ଭୋଟ ବଦଳରେ ନୋଟ ମାମଲାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆସିଲା ପ୍ରଥମ ପ୍ରତିକ୍ରିୟା: କହିଲେ…

ନୂଆଦିଲ୍ଲୀ,୪।୩: ଭୋଟ ବଦଳରେ ନୋଟ ମାମଲାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପରେ ସୋମବାର ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି। ଏକ୍ସରେ ଏକ ପୋଷ୍ଟ ମାଧ୍ୟମରେ ସେ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ପୋଷ୍ଟରେ ଲେଖିଛନ୍ତି -ସ୍ବାଗତ! ମାନ୍ୟବର ସୁପ୍ରିମକୋର୍ଟଙ୍କ ଏହା ଏକ ବଡ ନିଷ୍ପତ୍ତି ଯାହା ସ୍ବଚ୍ଛ ରାଜନୀତିକୁ ସୁନିଶ୍ଚିତ କରିବ ଏବଂ ସମଗ୍ର ବ୍ୟବସ୍ଥାରେ ଲୋକଙ୍କ ବିଶ୍ୱାସକୁ ଆହୁରି ଗଭୀର କରିବ। ବିଧାନସଭାରେ ଭାଷଣ ଦେବା କିମ୍ବା ଭୋଟ […] The post ଭୋଟ ବଦଳରେ ନୋଟ ମାମଲାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆସିଲା ପ୍ରଥମ ପ୍ରତିକ୍ରିୟା: କହିଲେ… appeared first on Dharitri Odia News.

ଭୋଟ ବଦଳରେ ନୋଟ ମାମଲାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆସିଲା ପ୍ରଥମ ପ୍ରତିକ୍ରିୟା: କହିଲେ…

ନୂଆଦିଲ୍ଲୀ,୪।୩: ଭୋଟ ବଦଳରେ ନୋଟ ମାମଲାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପରେ ସୋମବାର ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି। ଏକ୍ସରେ ଏକ ପୋଷ୍ଟ ମାଧ୍ୟମରେ ସେ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି।
ପ୍ରଧାନମନ୍ତ୍ରୀ ତାଙ୍କ ପୋଷ୍ଟରେ ଲେଖିଛନ୍ତି -ସ୍ବାଗତ! ମାନ୍ୟବର ସୁପ୍ରିମକୋର୍ଟଙ୍କ ଏହା ଏକ ବଡ ନିଷ୍ପତ୍ତି ଯାହା ସ୍ବଚ୍ଛ ରାଜନୀତିକୁ ସୁନିଶ୍ଚିତ କରିବ ଏବଂ ସମଗ୍ର ବ୍ୟବସ୍ଥାରେ ଲୋକଙ୍କ ବିଶ୍ୱାସକୁ ଆହୁରି ଗଭୀର କରିବ।
ବିଧାନସଭାରେ ଭାଷଣ ଦେବା କିମ୍ବା ଭୋଟ ଦେବା ପାଇଁ ଏମ୍‌ପି ଓ ବିଧାୟକମାନଙ୍କୁ ଆଇନଗତ ସୁରକ୍ଷା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଭୋଟ ବଦଳରେ ନୋଟ ନେଉଥିବା ଏମ୍‌ପି/ ବିଧାୟକଙ୍କ ଆଇନଗତ ସୁରକ୍ଷା ନାହିଁ। ୭ ଜଣ ବିଚାରପତି ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ଦେଇଛନ୍ତି।
ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୁଡ୍‌, ଜଷ୍ଟିସ ଏସ ବୋପାନ୍ନା, ଜଷ୍ଟିସ ଏମ ସୁନ୍ଦରେଶ, ଜଷ୍ଟିସ ପିଏସ ନରସିଂହ, ଜେବି ପାର୍ଦିୱାଲା, ଜଷ୍ଟିସ ସଞ୍ଜୟ କୁମାର ଏବଂ ଜଷ୍ଟିସ ମନୋଜ ମିଶ୍ରଙ୍କ ବେଞ୍ଚ ଏହି ରାୟ ପ୍ରଦାନ କରିଛି। ସୁପ୍ରିମକୋର୍ଟ ଏହି ରାୟ ଦେବାବେଳେ କହିଛନ୍ତି, ଭୋଟ ଦେବା ପାଇଁ ଲାଞ୍ଚ ନେଇଥିବା ଏମ୍‌ପି/ ବିଧାୟକଙ୍କ ବିରୋଧରେ ମାମଲା ରୁଜୁ କରାଯାଇପାରିବ। ୧୯୯୮ ପି.ଭି ନରସିଂହ ରାଓ ମାମଲାରେ ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚର ନିଷ୍ପତ୍ତିକୁ ରଦ୍ଦ କରିଦିଆଯାଇଛି।
ଶୁଣାଣି ସମୟରେ ସୁପ୍ରିମକୋର୍ଟ ୧୯୯୮ର ନରସିଂହ ରାଓଙ୍କ ନିଷ୍ପତ୍ତିକୁ ଖାରଜ କରିଦେଇଥିଲେ। ଏହି ମାମଲାରେ ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ୭ ଜଣ ବିଚାରପତିଙ୍କ ମିଳିତ ନିଷ୍ପତ୍ତ। ଏହାହା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ)ର ସୀତା ସୋରେନଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇବ। ଯେତେବେଳେ ସେ ଜଣେ ବିଧାୟକ ଥିଲେ, ସେ ୨୦୧୨ ରାଜ୍ୟ ସଭା ନିର୍ବାଚନରେ ଭୋଟ ଦେବା ପାଇଁ ଲାଞ୍ଚ ନେବା ମାମଲାରେ ଆଶ୍ୱସ୍ତି ମାଗିଥିଲେ।
ଏମ୍‌ପିମାନଙ୍କୁ ଧାରା ୧୦୫ (୨) ଏବଂ ଧାରା ୧୯୪ (୨) ଅନୁଯାୟୀ, ଗୃହ ଭିତରେ କାର୍ଯ୍ୟକଳାପ ପାଇଁ ମୋକଦ୍ଦମାରୁ ଆଶ୍ୱସ୍ତି ମିଳିପାରିବ। ଲାଞ୍ଚ ନେବା ମାମଲାରେ ଏହି ଛାଡ ଦିଆଯାଇପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।

 

 

The post ଭୋଟ ବଦଳରେ ନୋଟ ମାମଲାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆସିଲା ପ୍ରଥମ ପ୍ରତିକ୍ରିୟା: କହିଲେ… appeared first on Dharitri Odia News.