ରାଜପଥ କଡ଼ରେ ପକୁଡ଼ି ବିକିଲେ ଯୁବକଂଗ୍ରେସ କର୍ମକର୍ତ୍ତା

ରାୟଗଡ଼ା,୧୮।୯(ଆଶିଷ ରଞ୍ଜନ ପଣ୍ଡା):କେନ୍ଦ୍ରରେ ପ୍ରଥମ ଥର ଭାଜପା ସରକାର ଆସିବା ପୂର୍ବରୁ ଦେଶରେ ୨ କୋଟି ବେକାର ଯୁବତୀଯୁବକଙ୍କୁ ନିଯୁକ୍ତିର ପ୍ରତିଶ୍ରୁତି ଦେଇଥିଲେ। ହେଲେ ତାହା ଅଦ୍ୟାବଧି ପୂରଣ ହୋଇପାରିଲା ନାହିଁ। ଏହା ପ୍ରହସନ ପାଲଟିଛି। ଏହାର ପ୍ରତିବାଦରେ ମଙ୍ଗଳବାର ରାୟଗଡ଼ା ଜିଲା ଯୁବ କଂଗ୍ରେସ ପକ୍ଷରୁ ରାଷ୍ଟ୍ରୀୟ ବେରୋଜଗାର ଦିବସ ପାଳନ କରାଯାଇ ୩୨୬ ନଂ. ଜାତୀୟ ରାଜପଥ କଡ଼ରେ ପକୁଡ଼ି ବିକ୍ରି କରାଯାଇଥିଲା। ଜିଲା ଯୁବ କଂଗ୍ରେସ ସଭାପତି ମୋହନ ନାଏକଙ୍କ ନେତୃତ୍ୱରେ ଆୟୋଜିତ […] The post ରାଜପଥ କଡ଼ରେ ପକୁଡ଼ି ବିକିଲେ ଯୁବକଂଗ୍ରେସ କର୍ମକର୍ତ୍ତା appeared first on Dharitri Odia News.

ରାଜପଥ କଡ଼ରେ ପକୁଡ଼ି ବିକିଲେ ଯୁବକଂଗ୍ରେସ କର୍ମକର୍ତ୍ତା

ରାୟଗଡ଼ା,୧୮।୯(ଆଶିଷ ରଞ୍ଜନ ପଣ୍ଡା):କେନ୍ଦ୍ରରେ ପ୍ରଥମ ଥର ଭାଜପା ସରକାର ଆସିବା ପୂର୍ବରୁ ଦେଶରେ ୨ କୋଟି ବେକାର ଯୁବତୀଯୁବକଙ୍କୁ ନିଯୁକ୍ତିର ପ୍ରତିଶ୍ରୁତି ଦେଇଥିଲେ। ହେଲେ ତାହା ଅଦ୍ୟାବଧି ପୂରଣ ହୋଇପାରିଲା ନାହିଁ। ଏହା ପ୍ରହସନ ପାଲଟିଛି।
ଏହାର ପ୍ରତିବାଦରେ ମଙ୍ଗଳବାର ରାୟଗଡ଼ା ଜିଲା ଯୁବ କଂଗ୍ରେସ ପକ୍ଷରୁ ରାଷ୍ଟ୍ରୀୟ ବେରୋଜଗାର ଦିବସ ପାଳନ କରାଯାଇ ୩୨୬ ନଂ. ଜାତୀୟ ରାଜପଥ କଡ଼ରେ ପକୁଡ଼ି ବିକ୍ରି କରାଯାଇଥିଲା। ଜିଲା ଯୁବ କଂଗ୍ରେସ ସଭାପତି ମୋହନ ନାଏକଙ୍କ ନେତୃତ୍ୱରେ ଆୟୋଜିତ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ରାୟଗଡ଼ା ବିଧାୟକ ଆପଲସ୍ବାମୀ କାଡ୍ରାକା, ପିସିସିର ପୂର୍ବତନ ସାଧାରଣ ସମ୍ପାଦକ ଦୁର୍ଗାପ୍ରସାଦ ପଣ୍ଡା ପ୍ରମୁଖ ଯୋଗଦେଇ ଭାଜପା ଶାସିତ କେନ୍ଦ୍ର ସରକାର ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିବା ପରେ ଅଦ୍ୟାବଧି ନିଜ ପ୍ରତିଶ୍ରୁତି ପୂରଣ କରିପାରିନାହିଁ ବୋଲି କହିଥିଲେ।

ତେଣୁ ଭାଜପା ଦେଇଥିବା ପ୍ରତିଶ୍ରୁତି ପୂରଣ ନ କଲେ ଆଗାମୀ ଦିନରେ କଂଗ୍ରେସ ପକ୍ଷରୁ ଏକ ବିଶାଳ ଆନ୍ଦୋଳନ କରାଯିବ ବୋଲି ଯୁବ କଂଗ୍ରେସ କହିଛି ା ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଯୁବନେତା ତଥା ସରପଞ୍ଚ ଅଶୋକ ପୁଆଲା, ଜିଲା ଯୁବ କଂଗ୍ରେସ ଉପସଭାପତି ଅସଲମ ଖାନ୍‌, ସତ୍ୟବାନ ମାଣ୍ଡାଙ୍ଗି, ରାଜେନ୍ଦ୍ର ପାଲକା ଓ ସୟଦ ଜିନଉଲ୍‌ ହକ୍‌, କେ.ଗାନ୍ଧୀ, ହରିଶ ପଟ୍ଟନାୟକ ଓ ବହୁ ଦଳୀୟ ଯୁବକର୍ମୀ ଉପସ୍ଥିତ ଥିଲେ।

The post ରାଜପଥ କଡ଼ରେ ପକୁଡ଼ି ବିକିଲେ ଯୁବକଂଗ୍ରେସ କର୍ମକର୍ତ୍ତା appeared first on Dharitri Odia News.