୨୦୩୦ ସୁଦ୍ଧା ଭାରତର ଅର୍ଥନୀତି ୭ ଟ୍ରିଲିଅନ୍ରେ ସୀମିତ ରହିବ: ପିଏଚ୍ଡିସିସିଆଇ ରିପୋର୍ଟ
ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହାଙ୍କ ଠାରୁ ଆରମ୍ଭ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କର ବିଭିନ୍ନ ମନ୍ତ୍ରୀମାନେ ୨୦୨୩ ସୁଦ୍ଧା ଦେଶରେ ଅର୍ଥନୀତୀ ୩୦ ଟ୍ରିଲିଅନ ଡଲାର ହେବ ବୋଲି କହି ଆସୁଛନ୍ତି। ହେଲେ ଇଣ୍ଡଷ୍ଟ୍ରୀ ବଡି(ଶିଳ୍ପ ବିଶ୍ଳେଷକ ସଂସ୍ଥା) ପିଏଚ୍ଡି ଚାମ୍ବର ଅଫ୍ କମର୍ଶ ଆଣ୍ଡ ଇଣ୍ଡଷ୍ଟ୍ରୀ(PHDCCI) ଅନୁସାରେ, ୨୦୩୦ ସୁଦ୍ଧା ଭାରତର ଅର୍ଥନୀତି ମାତ୍ର ୭ ଟ୍ରିଲିଅନ ଡଲାରରେ ସୀମିତ ରହିବ। ଭାରତ ଏସିଆରେ ଦ୍ୱିତୀୟ ଓ ବିଶ୍ୱର ତୃତୀୟ ବଡ଼ ଅର୍ଥନୀତିର ଦେଶ ହେବ। ପିଏଚ୍ଡିସିସିଆଇ ବୁଧବାର ରିପୋର୍ଟ ଜାରି କରିଥିବା ରିପୋର୍ଟରେ ଏହି ତଥ୍ୟ ଦେଇଛି। ଦେଶରେ ଅର୍ଥନୈତିକ ବ୍ୟାପକ ସଂକେତଗୁଡ଼ିକ ଯଥା ଜିଡିପି ଅଭିବୃଦ୍ଧି, ରପ୍ତାନୀ ଅଭିବୃଦ୍ଧି, ମୋଟ ଜାତୀୟ ସଂଚୟ, ମୋଟ ନିବେଶ ଓ ଜିଡିପି ଅନୁପାତରେ ଋଣ ଭାର ଆଦିକୁ ବିଶ୍ଳେଷଣ କରିବା ପରେ ପିଏଚ୍ଡିସିସିଆଇ ଏହି ରିପୋର୍ଟ ଦେଇଛି। ପିଏଚ୍ଡିସିସିଆଇର ଅଧ୍ୟକ୍ଷ ସଞ୍ଜୀବ ଅଗରୱାଲ କହିଛନ୍ତି “ ଗତ ଦୁଇ ବର୍ଷ ହେଲା ଲଗାତର ଜିଡିପି ଅଭିବୃଦ୍ଧି ହାର ୭ ପ୍ରତିଶତରୁ ଅଧିକ ଚାଲୁଛି। ଯଦି ଚଳିତ ବର୍ଷ ଏଭଳି ସ୍ଥିତି ରହେ ତେବେ ୨୦୨୪ରେ ଭାରତର ଅର୍ଥନୀତି ୪ ଟ୍ରିଲିଅନ ଡଲାର ହୋଇଯିବ।” ବିଶ୍ୱରେ ପ୍ରତିକୂଳ ପରିସ୍ଥିତି ରହିଥିବା ସତ୍ତ୍ୱେ ଭାରତର ଅର୍ଥବ୍ୟବସ୍ଥା ନମନୀୟତା ରହିଛି ବୋଲି ରିପୋର୍ଟରେ କୁହାଯାଇଛି। ପଢ଼ନ୍ତୁ-ରିଲାଏନ୍ସ ଇଣ୍ଡ
ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହାଙ୍କ ଠାରୁ ଆରମ୍ଭ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କର ବିଭିନ୍ନ ମନ୍ତ୍ରୀମାନେ ୨୦୨୩ ସୁଦ୍ଧା ଦେଶରେ ଅର୍ଥନୀତୀ ୩୦ ଟ୍ରିଲିଅନ ଡଲାର ହେବ ବୋଲି କହି ଆସୁଛନ୍ତି। ହେଲେ ଇଣ୍ଡଷ୍ଟ୍ରୀ ବଡି(ଶିଳ୍ପ ବିଶ୍ଳେଷକ ସଂସ୍ଥା) ପିଏଚ୍ଡି ଚାମ୍ବର ଅଫ୍ କମର୍ଶ ଆଣ୍ଡ ଇଣ୍ଡଷ୍ଟ୍ରୀ(PHDCCI) ଅନୁସାରେ, ୨୦୩୦ ସୁଦ୍ଧା ଭାରତର ଅର୍ଥନୀତି ମାତ୍ର ୭ ଟ୍ରିଲିଅନ ଡଲାରରେ ସୀମିତ ରହିବ। ଭାରତ ଏସିଆରେ ଦ୍ୱିତୀୟ ଓ ବିଶ୍ୱର ତୃତୀୟ ବଡ଼ ଅର୍ଥନୀତିର ଦେଶ ହେବ। ପିଏଚ୍ଡିସିସିଆଇ ବୁଧବାର ରିପୋର୍ଟ ଜାରି କରିଥିବା ରିପୋର୍ଟରେ ଏହି ତଥ୍ୟ ଦେଇଛି।
ଦେଶରେ ଅର୍ଥନୈତିକ ବ୍ୟାପକ ସଂକେତଗୁଡ଼ିକ ଯଥା ଜିଡିପି ଅଭିବୃଦ୍ଧି, ରପ୍ତାନୀ ଅଭିବୃଦ୍ଧି, ମୋଟ ଜାତୀୟ ସଂଚୟ, ମୋଟ ନିବେଶ ଓ ଜିଡିପି ଅନୁପାତରେ ଋଣ ଭାର ଆଦିକୁ ବିଶ୍ଳେଷଣ କରିବା ପରେ ପିଏଚ୍ଡିସିସିଆଇ ଏହି ରିପୋର୍ଟ ଦେଇଛି। ପିଏଚ୍ଡିସିସିଆଇର ଅଧ୍ୟକ୍ଷ ସଞ୍ଜୀବ ଅଗରୱାଲ କହିଛନ୍ତି “ ଗତ ଦୁଇ ବର୍ଷ ହେଲା ଲଗାତର ଜିଡିପି ଅଭିବୃଦ୍ଧି ହାର ୭ ପ୍ରତିଶତରୁ ଅଧିକ ଚାଲୁଛି। ଯଦି ଚଳିତ ବର୍ଷ ଏଭଳି ସ୍ଥିତି ରହେ ତେବେ ୨୦୨୪ରେ ଭାରତର ଅର୍ଥନୀତି ୪ ଟ୍ରିଲିଅନ ଡଲାର ହୋଇଯିବ।” ବିଶ୍ୱରେ ପ୍ରତିକୂଳ ପରିସ୍ଥିତି ରହିଥିବା ସତ୍ତ୍ୱେ ଭାରତର ଅର୍ଥବ୍ୟବସ୍ଥା ନମନୀୟତା ରହିଛି ବୋଲି ରିପୋର୍ଟରେ କୁହାଯାଇଛି।
ପଢ଼ନ୍ତୁ-ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ ଗ୍ରୁପ୍ ମାର୍କେଟ୍ କ୍ୟାପ୍ ୨୦ ଲକ୍ଷ କୋଟି ପାର୍; ୯୦% କେବଳ ମୁକେଶ ଅମ୍ବାନୀଙ୍କର
ରିପୋର୍ଟରେ ଆହୁରି କୁହାଯାଇଛି ଯେ ବିଶ୍ୱରେ ଭୂରାଜନୈତିକ ବିବାଦ ବଢ଼ୁଥିବାରୁ ଗ୍ଲୋବାଲ ଭାଲ୍ୟୁ ଚେନ୍ର ବାଧାପ୍ରାପ୍ତ ହେଉଛି। ଫଳରେ ମହଙ୍ଗା ସ୍ଥିତି ସୃଷ୍ଟି ହେଉଛି। ହେଲେ ଭାରତର ଭୂ ରାଜନୈତିକ ଗୁରୁତ୍ୱ ବଢ଼ି ଚାଲିଛି। ବିଶ୍ୱ ନଜରରେ ଭାରତ ଭଲ ସ୍ଥିତିରେ ରହିଛି।
The post ୨୦୩୦ ସୁଦ୍ଧା ଭାରତର ଅର୍ଥନୀତି ୭ ଟ୍ରିଲିଅନ୍ରେ ସୀମିତ ରହିବ: ପିଏଚ୍ଡିସିସିଆଇ ରିପୋର୍ଟ appeared first on Prameya News7.