ଜେଲ ନୁହେଁ ନର୍କ! ଆମେରିକାର ଏହି ଜେଲ୍‌କୁ ଯିବାକୁ ଭୟ କରନ୍ତି କଏଦୀ, ମିଳେ କଳାପାଣିଠାରୁ ଅଧିକ ଦଣ୍ଡ

ଦୁନିଆରେ ଏଭଳି କିଛି ଜେଲ ଅଛି, ଯାହାର କାହାଣୀ ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ। ସେଥିରୁ ଗୋଟିଏ ଜେଲ ଆମେରିକା କ୍ୟୁବାର ଗ୍ବାନ୍ତାନାମୋ ବେରେ ନିର୍ମାଣ କରିଛି। ଏଠାରେ ବିନା ଶୁଣାଣୀରେ ଦୀର୍ଘଦିନ ଧରି କୁଖ୍ୟାତ ଅପରାଧୀଙ୍କୁ ରଖାଯାଇଥାଏ। ଏହି ଜେଲକୁ ଆତଙ୍କବାଦର ସନ୍ଦିଗ୍ଧ ଏବଂ ଅବୈଧ ଶତ୍ରୁଙ୍କୁ ରଖିବାକୁ ନିର୍ମାଣ କରାଯାଇଛି, ଯାହାଙ୍କୁ ଦୀର୍ଘଦିନ ଯାଏ ଦଣ୍ଡ ଦିଆଯାଏ। କଏଦୀମାନଙ୍କୁ ଦଣ୍ଡସ୍ବରୂପ ଶୋଇବାକୁ ଦିଆଯାଏ ନାହିଁ। ଗୋଟିଏ ଛୋଟିଆ କୋଠରୀରେ ରଖାଯାଏ। କ୍ୟୁବାରେ ଥିବା […] The post ଜେଲ ନୁହେଁ ନର୍କ! ଆମେରିକାର ଏହି ଜେଲ୍‌କୁ ଯିବାକୁ ଭୟ କରନ୍ତି କଏଦୀ, ମିଳେ କଳାପାଣିଠାରୁ ଅଧିକ ଦଣ୍ଡ appeared first on Dharitri Odia News.

ଜେଲ ନୁହେଁ ନର୍କ! ଆମେରିକାର ଏହି ଜେଲ୍‌କୁ ଯିବାକୁ ଭୟ କରନ୍ତି କଏଦୀ, ମିଳେ କଳାପାଣିଠାରୁ ଅଧିକ ଦଣ୍ଡ

ଦୁନିଆରେ ଏଭଳି କିଛି ଜେଲ ଅଛି, ଯାହାର କାହାଣୀ ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ। ସେଥିରୁ ଗୋଟିଏ ଜେଲ ଆମେରିକା କ୍ୟୁବାର ଗ୍ବାନ୍ତାନାମୋ ବେରେ ନିର୍ମାଣ କରିଛି। ଏଠାରେ ବିନା ଶୁଣାଣୀରେ ଦୀର୍ଘଦିନ ଧରି କୁଖ୍ୟାତ ଅପରାଧୀଙ୍କୁ ରଖାଯାଇଥାଏ। ଏହି ଜେଲକୁ ଆତଙ୍କବାଦର ସନ୍ଦିଗ୍ଧ ଏବଂ ଅବୈଧ ଶତ୍ରୁଙ୍କୁ ରଖିବାକୁ ନିର୍ମାଣ କରାଯାଇଛି, ଯାହାଙ୍କୁ ଦୀର୍ଘଦିନ ଯାଏ ଦଣ୍ଡ ଦିଆଯାଏ। କଏଦୀମାନଙ୍କୁ ଦଣ୍ଡସ୍ବରୂପ ଶୋଇବାକୁ ଦିଆଯାଏ ନାହିଁ। ଗୋଟିଏ ଛୋଟିଆ କୋଠରୀରେ ରଖାଯାଏ।

କ୍ୟୁବାରେ ଥିବା ଆମେରିକାର ବେସର ସ୍ଥାପନା ୧୯୦୩ରେ ହୋଇଥିଲା। ହେଲେ ଜେଲକୁ ୯/୧୧ ଆକ୍ରମଣ ପରେ ନିର୍ମାଣ କରାଯାଇଥିଲା। ସେବେଠାରୁ ଆତଙ୍କବାଦ ସହ ଜଡ଼ିତ ଲୋକଙ୍କୁ ଏଠାରେ ରଖାଯାଉଛି। ଏକଦା କଏଦୀମାନେ ଦଣ୍ଡ ସହି ନପାରି ବିରୋଧ କରିବାକୁ ନିଷ୍ପତ୍ତି ନେଇଥିଲେ। ସେମାନେ ଅନଶନ କରିବା ପରେ ତାଙ୍କୁ ଜବରଦସ୍ତ ଭାବେ ପାଇପ ଯୋଗେ ଖାଦ୍ୟ ଖୁଆଯାଇଥିଲା।

The post ଜେଲ ନୁହେଁ ନର୍କ! ଆମେରିକାର ଏହି ଜେଲ୍‌କୁ ଯିବାକୁ ଭୟ କରନ୍ତି କଏଦୀ, ମିଳେ କଳାପାଣିଠାରୁ ଅଧିକ ଦଣ୍ଡ appeared first on Dharitri Odia News.