ଗୁଜୁରାଟ ବିଶ୍ୱବିଦ୍ୟାଳୟରେ ହଙ୍ଗାମା, ହଷ୍ଟେଲ୍‌ରେ ନମାଜ ପଢିବା ବେଳେ ଛାତ୍ରଙ୍କ ଆକ୍ରମଣ

ମୁମ୍ଵାଇ ୧୭।୦୩: ଗୁଜୁରାଟ ବିଶ୍ୱବିଦ୍ୟାଳୟରେ ବିଦେଶୀ ଛାତ୍ରଙ୍କ ମରାଣାନ୍ତକ ଆକ୍ରମଣର । ହଷ୍ଟେଲରେ ନମାଜ ପାଠ ବେଳେ ଛାତ୍ରଙ୍କୁ ମାରପିଟ୍‌ କରିବା ସହ ସମସ୍ତ ଜିନିଷ ଭଙ୍ଗାରୁଜା ମଧ୍ୟ କରିଛନ୍ତି। ଏଥିରେ ଆଫଗାନିସ୍ତାନ ଏବଂ ଉଜବେକିସ୍ତାନ, ଶ୍ରୀଲଙ୍କାର ବିଦେଶୀ ଛାତ୍ର ଗୁରୁତର ହୋଇଛନ୍ତି। କୁହାଯାଉଛି କି ଏହି ଛାତ୍ରମାନଙ୍କୁ ନମାଜ ପଢିବା ପାଇଁ ହିଁ ଆକ୍ରମଣ କରାଯାଇଥିଲା।ଶନିବାର ବିଳମ୍ବିତ ରାତିରେ ଘଟିଥିବା ଏହି ଘଟଣା ପରେ ବିଶ୍ୱବିଦ୍ୟାଳୟ ପରିସରରେ ଆତଙ୍କ ଖେଳିଯାଇଥିଲା। କିଛି ଛାତ୍ର ରମଜାନ ଥିବାରୁ ହଷ୍ଟେଲ ଭିତରେ ହିଁ  ନମାଜ ପଢୁଥିଲେ। ନମାଜ ପାଠ କରୁଥିବା ବେଳେ ଦଳେ ଦୁର୍ବୃତ୍ତ କ୍ୟାମ୍ପସ ଭିତରକୁ ପଶି ଆସିଥିଲେ। ସେହି ସମୟରେ କିଛି ପିଲା ଲାଠି-ଖଣ୍ଡା ଧରି ତାଙ୍କ ଉପରେ ମାରପିଟ୍‌ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଏପରିକି ହଷ୍ଟେଲ ସିକ୍ୟୁରିଟି ଗାର୍ଡ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ହେଲେ କିଛି କରି ପାରି ନଥିଲେ। ଏଥିରେ ବିଦେଶୀ ଛାତ୍ର ଗୁରୁତର ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ଏହି ଘଟଣାର ପୂରା ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ବିଧାୟକ, ପୂର୍ବତନ ବିଧାୟକଙ୍କ ସହ ନେତାମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହା ସହ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୁ

ଗୁଜୁରାଟ ବିଶ୍ୱବିଦ୍ୟାଳୟରେ ହଙ୍ଗାମା, ହଷ୍ଟେଲ୍‌ରେ ନମାଜ ପଢିବା ବେଳେ ଛାତ୍ରଙ୍କ ଆକ୍ରମଣ

ମୁମ୍ଵାଇ ୧୭।୦୩: ଗୁଜୁରାଟ ବିଶ୍ୱବିଦ୍ୟାଳୟରେ ବିଦେଶୀ ଛାତ୍ରଙ୍କ ମରାଣାନ୍ତକ ଆକ୍ରମଣର । ହଷ୍ଟେଲରେ ନମାଜ ପାଠ ବେଳେ ଛାତ୍ରଙ୍କୁ ମାରପିଟ୍‌ କରିବା ସହ ସମସ୍ତ ଜିନିଷ ଭଙ୍ଗାରୁଜା ମଧ୍ୟ କରିଛନ୍ତି। ଏଥିରେ ଆଫଗାନିସ୍ତାନ ଏବଂ ଉଜବେକିସ୍ତାନ, ଶ୍ରୀଲଙ୍କାର ବିଦେଶୀ ଛାତ୍ର ଗୁରୁତର ହୋଇଛନ୍ତି। କୁହାଯାଉଛି କି ଏହି ଛାତ୍ରମାନଙ୍କୁ ନମାଜ ପଢିବା ପାଇଁ ହିଁ ଆକ୍ରମଣ କରାଯାଇଥିଲା।

ଶନିବାର ବିଳମ୍ବିତ ରାତିରେ ଘଟିଥିବା ଏହି ଘଟଣା ପରେ ବିଶ୍ୱବିଦ୍ୟାଳୟ ପରିସରରେ ଆତଙ୍କ ଖେଳିଯାଇଥିଲା। କିଛି ଛାତ୍ର ରମଜାନ ଥିବାରୁ ହଷ୍ଟେଲ ଭିତରେ ହିଁ  ନମାଜ ପଢୁଥିଲେ। ନମାଜ ପାଠ କରୁଥିବା ବେଳେ ଦଳେ ଦୁର୍ବୃତ୍ତ କ୍ୟାମ୍ପସ ଭିତରକୁ ପଶି ଆସିଥିଲେ। ସେହି ସମୟରେ କିଛି ପିଲା ଲାଠି-ଖଣ୍ଡା ଧରି ତାଙ୍କ ଉପରେ ମାରପିଟ୍‌ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଏପରିକି ହଷ୍ଟେଲ ସିକ୍ୟୁରିଟି ଗାର୍ଡ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ହେଲେ କିଛି କରି ପାରି ନଥିଲେ। ଏଥିରେ ବିଦେଶୀ ଛାତ୍ର ଗୁରୁତର ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

ବର୍ତ୍ତମାନ ଏହି ଘଟଣାର ପୂରା ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ବିଧାୟକ, ପୂର୍ବତନ ବିଧାୟକଙ୍କ ସହ ନେତାମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହା ସହ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତଙ୍କୁ ଯଥାଶୀଘ୍ର ଗିରଫ କରିବା ସହ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।