ଦୁର୍ନୀତିଖୋରଙ୍କୁ ED ଛାଟ, ୩ ଯନ୍ତ୍ରୀଙ୍କୁ ହାଜର ହେବାକୁ ନୋଟିସ୍
କରଞ୍ଜିଆ ୧୯/୦୩ :୨୦୨୦ ମସିହାରେ ହୋଇଥିବା ବହୁ ଚର୍ଚ୍ଚିତ ଯଶୀପୁର ବ୍ଲକର ୩ କୋଟି ୨୧ ଲକ୍ଷ ଟଙ୍କାର ମନରେଗା ଦୁର୍ନୀତି ମାମଲା । ୨୫ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣଙ୍କୁ EDର ନୋଟିସ୍ । ଏସମସ୍ତଙ୍କୁ ଆସନ୍ତା ୨୦ ତାରିଖ ଦିନ EDରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି । ସୂଚନା ଥାଉକି, ୨୦୨୦ ମସିହାର ଯଶୀପୁର ବ୍ଲକ୍ର ପୋଡ଼ାଗଡ, ବରେହିପାଣି, ଅସ୍ତକୁମାର, ଗୁରୁଗୁଡ଼ିଆ ଓ ଧଳାବଣୀ ଗ୍ରାମ ପଞ୍ଚାୟତରେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ନହୋଇ ମୋନରେଗା ଯୋଜନାରେ ୩ କୋଟି ୨୧ ଲକ୍ଷ ଟଙ୍କା ଆତ୍ମସାତ ହୋଇଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା ।ଏହା ପରେ ତତ୍କାଳୀନ ଯଶୀପୁର ବ୍ଳକ୍ ବିଡ଼ିଓ ଅନୁପମା ଘୋଷ ଏହି ଦୁର୍ନୀତିରେ ଜଡ଼ିତ ଥିବା ୨୫ ଜଣ ଅଭିଯୁକ୍ତଙ୍କ ନାମରେ ଯଶୀପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ସେମାନଙ୍କ ମଧ୍ୟରୁ ତତ୍କାଳିନ ସହକାରୀ ଯନ୍ତ୍ରୀ ରାଜେନ୍ଦ୍ର କୁମାର ପାତ୍ର, କନିଷ୍ଠ ଯନ୍ତ୍ରୀ ଦିବ୍ୟଲୋଚନ ନାୟକ(ବର୍ତ୍ତମାନ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକ୍ କନିଷ୍ଠ ଯନ୍ତ୍ରୀ)ଓ ପଡାଗୋଡ ଗ୍ରା.ପ.ର ତତ୍କାଳୀନ କନିଷ୍ଠ ଯନ୍ତ୍ରୀ(ବର୍ତ୍ତମାନ କେନ୍ଦୁଝର ଜିଲ୍ଲାର ସଦର ବ୍ଲକ୍ କନିଷ୍ଠ ଯନ୍ତ୍ରୀ)ସମୀର କବିଙ୍କୁ ED ନୋଟିସ୍ ଜାରି କରିଛି । ତେବେ ବାକି ଥିବା ଅନ୍ୟ ୨୨ ଜଣ ଅଭିଯୁକ୍ତଙ୍କୁ କେବେ ED ର ଡାକରା ଆସୁଛି ତା ଉପରେ ସମସ୍ତଙ୍କ ନଜର ରହିଛି ।you can also read...ବିଜେଡ଼ି ଲୋକସଭା କ୍ଷେତ୍ର
କରଞ୍ଜିଆ ୧୯/୦୩ :୨୦୨୦ ମସିହାରେ ହୋଇଥିବା ବହୁ ଚର୍ଚ୍ଚିତ ଯଶୀପୁର ବ୍ଲକର ୩ କୋଟି ୨୧ ଲକ୍ଷ ଟଙ୍କାର ମନରେଗା ଦୁର୍ନୀତି ମାମଲା । ୨୫ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣଙ୍କୁ EDର ନୋଟିସ୍ । ଏସମସ୍ତଙ୍କୁ ଆସନ୍ତା ୨୦ ତାରିଖ ଦିନ EDରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି ।
ସୂଚନା ଥାଉକି, ୨୦୨୦ ମସିହାର ଯଶୀପୁର ବ୍ଲକ୍ର ପୋଡ଼ାଗଡ, ବରେହିପାଣି, ଅସ୍ତକୁମାର, ଗୁରୁଗୁଡ଼ିଆ ଓ ଧଳାବଣୀ ଗ୍ରାମ ପଞ୍ଚାୟତରେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ନହୋଇ ମୋନରେଗା ଯୋଜନାରେ ୩ କୋଟି ୨୧ ଲକ୍ଷ ଟଙ୍କା ଆତ୍ମସାତ ହୋଇଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା ।
ଏହା ପରେ ତତ୍କାଳୀନ ଯଶୀପୁର ବ୍ଳକ୍ ବିଡ଼ିଓ ଅନୁପମା ଘୋଷ ଏହି ଦୁର୍ନୀତିରେ ଜଡ଼ିତ ଥିବା ୨୫ ଜଣ ଅଭିଯୁକ୍ତଙ୍କ ନାମରେ ଯଶୀପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ସେମାନଙ୍କ ମଧ୍ୟରୁ ତତ୍କାଳିନ ସହକାରୀ ଯନ୍ତ୍ରୀ ରାଜେନ୍ଦ୍ର କୁମାର ପାତ୍ର, କନିଷ୍ଠ ଯନ୍ତ୍ରୀ ଦିବ୍ୟଲୋଚନ ନାୟକ(ବର୍ତ୍ତମାନ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକ୍ କନିଷ୍ଠ ଯନ୍ତ୍ରୀ)ଓ ପଡାଗୋଡ ଗ୍ରା.ପ.ର ତତ୍କାଳୀନ କନିଷ୍ଠ ଯନ୍ତ୍ରୀ(ବର୍ତ୍ତମାନ କେନ୍ଦୁଝର ଜିଲ୍ଲାର ସଦର ବ୍ଲକ୍ କନିଷ୍ଠ ଯନ୍ତ୍ରୀ)ସମୀର କବିଙ୍କୁ ED ନୋଟିସ୍ ଜାରି କରିଛି । ତେବେ ବାକି ଥିବା ଅନ୍ୟ ୨୨ ଜଣ ଅଭିଯୁକ୍ତଙ୍କୁ କେବେ ED ର ଡାକରା ଆସୁଛି ତା ଉପରେ ସମସ୍ତଙ୍କ ନଜର ରହିଛି ।
you can also read...
ବିଜେଡ଼ି ଲୋକସଭା କ୍ଷେତ୍ର ୱାରି ସମୀକ୍ଷା, ଆଶାୟୀଙ୍କ ସହ ନବୀନଙ୍କ ଓ୍ୱାନ ଟୁ ଓ୍ୱାନ ସମୀକ୍ଷା