CPECକୁ ଆଫଗାନିସ୍ତାନ ଯାଏ ବଢାଇବ ଚୀନ, ପାକିସ୍ତାନ ସହ ମିଶି ନୂଆ ଷଡ଼ଯନ୍ତ୍ର କରୁଛି ବେଜିଂ

ନୂଆଦିଲ୍ଲୀ: ତାଲିବାନ ସହ ଭାରତର ବଢୁଥିବା ସମ୍ପର୍କ ଦେଖି ନୂଆ ଚାଲ୍ ଆରମ୍ଭ କରିଛି ଚୀନ । ପାକିସ୍ତାନ ଓ ଆଫଗାନିସ୍ତାନ ବିଦେଶ ମନ୍ତ୍ରୀଙ୍କ ସହ ହୋଇଥିବା ବୈଠକରେ ଚୀନ ଏକ ବଡ଼ ଘୋଷଣା କରିଛି । ଏହା ଅନୁସାରେ ଏବେ ଚୀନ-ପାକିସ୍ତାନ ଅର୍ଥନୈତିକ କିରଡରକୁ ଆଫଗାନିସ୍ତାନ ଯାଏ ବିସ୍ତାର କରାଯିବ । ଅନୁମାନ କରାଯାଉଛି ଯେ ପାକିସ୍ତାନ ସହ ଆଫଗାନିସ୍ତାନର ସମ୍ପର୍କରେ ସୁଧାର ଆଣିବା ପାଇଁ ଚୀନ ଏହି ରଣନୀତି କରିଛି । ଆଫଗାନିସ୍ତାନରେ ତାଲିବାନ ଶାସନ ସ୍ଥାପନ ହେବା ପରେ ପାକିସ୍ତାନ ନିଜ ପତିଆରା ବଢାଇବ ବୋଲି ଆଶା କରିଥିଲା, କିନ୍ତୁ ତାଲିବାନ ସେପରି କରାଇ ଦେଲାନି । ତେଣୁ ଚୀନ ଏବେ ଏଥିରେ ନିଜ ମୁଣ୍ଡ ଖେଳାଇବା ଆରମ୍ଭ କରିଛି ।ପାକିସ୍ତାନ ବିଦେଶ ମନ୍ତ୍ରୀ ଇଶାକ ଡାର, ଚୀନ ବିଦେଶ ମନ୍ତ୍ରୀ ୱାଙ୍ଗ ୱିଙ୍କ ସହ ଆଫଗାନିସ୍ତାନ ସମକକ୍ଷ ଆମିର ଖାନ ମୁସ୍ତାକି ବୈଠକ କରିଛନ୍ତି । ଏହା ବୈଠକରେ CPECକୁ ଆଫଗାନିସ୍ତାନ ଯାଏ ବଢାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହା ବ୍ୟତୀତ ଏବେ ତିନି ଦେଶର ପରବର୍ତ୍ତୀ ବୈଠକ ଆଫଗାନିସ୍ତାନରେ ହେବା ନେଇ ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ଇଶାକ ଡାର ଚୀନ ଓ ଆଫଗାନିସ୍ତାନ ବିଦେଶ ମନ୍ତ୍ରୀଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ଏଥିରେ ସେ ଲେଖିଛନ୍ତି, ଚୀନ, ଆଫଗାନିସ୍ତାନ ଓ ପାକିସ୍ତାନ କ୍ଷେତ୍ରୀୟ ଶାନ୍ତି, ସ୍ଥିରତା ଓ ବିକାଶ ସହ ଅଛନ୍ତି । ଅନୁମାନ କରାଯାଉଛି ଯେ CPEC ବିସ୍ତାର ପଛରେ ଅନ୍ୟ ଏକ

CPECକୁ ଆଫଗାନିସ୍ତାନ ଯାଏ ବଢାଇବ ଚୀନ, ପାକିସ୍ତାନ ସହ ମିଶି ନୂଆ ଷଡ଼ଯନ୍ତ୍ର କରୁଛି ବେଜିଂ

ନୂଆଦିଲ୍ଲୀ: ତାଲିବାନ ସହ ଭାରତର ବଢୁଥିବା ସମ୍ପର୍କ ଦେଖି ନୂଆ ଚାଲ୍ ଆରମ୍ଭ କରିଛି ଚୀନ । ପାକିସ୍ତାନ ଓ ଆଫଗାନିସ୍ତାନ ବିଦେଶ ମନ୍ତ୍ରୀଙ୍କ ସହ ହୋଇଥିବା ବୈଠକରେ ଚୀନ ଏକ ବଡ଼ ଘୋଷଣା କରିଛି । ଏହା ଅନୁସାରେ ଏବେ ଚୀନ-ପାକିସ୍ତାନ ଅର୍ଥନୈତିକ କିରଡରକୁ ଆଫଗାନିସ୍ତାନ ଯାଏ ବିସ୍ତାର କରାଯିବ । ଅନୁମାନ କରାଯାଉଛି ଯେ ପାକିସ୍ତାନ ସହ ଆଫଗାନିସ୍ତାନର ସମ୍ପର୍କରେ ସୁଧାର ଆଣିବା ପାଇଁ ଚୀନ ଏହି ରଣନୀତି କରିଛି । ଆଫଗାନିସ୍ତାନରେ ତାଲିବାନ ଶାସନ ସ୍ଥାପନ ହେବା ପରେ ପାକିସ୍ତାନ ନିଜ ପତିଆରା ବଢାଇବ ବୋଲି ଆଶା କରିଥିଲା, କିନ୍ତୁ ତାଲିବାନ ସେପରି କରାଇ ଦେଲାନି । ତେଣୁ ଚୀନ ଏବେ ଏଥିରେ ନିଜ ମୁଣ୍ଡ ଖେଳାଇବା ଆରମ୍ଭ କରିଛି ।

ପାକିସ୍ତାନ ବିଦେଶ ମନ୍ତ୍ରୀ ଇଶାକ ଡାର, ଚୀନ ବିଦେଶ ମନ୍ତ୍ରୀ ୱାଙ୍ଗ ୱିଙ୍କ ସହ ଆଫଗାନିସ୍ତାନ ସମକକ୍ଷ ଆମିର ଖାନ ମୁସ୍ତାକି ବୈଠକ କରିଛନ୍ତି । ଏହା ବୈଠକରେ CPECକୁ ଆଫଗାନିସ୍ତାନ ଯାଏ ବଢାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହା ବ୍ୟତୀତ ଏବେ ତିନି ଦେଶର ପରବର୍ତ୍ତୀ ବୈଠକ ଆଫଗାନିସ୍ତାନରେ ହେବା ନେଇ ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ଇଶାକ ଡାର ଚୀନ ଓ ଆଫଗାନିସ୍ତାନ ବିଦେଶ ମନ୍ତ୍ରୀଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ଏଥିରେ ସେ ଲେଖିଛନ୍ତି, ଚୀନ, ଆଫଗାନିସ୍ତାନ ଓ ପାକିସ୍ତାନ କ୍ଷେତ୍ରୀୟ ଶାନ୍ତି, ସ୍ଥିରତା ଓ ବିକାଶ ସହ ଅଛନ୍ତି । ଅନୁମାନ କରାଯାଉଛି ଯେ CPEC ବିସ୍ତାର ପଛରେ ଅନ୍ୟ ଏକ କାରଣ ହେଉଛି ଚାହବାର ପୋର୍ଟକୁ ନେଇ ଆଫଗାନିସ୍ତାନ ଅଧିକ ଆଗ୍ରହ ଦେଖାଉଥିଲା । ଉଲ୍ଲେଖଯୋଗ୍ୟ ଯେ ଏହି ବନ୍ଦରକୁ ଭାରତ ଓ ଇରାନ ମିଳିତ ଭାବେ ବିକଶିତ କରିଛନ୍ତି । ତେଣୁ ଭାରତ ସହ ଆଫଗାନିସ୍ତାନର ବଢୁଥିବା ଘନିଷ୍ଠତାକୁ ରୋକିବା ପାଇଁ ଚୀନ ନୂଆ ଚାଲ୍ ଚଲାଇଛି ।

ଉଲ୍ଲେଖଯୋଗ୍ୟ ଯେ ଆଫଗାନିସ୍ତାନରେ ତାଲିବାନ ଶାସନକୁ ମନ୍ୟତା ଦେଇଥିବା ଦେଶ ମଧ୍ୟରେ ଚୀନ ପ୍ରଥମ ଥିଲା । କିନ୍ତୁ ପରେ ଭାରତ ସହ ତାଲିବାନର ସମ୍ପର୍କରେ ସୁଧାର ଆସିବା ଦେଖି ଚୀନ ନିଜ ସମ୍ପର୍କକୁ ମଜଭୁତ କରୁଛି । ଉଲ୍ଲେଖଯୋଗ୍ୟ ଯେ CPECର ଗୋଟିଏ ଅଂଶ ପାକିସ୍ତାନ ଅଧିକୃତ କାଶ୍ମୀର ଦେଇ ଯିବ, ଯାହାକୁ ନେଇ ଭାରତ ପୂର୍ବରୁ ଆପତ୍ତି ଉଠାଇ ସାରିଛି । ଏହି କାରଣରୁ ଭାରତ, ଚୀନର ବେଲ୍ଟ ରୋଡ୍ ଇନିସିଏଟିଭରେ ସାମିଲ ହେବାକୁ ମନା କରିଥିଲା । ଚୀନର BRI ଯୋଜନାର ଗୋଟିଏ ଅଂଶ ହେଉଛି CPEC ।