IPLର ବଳକା ମ୍ୟାଚ୍ ପାଇଁ ନୂଆ ନିୟମ, ଅସ୍ଥାୟୀ ରିପ୍ଲେସମେଣ୍ଟରେ ଖେଳାଳି ଆଣିପାରିବେ ଟିମ୍
ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ସଂଘର୍ଷ ଯୋଗୁଁ ସ୍ଥଗିତ ଥିବା ଆଇପିଏଲ୍ ପୁଣି ଥରେ ମେ ୧୭ରୁ ଆରମ୍ଭ ହେବ । ଆଇପିଏଲ୍ ୨୦୨୫ର ଅନ୍ତିମ ପର୍ଯ୍ୟାୟ ପାଇଁ ଟିମ୍ ଅସ୍ଥାୟୀ ରିପ୍ଲେସମେଣ୍ଟରେ ଖେଳାଳିଙ୍କ ସହ ଚୁକ୍ତି କରିପାରିବେ । କିନ୍ତୁ ଖେଳାଳିଙ୍କୁ ପରବର୍ତ୍ତୀ ନିଲାମୀ ପୂର୍ବରୁ ରିଟେନ୍ କରିପାରିବେ ନାହିଁ ।ଭାରତ ଓ ପାକିସ୍ତନ ମଧ୍ୟରେ ସଂଘର୍ଷକୁ ଲିଗ୍ ତାରିଖରେ ପରବର୍ତ୍ତନ ଘଟିଛି । ନୂଆ ତାରିଖ ଯୋଗୁଁ କିଛି ଖେଳାଳିଙ୍କ ସିଡ୍ୟୁଲ୍ ଆଇପିଏଲ୍ ଖେଳିବା ପାଇଁ ଅନୁମତି ଦେଉ ନାହିଁ । ତେବେ ଅଧିକାଂଶ ବିଦେଶୀ ଖେଳାଳି ଭାରତକୁ ଫେରି ଆସିଛନ୍ତି, କିନ୍ତୁ ଅନ୍ୟ କିଛି ଜଣ ଟୁର୍ଣ୍ଣାମେଣ୍ଟରେ ସାମିଲ ନହେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏଥିରେ ଦିଲ୍ଲୀ କ୍ୟାପିଟାଲ୍ସର ଜ୍ୟାକ୍ ଫ୍ରେଜର-ମ୍ୟାକଗର୍କ ଓ ଚେନ୍ନାଇ ସୁପର କିଙ୍ଗ୍ସର ଜେମି ଓଭର୍ଟନ୍ ସାମିଲ ଅଛନ୍ତି ।ବର୍ତ୍ତମାନର ନିୟମ ଅନୁସାରେ ଟିମ୍ର କୌଣସି ଖେଳାଳି ଅସୁସ୍ଥ କିମ୍ୱା ଆହତ ହେବା ସ୍ଥିତିରେ ହିଁ ରିପ୍ଲେସମେଣ୍ଟ ନେଇପାରିବେ । ତାହା ବି ସିଜିନର ୧୨ତମ ମ୍ୟାଚ୍ ଯାଏ, କିନ୍ତୁ ଏବେ ଲିଗ୍ ନିଜ ନିୟମରେ ପରିବର୍ତ୍ତନ କରିଛି । ଏହା ଅନୁସାରେ ଟିମ୍ ବଳକା ଥିବା ସିଜିନ୍ ପାଇଁ ଅସ୍ଥାୟୀ ରିପ୍ଲେସମେଣ୍ଟରେ ଖେଳାଳି ନେଇପାରିବେ । ଅନ୍ୟପଟେ ଆଇପିଏଲ୍ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ଲିଗ୍ ଶେଷ ପରେ ଯେଉଁ ଖେଳାଳି ଅସ୍ଥାୟୀ ଭାବେ ଟିମ୍ରେ ସାମିଲ ଥିବେ, ସେମାନଙ୍କୁ ରିଟ
ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ସଂଘର୍ଷ ଯୋଗୁଁ ସ୍ଥଗିତ ଥିବା ଆଇପିଏଲ୍ ପୁଣି ଥରେ ମେ ୧୭ରୁ ଆରମ୍ଭ ହେବ । ଆଇପିଏଲ୍ ୨୦୨୫ର ଅନ୍ତିମ ପର୍ଯ୍ୟାୟ ପାଇଁ ଟିମ୍ ଅସ୍ଥାୟୀ ରିପ୍ଲେସମେଣ୍ଟରେ ଖେଳାଳିଙ୍କ ସହ ଚୁକ୍ତି କରିପାରିବେ । କିନ୍ତୁ ଖେଳାଳିଙ୍କୁ ପରବର୍ତ୍ତୀ ନିଲାମୀ ପୂର୍ବରୁ ରିଟେନ୍ କରିପାରିବେ ନାହିଁ ।
ଭାରତ ଓ ପାକିସ୍ତନ ମଧ୍ୟରେ ସଂଘର୍ଷକୁ ଲିଗ୍ ତାରିଖରେ ପରବର୍ତ୍ତନ ଘଟିଛି । ନୂଆ ତାରିଖ ଯୋଗୁଁ କିଛି ଖେଳାଳିଙ୍କ ସିଡ୍ୟୁଲ୍ ଆଇପିଏଲ୍ ଖେଳିବା ପାଇଁ ଅନୁମତି ଦେଉ ନାହିଁ । ତେବେ ଅଧିକାଂଶ ବିଦେଶୀ ଖେଳାଳି ଭାରତକୁ ଫେରି ଆସିଛନ୍ତି, କିନ୍ତୁ ଅନ୍ୟ କିଛି ଜଣ ଟୁର୍ଣ୍ଣାମେଣ୍ଟରେ ସାମିଲ ନହେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏଥିରେ ଦିଲ୍ଲୀ କ୍ୟାପିଟାଲ୍ସର ଜ୍ୟାକ୍ ଫ୍ରେଜର-ମ୍ୟାକଗର୍କ ଓ ଚେନ୍ନାଇ ସୁପର କିଙ୍ଗ୍ସର ଜେମି ଓଭର୍ଟନ୍ ସାମିଲ ଅଛନ୍ତି ।
ବର୍ତ୍ତମାନର ନିୟମ ଅନୁସାରେ ଟିମ୍ର କୌଣସି ଖେଳାଳି ଅସୁସ୍ଥ କିମ୍ୱା ଆହତ ହେବା ସ୍ଥିତିରେ ହିଁ ରିପ୍ଲେସମେଣ୍ଟ ନେଇପାରିବେ । ତାହା ବି ସିଜିନର ୧୨ତମ ମ୍ୟାଚ୍ ଯାଏ, କିନ୍ତୁ ଏବେ ଲିଗ୍ ନିଜ ନିୟମରେ ପରିବର୍ତ୍ତନ କରିଛି । ଏହା ଅନୁସାରେ ଟିମ୍ ବଳକା ଥିବା ସିଜିନ୍ ପାଇଁ ଅସ୍ଥାୟୀ ରିପ୍ଲେସମେଣ୍ଟରେ ଖେଳାଳି ନେଇପାରିବେ । ଅନ୍ୟପଟେ ଆଇପିଏଲ୍ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ଲିଗ୍ ଶେଷ ପରେ ଯେଉଁ ଖେଳାଳି ଅସ୍ଥାୟୀ ଭାବେ ଟିମ୍ରେ ସାମିଲ ଥିବେ, ସେମାନଙ୍କୁ ରିଟେନ୍ କରାଯାଇପାରିବ ନାହିଁ ।
ଆଇପିଏଲ୍ ୨୦୨୫ର ଅବଶିଷ୍ଟ ୧୬ ମ୍ୟାଚ୍ ଦେଶର ୬ଟି ସହରରେ ଖେଳାଯିବ । ଏହି ୬ଟି ସହର ହେଉଛି ବେଙ୍ଗାଲୁରୁ, ଜୟପୁର, ଦିଲ୍ଲୀ, ଲକ୍ଷ୍ନୌ, ମୁମ୍ବାଇ ଓ ଅହମ୍ମଦାବାଦ । ମେ ୨୭ରେ ସିଜିନର ଶେଷ ଲିଗ୍ ମ୍ୟାଚ୍ ଲକ୍ଷ୍ନୌ ସୁପର ଜାଏଣ୍ଟସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ । ଏହା ପରେ କ୍ଵାଲିଫାୟର-୧ ମେ ୨୯ ତାରିଖ ଖେଳାଯିବ । ଏଲିମିନେଟର ମ୍ୟାଚ୍ ମେ ୩୦ ତାରିଖ ଓ ଦ୍ଵିତୀୟ କ୍ଵାଲିଫାୟର ଜୁନ ୧ ତାରିଖ ଖେଳାଯିବ। ଜୁନ ୩ ତାରିଖ ଫାଇନାଲ୍ ମ୍ୟାଚ୍ ଖେଳାଯିବ । ତେବେ ପ୍ଲେ ଅଫ୍ ମ୍ୟାଚ୍ କେଉଁ ସ୍ଥାନରେ ଖେଳାଯିବ ସେ ନେଇ ବିସିସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ।