‘ଅନୁପ୍ରବେଶକାରୀଙ୍କ ପାଇଁ ଲକ୍ଷ୍ମଣରେଖା ଟାଣି ଭାରତର ବିକାଶ କରିବା ଲକ୍ଷ୍ୟ’

ଭଞ୍ଜନଗର,୧୯ା୩(ବାବୁଲା ପ୍ରଧାନ): ବିଶ୍ୱ ହିନ୍ଦୁ ପରିଷଦ ଗଞ୍ଜାମ, କନ୍ଧମାଳ, ଗଜପତି ଜିଲା ଶାଖାର କର୍ମକର୍ତ୍ତାମାନଙ୍କ ଏକ ବୈଠକ ବୁଧବାର ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶତାଧିକ କର୍ମକର୍ତ୍ତା ଯୋଗଦେଇ ନିଜର ମତ ରଖିଥିଲେ। ଏହି ଅବସରରେ ବିଶ୍ୱ ହିନ୍ଦୁ ପରିଷଦ ଓଡ଼ିଶା ମାର୍ଗଦର୍ଶକ ମଣ୍ଡଳୀର ସଦସ୍ୟ ତଥା ଆନନ୍ଦ ଗୋ’ରକ୍ଷା ଆଶ୍ରମର କର୍ମକର୍ତ୍ତା ସତ୍ୟାନନ୍ଦ ଗିରି ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ହିନ୍ଦୁଧର୍ମର ପ୍ରଚାର ପ୍ରସାର କରାଯିବ। ଘରେ […] The post ‘ଅନୁପ୍ରବେଶକାରୀଙ୍କ ପାଇଁ ଲକ୍ଷ୍ମଣରେଖା ଟାଣି ଭାରତର ବିକାଶ କରିବା ଲକ୍ଷ୍ୟ’ appeared first on Dharitri Odia News.

‘ଅନୁପ୍ରବେଶକାରୀଙ୍କ ପାଇଁ ଲକ୍ଷ୍ମଣରେଖା ଟାଣି ଭାରତର ବିକାଶ କରିବା ଲକ୍ଷ୍ୟ’

ଭଞ୍ଜନଗର,୧୯ା୩(ବାବୁଲା ପ୍ରଧାନ): ବିଶ୍ୱ ହିନ୍ଦୁ ପରିଷଦ ଗଞ୍ଜାମ, କନ୍ଧମାଳ, ଗଜପତି ଜିଲା ଶାଖାର କର୍ମକର୍ତ୍ତାମାନଙ୍କ ଏକ ବୈଠକ ବୁଧବାର ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶତାଧିକ କର୍ମକର୍ତ୍ତା ଯୋଗଦେଇ ନିଜର ମତ ରଖିଥିଲେ। ଏହି ଅବସରରେ ବିଶ୍ୱ ହିନ୍ଦୁ ପରିଷଦ ଓଡ଼ିଶା ମାର୍ଗଦର୍ଶକ ମଣ୍ଡଳୀର ସଦସ୍ୟ ତଥା ଆନନ୍ଦ ଗୋ’ରକ୍ଷା ଆଶ୍ରମର କର୍ମକର୍ତ୍ତା ସତ୍ୟାନନ୍ଦ ଗିରି ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ହିନ୍ଦୁଧର୍ମର ପ୍ରଚାର ପ୍ରସାର କରାଯିବ। ଘରେ ଘରେ ଭାଗବତ ପଢାଯିବ। ହିନ୍ଦୁ ଧର୍ମାବଲମ୍ବୀ ଲୋକଙ୍କୁ ସହଯୋଗ କରିବା। ଆମ ଭିତରେ ଭାଇଚାରା ରଖିବା। ଗାଁର ସୁରକ୍ଷା କରିବା। ଗାଁରେ ଭାଗବତ ପୁରାଣ ପଢ଼ିବା। ସମସ୍ତେ ସତ୍‌ସଙ୍ଗକୁ ଯିବା। ଏହା ହେଉଛି ଆମର ଲକ୍ଷ୍ୟ। ଭାରତ ହେଉଛି ଋ଼ଷି ପରମ୍ପରାର ଦେଶ। ଆଧ୍ୟାତ୍ମିକର ଦେଶ। ଆଧୁନିକ ଯୁଗରେ ଆମେ ଆମ ସଭ୍ୟତା ସଂସ୍କୃତି ଭୁଲିଯାଉଛେ। ବିଶ୍ୱ ହିନ୍ଦୁ ପରିଷଦ ନୂଆ ଦିଗ୍‌ଦର୍ଶନ ଦେଉଛି ଘରେ ଘରେ ଭାଗବତ ପଢ଼ିବା। ଭାରତକୁ ବିଶର ଗୁରୁ ରୂପେ ପରିଚିତ କରାଇବା। ଏହା ହେଉଛି ନୂଆପଥ ପ୍ରଦର୍ଶନ ବୋଲି ସତ୍ୟାନନ୍ଦ ଗିରି କହିଥିଲେ। ସେହିଭଳି ବିଶ୍ୱ ହିନ୍ଦୁ ପରିଷଦ ଓଡ଼ିଶା ପୂର୍ବ ପ୍ରାନ୍ତ ସଂଗଠନ ସମ୍ପାଦକ ଶରତ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢୁଛି। ତାହାକୁ ରୋକିବା,ଗାଁରେ ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ ଲକ୍ଷ୍ମଣରେଖା ଟାଣିବା, ସରକାର ଯେଉଁ ନୂଆ ଗୋ’ରକ୍ଷା ଆଇନ ଆଣିଛନ୍ତି ତାକୁ ସମର୍ଥନ ଜଣାଇ ଆସନ୍ତା ୨୧ ତାରିଖରେ ଭୁବନେଶର ଲୋୟର ପିଏମ୍‌ଜି ଛକରେ ଏକ ସଭା ହେବ ବୋଲି ପ୍ରଧାନ କହିଥିଲେ। ବିଶ୍ୱ ହିନ୍ଦୁ ପରିଷଦ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମୁରଲୀଧର ପଣ୍ଡା ସଭାରେ ଅଧ୍ୟକ୍ଷତା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସହ ସମ୍ପାଦକ ଶାନ୍ତନୁ କୁମାର ସ୍ବାଇଁ, ଅରୁଣ କୁମାର ପାଢୀ, ଦାଶରଥି ତ୍ରିପାଠୀ, ଫୁଲବାଣୀ ବିଭାଗ ସମ୍ପାଦକ କାମେଶ୍ୱର ପ୍ରଧାନ, ଗଞ୍ଜାମ ଗଜପତି ବିଭାଗ ସମ୍ପାଦକ ନରେନ୍ଦ୍ର ଜାନି, କନ୍ଧମାଳ ଜିଲା ସଭାପତି ପ୍ରମୋଦ କୁମାର ପାଣିଗ୍ରାହୀ, ଘୁମୁସର ଜିଲା ସଭାପତି ସୁଧୀର କୁମାର ନାୟକ, ଜିଲା ସମ୍ପାଦକ ବଟକୃଷ୍ଣ ପଣ୍ଡା, ବଜରଙ୍ଗ ଦଳ ପ୍ରାନ୍ତ ସଂଯୋଜକ ରାଜୀବ ଖାଡ଼ଙ୍ଗା ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନା, ଏଏସ୍‌ଆଇ ସୁଶାନ୍ତ ପଟ୍ଟନାୟକ, ଗୃହରକ୍ଷୀ ପି. ହେମନ୍ତ ରାଓଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବା ଯୋଗୁ ସେମାନଙ୍କୁ ଆଜି ସମ୍ବର୍ଦ୍ଧିତ କରାଯାଇଥିଲା।

The post ‘ଅନୁପ୍ରବେଶକାରୀଙ୍କ ପାଇଁ ଲକ୍ଷ୍ମଣରେଖା ଟାଣି ଭାରତର ବିକାଶ କରିବା ଲକ୍ଷ୍ୟ’ appeared first on Dharitri Odia News.