କେଉଁ ରକେଟରେ ପୃଥିବୀକୁ ଫେରିବେ ଶୁଭାଂଶୁ, ଜାଣନ୍ତୁ କିପରି ହେବ ଲ୍ୟାଣ୍ଡିଂ

ବେଙ୍ଗାଲୁରୁ ୧୪।୭:   ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ମହାକାଶରୁ ପୃଥିବୀ ଫେରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏକ୍ସିଓମ-୪ ମିସନରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସଏସ୍)କୁ ଯାଇଥିବା ଶୁଭାଂଶୁ ୧୫ ଜୁଲାଇ ଅପରାହ୍ନ ୩ଟା ସୁଦ୍ଧା ପୃଥିବୀରେ ଅବତରଣ କରିପାରନ୍ତି। କେନ୍ଦ୍ରମନ୍ତ୍ରୀ ଡ.ଜିତେନ୍ଦ୍ର ସିଂହ ତାଙ୍କର ପୃଥିବୀକୁ ଫେରିବା ପ୍ରକ୍ରିଆ ୧୪ ଜୁଲାଇ ସାଢେ ୪ଟାରୁ ଆରମ୍ଭ ହୋଇ ସାରିଥିବା ସୂଚିତ କରିଛନ୍ତି। କ୍ରୁ ଡ୍ରାଗନ ସ୍ପେସ୍ କ୍ରାଫ୍ଟ ଅନଡକିଂ ପ୍ରକ୍ରିୟା ଆରମ୍ଭ କରିଛି। ଏବେ ପ୍ରଶ୍ନ ଉଠିବା ସ୍ୱଭାବିକ ମହାକାଶରୁ ପୃଥିବୀକୁ ଫେରିବାର ରୋମାଞ୍ଚକର ଯାତ୍ରା କିପରି ପୂରଣ ହେବ? ଆସନ୍ତୁ ଜାଣିବା। ଏଥିପାଇଁ ପ୍ରଥମେ କ୍ରୁ ଡ୍ରାଗନ ସ୍ପେସ୍ କ୍ରାଫ୍ଟ ଧିରେ ଧିରେ ଆଇଏସଏସରୁ ପୃଥକ ହେବ। ଏହି ପ୍ରକ୍ରିୟାକୁ ଅନଡକିଂ ପ୍ରକ୍ରିୟା କୁହାଯାଏ। ଏହା ସମ୍ପୂର୍ଣ୍ଣ ସ୍ୱୟଂକ୍ରିୟ (ଅଟୋମ୍ୟାଟିକ୍) ପ୍ରକ୍ରିୟା ତେବେ ମହାକାଶ ଯାତ୍ରୀ ଏହାକୁ ସତର୍କତାର ସହ ମନିଟରିଂ କରିଥାନ୍ତି। ଅନଡକିଂ ପରେ ସ୍ପେସ୍ କ୍ରାଫ୍ଟ ପୃଥିବୀ ଆଡକୁ ଅଗ୍ରସର ହେବ। ପୁଣି ରେଟ୍ରୋଗ୍ରେଡ ବର୍ଣ୍ଣରେ ରକେଟ ଫାୟରିଂ କରି ପୃଥିବୀର ଗୁରୁତ୍ୱାକର୍ଷଣ କ୍ଷେତ୍ରରେ ପ୍ରବେଶ କରିବ। ମହାକାଶଯାନ ପୃଥିବୀ ବାୟୁମଣ୍ଡଳରେ ପ୍ରବେଶ କରିବାମାତ୍ରେ ଭୀଷଣ ଗରମ ଓ ଘର୍ଷଣର ସମ୍ମୁଖୀନ ହେବ। ଏହି ସମୟରେ ଯାନର ଘଣ୍ଟାପ୍ରତି ବେଗ ୨୮ ହଜାର କିଲୋମିଟର ଥିବ, ଯାହା

କେଉଁ ରକେଟରେ ପୃଥିବୀକୁ ଫେରିବେ ଶୁଭାଂଶୁ, ଜାଣନ୍ତୁ କିପରି ହେବ ଲ୍ୟାଣ୍ଡିଂ

ବେଙ୍ଗାଲୁରୁ ୧୪।୭:   ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ମହାକାଶରୁ ପୃଥିବୀ ଫେରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏକ୍ସିଓମ-୪ ମିସନରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସଏସ୍)କୁ ଯାଇଥିବା ଶୁଭାଂଶୁ ୧୫ ଜୁଲାଇ ଅପରାହ୍ନ ୩ଟା ସୁଦ୍ଧା ପୃଥିବୀରେ ଅବତରଣ କରିପାରନ୍ତି। କେନ୍ଦ୍ରମନ୍ତ୍ରୀ ଡ.ଜିତେନ୍ଦ୍ର ସିଂହ ତାଙ୍କର ପୃଥିବୀକୁ ଫେରିବା ପ୍ରକ୍ରିଆ ୧୪ ଜୁଲାଇ ସାଢେ ୪ଟାରୁ ଆରମ୍ଭ ହୋଇ ସାରିଥିବା ସୂଚିତ କରିଛନ୍ତି। କ୍ରୁ ଡ୍ରାଗନ ସ୍ପେସ୍ କ୍ରାଫ୍ଟ ଅନଡକିଂ ପ୍ରକ୍ରିୟା ଆରମ୍ଭ କରିଛି। ଏବେ ପ୍ରଶ୍ନ ଉଠିବା ସ୍ୱଭାବିକ ମହାକାଶରୁ ପୃଥିବୀକୁ ଫେରିବାର ରୋମାଞ୍ଚକର ଯାତ୍ରା କିପରି ପୂରଣ ହେବ? ଆସନ୍ତୁ ଜାଣିବା। 

ଏଥିପାଇଁ ପ୍ରଥମେ କ୍ରୁ ଡ୍ରାଗନ ସ୍ପେସ୍ କ୍ରାଫ୍ଟ ଧିରେ ଧିରେ ଆଇଏସଏସରୁ ପୃଥକ ହେବ। ଏହି ପ୍ରକ୍ରିୟାକୁ ଅନଡକିଂ ପ୍ରକ୍ରିୟା କୁହାଯାଏ। ଏହା ସମ୍ପୂର୍ଣ୍ଣ ସ୍ୱୟଂକ୍ରିୟ (ଅଟୋମ୍ୟାଟିକ୍) ପ୍ରକ୍ରିୟା ତେବେ ମହାକାଶ ଯାତ୍ରୀ ଏହାକୁ ସତର୍କତାର ସହ ମନିଟରିଂ କରିଥାନ୍ତି। ଅନଡକିଂ ପରେ ସ୍ପେସ୍ କ୍ରାଫ୍ଟ ପୃଥିବୀ ଆଡକୁ ଅଗ୍ରସର ହେବ। ପୁଣି ରେଟ୍ରୋଗ୍ରେଡ ବର୍ଣ୍ଣରେ ରକେଟ ଫାୟରିଂ କରି ପୃଥିବୀର ଗୁରୁତ୍ୱାକର୍ଷଣ କ୍ଷେତ୍ରରେ ପ୍ରବେଶ କରିବ। 

ମହାକାଶଯାନ ପୃଥିବୀ ବାୟୁମଣ୍ଡଳରେ ପ୍ରବେଶ କରିବାମାତ୍ରେ ଭୀଷଣ ଗରମ ଓ ଘର୍ଷଣର ସମ୍ମୁଖୀନ ହେବ। ଏହି ସମୟରେ ଯାନର ଘଣ୍ଟାପ୍ରତି ବେଗ ୨୮ ହଜାର କିଲୋମିଟର ଥିବ, ଯାହା ଯେତେ ତଳକୁ ତଳ ଆସିବା ତାହା କ୍ରମେ କ୍ରମେ କମ୍ ହେବାରେ ଲାଗିବ। ମହାକାଶ ଯାନ ବାୟୁମଣ୍ଡଳରେ ପ୍ରବେଶ କରିବା ପରେ ପ୍ରଥମେ ଛୋଟ ଓ ପରେ ବଡ଼ ପାରାସ୍ୟୁଟ ଖୋଲିବ। ଏହା ଯାନର ବେଗକୁ ହ୍ରାସ କରିବ। ଏହି ପ୍ରକ୍ରିୟା ଯାନର ସୁରକ୍ଷିତ ସ୍ପ୍ଲାସ ଡାଉନ ଲ୍ୟାଣ୍ଡିଂ ସୁରକ୍ଷିତ କରିବ। 

ନାସା ଅନୁସାରେ ଯଦି ପାଗ ଅନୁକୂଳ ରହିଲା ତେବେ ଶୁଭାଂଶୁ ଶୁକ୍ଲା ଓ ତାଙ୍କ ଟିମ୍ କାଲିଫର୍ଣ୍ଣିୟା ଉପକୂଳ ସମୁଦ୍ରରେ ଅବତରଣ କରିବେ। ନାସା ଏହି ଲ୍ୟାଣ୍ଡିଂର ଲାଇଭ ପ୍ରସାରଣ ମଧ୍ୟ କରିବ। ଅନଡକିଂରୁ ଆରମ୍ଭ କରି ସ୍ପ୍ଲାସ ଡାଉନ ପର୍ଯ୍ୟନ୍ତ ପ୍ରକ୍ରିୟାଲାଗି ୧୨ରୁ ୧୬ ଘଣ୍ଟା ସମୟ ଲାଗିପାରେ। ସାଧାରଣତଃ କ୍ରୁ ଡ୍ରାଗନ ଆଟଲାଣ୍ଟିକ୍ ମହାସାଗର ଅଥବା ଗଲଫ ଅଫ ମେକ୍ସିକୋରେ ଅବତରଣ କରେ। ସ୍ପେସ୍-ଏକ୍ସ ରିକଭରି ଟିମ୍ ତୁରନ୍ତ ଯାନକୁ ଜାହଜ ଉପରକୁ ଉଠାନ୍ତି ଓ ଯାତ୍ରୀଙ୍କୁ ସୁରକ୍ଷିତ ବାହାରକୁ ବାହାର କରନ୍ତି। 

ଡ୍ରାଗନ ଯାନ ପାଖାପାଖି ୨୬୩ କେଜି ବୈଜ୍ଞାନିକ ଉପକରଣ ଓ ଡାଟା ସହିତ ଫେରୁଛି। ଏଥିରେ ନାସାଙ୍କ ହାର୍ଡୱେର ସହିତ ୬୦ରୁ ଅଧିକ ମହାକାଶ ପରୀକ୍ଷା ସମ୍ପର୍କିତ ସାମଗ୍ରୀ ମଧ୍ୟ ପୃଥିବୀକୁ ଫେରୁଛି।