ ପରେ କିଛି ପାଇଁ ସ୍ଥଗିତ ରହିଥିଲା । ଏବେ ପୁଣି ଚରମ୍ପା ଠାରୁ ସାବରଙ୍ଗ ରାସ୍ତାରର ୭ କିମି ୨ ଶହ ମିଟର ଯାଏଁ ଉଭୟ ପଟର ସରକାରୀ ଜମି ଜବରଦଖଲ ଉଚ୍ଛେଦ ହୋଇଛି । 

ସେହିପରି ସମାନ ଭାବେ ପଥରଆଡି ଓ ରାସ୍ତା କଡ଼ ନାଳ ମଧ୍ୟ ଖୋଳାଯାଇଛି । ଭଦ୍ରକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ତହସିଲଦାର ରଶ୍ମିରଞ୍ଜନ ମଲ୍ଲିକ, ରେଭେନ୍ୟୁ ସୁପର ଭାଇଜର ଜ୍ୟୋତିରଞ୍ଜନ ପଣ୍ଡା, ପୌରପାଳିକା କାର୍ଯ୍ୟନିର୍ବାହୀ , ରାଜସ୍ୱ ନିରୀକ୍ଷଣଙ୍କ ଉପସ୍ଥିତିରେ ଉଚ୍ଛେଦ ଆରମ୍ଭ ହୋଇଛି । ସ୍ଥାନୀୟ ଲୋକ ସହଯୋଗ କରୁଥିବା ବେଳେ ଅନେକ ଜବରଦଖଲ ପୂର୍ବରୁ ନିଜ ଘର ଖାଲି କରିବା ଆରମ୍ଭ କରିଛନ୍ତି । ଉଚ୍ଛେଦର ତିନି ଦିନ ପୂର୍ବରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ଜବରଦଖଲକାରୀଙ୍କ ସୂଚନା ଦିଆଯାଇଥିଲା ।