ବିରାଟ କୋହଲିଙ୍କ ଉପରେ ଭାରି ପଡ଼ିଲେ ଜୋସ୍ ବଟଲର, ବେଙ୍ଗାଲୁରୁକୁ ହରାଇ ଶୀର୍ଷରେ ରାଜସ୍ଥାନ
ଜୟପୁର: ଚଳିତ ଆଇପିଏଲ୍ରେ ଫର୍ମକୁ ଫେରିଲେ ଜୋସ୍ ବଟଲର। ତାଙ୍କ ଶତକ ଆଗରେ ଫିକା ପଡ଼ିଲା ବିରାଟ କୋହଲିଙ୍କ ଶତକ। ଆଉ ଚଳିତ ଆଇପିଏଲ୍ରେ ରାଜସ୍ଥାନର ବିଜୟ ଯାତ୍ରା ଅବ୍ୟାହତ ରହିଛି। ଶନିବାର ଖେଳା ଯାଇଥିବା ଆଇପିଏଲ୍ର ୧୯ତମ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ୬ ଓ୍ଵିକେଟ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଛି। କୋହଲିଙ୍କ ଶତକ ବୃଥା ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁ ବିରାଟ କୋହଲିଙ୍କ ଅପରାଜିତ ୧୧୩ ରନ ଓ ଫାଫ୍ ଡୁ ପ୍ଲେସିସଙ୍କ ୪୪ ରନ ବଳରେ ୩ ଓ୍ଵିକେଟ୍ ହରାଇ ୧୮୩ ରନ କରିଥିଲା। ଜବାବରେ ଜୋସ୍ ବଟଲରଙ୍କ ଅପରାଜିତ ଦ୍ରୁତ ୧୦୦ ରନ ଏବଂ ଅଧିନାୟକ ସଞ୍ଜୁ ସାମସନଙ୍କ ୬୯ ରନ ବଳରେ ରାଜସ୍ଥାନ ୧୯.୧ ଓଭରରେ ୪ ଓ୍ଵିକେଟ୍ ହରାଇ ସହଜରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ରାଜସ୍ଥାନ ୪ ମ୍ୟାଚ୍ରୁ ୪ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ବେଳେ ବେଙ୍ଗାଲୁରୁ ୫ ମ୍ୟାଚ୍ରୁ ୪ ପରାଜୟ ଭୋଗିଛି। Also read: ଧୋନୀଙ୍କ ରୋଲ୍କୁ ନେଇ ଋତୁରାଜଙ୍କ ଉପରେ ବରିଷ୍ଠଙ୍କ ପ୍ରଶ୍ନ, କହିଲେ- ଏହା ଠିକ୍ ହେଉନି୧୮୪ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ରାଜସ୍ଥାନ ରୟାଲ୍ସକୁ ୦ ରନରେ ଝଟକା ଲାଗିଥିଲା। ଯଶସ୍ଵୀ ଜୟସ୍ଵାଲ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ। ଏହା ପରେ ଜୋସ୍ ବଟଲର ଓ ଅଧିନାୟକ ସଞ୍ଜୁ ସାମସନ ଦମଦାର ବ୍ୟାଟିଂ କରିଥିଲେ। ପ୍ରଥମେ ଦୁଇ ବ୍ୟାଟର ଦେଖି ଚାହିଁ ବ୍ୟାଟିଂ କରିଥିଲେ
ଜୟପୁର: ଚଳିତ ଆଇପିଏଲ୍ରେ ଫର୍ମକୁ ଫେରିଲେ ଜୋସ୍ ବଟଲର। ତାଙ୍କ ଶତକ ଆଗରେ ଫିକା ପଡ଼ିଲା ବିରାଟ କୋହଲିଙ୍କ ଶତକ। ଆଉ ଚଳିତ ଆଇପିଏଲ୍ରେ ରାଜସ୍ଥାନର ବିଜୟ ଯାତ୍ରା ଅବ୍ୟାହତ ରହିଛି। ଶନିବାର ଖେଳା ଯାଇଥିବା ଆଇପିଏଲ୍ର ୧୯ତମ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ୬ ଓ୍ଵିକେଟ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଛି। କୋହଲିଙ୍କ ଶତକ ବୃଥା ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁ ବିରାଟ କୋହଲିଙ୍କ ଅପରାଜିତ ୧୧୩ ରନ ଓ ଫାଫ୍ ଡୁ ପ୍ଲେସିସଙ୍କ ୪୪ ରନ ବଳରେ ୩ ଓ୍ଵିକେଟ୍ ହରାଇ ୧୮୩ ରନ କରିଥିଲା। ଜବାବରେ ଜୋସ୍ ବଟଲରଙ୍କ ଅପରାଜିତ ଦ୍ରୁତ ୧୦୦ ରନ ଏବଂ ଅଧିନାୟକ ସଞ୍ଜୁ ସାମସନଙ୍କ ୬୯ ରନ ବଳରେ ରାଜସ୍ଥାନ ୧୯.୧ ଓଭରରେ ୪ ଓ୍ଵିକେଟ୍ ହରାଇ ସହଜରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ରାଜସ୍ଥାନ ୪ ମ୍ୟାଚ୍ରୁ ୪ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ବେଳେ ବେଙ୍ଗାଲୁରୁ ୫ ମ୍ୟାଚ୍ରୁ ୪ ପରାଜୟ ଭୋଗିଛି।
Also read: ଧୋନୀଙ୍କ ରୋଲ୍କୁ ନେଇ ଋତୁରାଜଙ୍କ ଉପରେ ବରିଷ୍ଠଙ୍କ ପ୍ରଶ୍ନ, କହିଲେ- ଏହା ଠିକ୍ ହେଉନି
୧୮୪ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ରାଜସ୍ଥାନ ରୟାଲ୍ସକୁ ୦ ରନରେ ଝଟକା ଲାଗିଥିଲା। ଯଶସ୍ଵୀ ଜୟସ୍ଵାଲ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ। ଏହା ପରେ ଜୋସ୍ ବଟଲର ଓ ଅଧିନାୟକ ସଞ୍ଜୁ ସାମସନ ଦମଦାର ବ୍ୟାଟିଂ କରିଥିଲେ। ପ୍ରଥମେ ଦୁଇ ବ୍ୟାଟର ଦେଖି ଚାହିଁ ବ୍ୟାଟିଂ କରିଥିଲେ। କ୍ରିଜରେ ଜମିବା ପରେ ଦ୍ରୁତ ବ୍ୟାଟିଂ କରି ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଦ୍ଵିତୀୟ ଓ୍ଵିକେଟ୍ରେ ୧୪୮ ରନ ଯୋଡ଼ି ଦଳକୁ ବିଜୟର ଦ୍ଵାର ଦେଶରେ ପହଞ୍ଚାଇଥିଲେ ଦୁଇ ବ୍ୟାଟର। ସଞ୍ଜୁ ୪୨ ବଲ୍ରୁ ୮ ଚୌକା ଓ ୨ ଛକା ସହ ୬୯ ରନ କରି ଆଉଟ୍ ହୋଇଥିଲେ। ଅନ୍ୟପଟେ ବଟଲର ନିଜର ବିସ୍ଫୋରକ ବ୍ୟାଟିଂ ଜାରି ରଖିଥିଲେ। ଅନ୍ୟପଟେ ରିୟାନ ପରାଗ(୪) ଓ ଧ୍ରୁବ ଜୁରେଲ(୧) ଆଉଟ୍ ହୋଇଥିଲେ। ବୋଟଲର ଛକା ମାରି ନିଜର ଶତକ ପୂରଣ କରିବା ସହ ଦଳକୁ ୬ ଓ୍ଵିକେଟ୍ରେ ମ୍ୟାଚ୍ ଜିତାଇଥିଲେ। ବଟଲର ୫୮ ବଲ୍ରୁ ୯ ଚୌକା ଓ ୪ ଛକା ସହ ୧୦୦ ରନ କରି ଅପରାଜିତ ଥିଲେ। ହେଟମାୟର ୧୧ ରନ କରିଥିଲେ।
ଆରସିବି ଇନିଂସ
ବେଙ୍ଗାଲୁରୁ ପକ୍ଷରୁ ବିରାଟ କୋହଲି ସର୍ବାଧିକ୧୧୩ ରନ୍ କରିଥିବା ବେଳେ କ୍ୟାପ୍ଟେନ୍ ଡୁପ୍ଲେସିସ୍ ୪୪ ରନ୍ କରିଥିଲେ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁ ଆରମ୍ଭରୁ ରକ୍ଷଣଶୀଳ ଭାବେ ବ୍ୟାଟିଂ କରିଥିଲା। କ୍ୟାପ୍ଟେନ୍ ଫାପ୍ ଡୁ ପ୍ଲେସିସ୍ ଓ ବିରାଟ କୋହଲି ମିଶି ୧୩.୬ ଓଭର ପର୍ଯ୍ୟନ୍ତ ବ୍ୟାଟିଂ କରିଥିଲେ। ଗୋଟିଏ ପଟେ ବିରାଟ କୋହଲି ବିସ୍ଫୋରକ ବ୍ୟାଟିଂ କରୁଥିବା ବେଳେ ଡୁପ୍ଲେସିସ୍ ମଧ୍ୟ ରନ୍କୁ ଆଗକୁ ବଢ଼ାଇବାକୁ ସହଯୋଗ କରିଥିଲେ। ଦଳୀୟ ସ୍କୋର ୧୨୫ ବେଳେ ଡୁପ୍ଲେସିସ୍ଙ୍କ ନାମରେ ଦଳର ପ୍ରଥମ ୱିକେଟ୍ ଯାଇଥିଲା। ୩୩ ବଲ୍ରେ ବ୍ୟକ୍ତିଗତ ୪୪ ରନ୍ କରି ଯୁଜବେନ୍ଦ୍ରଙ୍କ ବଲ୍ରେ କ୍ୟାଚ୍ ଆଉଟ୍ ହୋଇଥିଲେ ଡୁପ୍ଲେସିସ୍।
ଦ୍ୱିତୀୟ ୱିକେଟ୍ ପାଇଁ ବ୍ୟାଟିଂ ଆସିଥିବା ଗ୍ଲେନ୍ ମାକ୍ସେଲ୍ ପୁଣିଥରେ ନିରାଶ କରିଥିଲେ। ସେ ମାତ୍ର ୧ ରନ୍ କରି ଆଉଟ୍ ହୋଇଥିଲେ। ଏହାପରେ ସୌରଭ ଚହ୍ୱାନ ମଧ୍ୟ ମାତ୍ର ୯ ରନ୍ କରି ଆଉଟ୍ ହୋଇଯାଇଥିଲେ। କ୍ୟାମରନ ଗ୍ରୀନ୍ ବିରାଟ କୋହଲିଙ୍କ ସହ ମିଶି ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରିଥିଲେ। ବିରାଟ କୋହଲି ୭୨ ବଲ୍ରେ ୧୧୩ ରନ୍ କରିଥିଲେ। ସେ ୧୨ଟି ଚୌକା ଓ ୪ଟି ଛକ୍କା ମାରିଥିଲେ। ସେହିପରି କ୍ୟାମରନ ଗ୍ରୀନ ୬ଟି ବଲ୍ ଖେଳି ମାତ୍ର ୫ ରନ କରିଥିଲେ। ଶେଷରେ ବେଙ୍ଗାଲୁରୁ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ୍ ହରାଇ ୧୮୩ ରନ୍ କରିଥିଲା।