ଖୋଲିଲା ସାୱଁଲିଆ ସେଠଙ୍କ ଦାନବାକ୍ସ, ଜାଣନ୍ତୁ ମିଳିଛି କେତେ ଟଙ୍କା ଓ ସୁନା,ରୂପା
ଚିତୋରଗଡ଼ ୨୯।୩: ରାଜସ୍ଥାନ ଚିତୋରଗଡ ଜିଲ୍ଲାର ପ୍ରଶିଦ୍ଧ ସାୱଁଲିଆ ସେଠଙ୍କ ମନ୍ଦିରର ଦାନବାକ୍ସରୁ ମିଳିଥିବା ଟଙ୍କା ଓ ସୁନାର ହିସାବ ହୋଇଛି। ଗୁରୁବାର ହିସାବ ସରିବା ପରେ ଦାନ ବାକ୍ସରୁ ସାଢେ ୧୮ କୋଟି ଟଙ୍କାରୁ ଅଧିକ ନଗଦ ମିଳିଥିବା ଓ ସେହି ଅନୁପାତରେ ସୁନା ଓ ରୂପାର ଅଳଙ୍କାର ମିଳିଛି। ଏକ ହିସାବ ଅନୁସାରେ ସାୱଁଲିଆ ସେଠଙ୍କ ଦାନ ବାକ୍ସରୁ ୧୮.୫୫ କୋଟି ଟଙ୍କାରୁ ଅଧି କନଗଦ ମିଳିଛି, ଯାହାକି ଏକ ରେକର୍ଡ ବୋଲି କୁହାଯାଇଛି। ଉଦୟପୁର ସଂଭାଗର ଚିତୋରଗଡ ଜିଲ୍ଲାର ମଣ୍ଡଫିଆସ୍ଥିତ ପ୍ରଶିଦ୍ଧ କୃଷ୍ଣଧାମ ସାୱଁଲିଆ ସେଠ ମନ୍ଦିର ରହିଛି। ଏହି ମନ୍ଦିରର ଦାନ ବାକ୍ସ ପ୍ରତି ମାସରେ ଖୋଲା ଯାଇଥାଏ। ଯେଉଁଥିରୁ କୋଟିକୋଟି ଟଙ୍କାର ଦାନରାଶି ମିଳିଥାଏ। ଏଥର ପାଖାପାଖି ଦେଢମାସ ପରେ ଠାକୁରଙ୍କ ଭଣ୍ଡାର ଖୋଲାଯାଇଥିଲା। ଏଥର ଦାନବାକ୍ସରୁ ମିଳିଥିବା ଟଙ୍କାକୁ ୪ ରାଉଣ୍ଡରେ ଗଣାଯାଇଥିଲା। ଏଥର ଦାନ ବାକ୍ସରୁ ୧୮.୫୫କୋଟି ଟଙ୍କାରୁ ଅଧିକ ରାଶି ମିଳିଥିବା କୁହାଯାଇଛି। ସାୱଁଲିଆ ସେଠ୍ ମନ୍ଦିର ମଣ୍ଡଳ ଅଧ୍ୟକ୍ଷ ଭେରୁଲାଲ ଗୁର୍ଜ୍ଜର ଙ୍କ ଅନୁସାରେ ମାର୍ଚ୍ଚ ୨୪ ତାରିଖ ଦିନ ଠାକୁରଙ୍କ ଭଣ୍ଡାର ଖୋଲାଯାଇଥିବା ବେଳେ ଏଥିରୁ ମିଳିଥିବା ରାଶିକୁ ୪ ରାଉଣ୍ଡରେ ୨୮ ମାର୍ଚ୍ଚ ଗୁରୁବାର ଗଣା ଶେଷ ହୋଇଛି। ଏଥିରୁ ୫୬୦ ଗ୍ରାମ ସ୍ୱର୍ଣ୍ଣାଳଙ୍କାର ମିଳିଥିବା ବେଳେ ୧୭ କେଜି ୪୧୩ ଗ୍ରାମ ରୂପା ଅଳଙ୍କାର ମିଳିଛି। ଏହା ଛଡା ମନ୍ଦିରର ଅଫିସ ଓ ସାକ୍ଷାତ
ଚିତୋରଗଡ଼ ୨୯।୩: ରାଜସ୍ଥାନ ଚିତୋରଗଡ ଜିଲ୍ଲାର ପ୍ରଶିଦ୍ଧ ସାୱଁଲିଆ ସେଠଙ୍କ ମନ୍ଦିରର ଦାନବାକ୍ସରୁ ମିଳିଥିବା ଟଙ୍କା ଓ ସୁନାର ହିସାବ ହୋଇଛି। ଗୁରୁବାର ହିସାବ ସରିବା ପରେ ଦାନ ବାକ୍ସରୁ ସାଢେ ୧୮ କୋଟି ଟଙ୍କାରୁ ଅଧିକ ନଗଦ ମିଳିଥିବା ଓ ସେହି ଅନୁପାତରେ ସୁନା ଓ ରୂପାର ଅଳଙ୍କାର ମିଳିଛି। ଏକ ହିସାବ ଅନୁସାରେ ସାୱଁଲିଆ ସେଠଙ୍କ ଦାନ ବାକ୍ସରୁ ୧୮.୫୫ କୋଟି ଟଙ୍କାରୁ ଅଧି କନଗଦ ମିଳିଛି, ଯାହାକି ଏକ ରେକର୍ଡ ବୋଲି କୁହାଯାଇଛି।
ଉଦୟପୁର ସଂଭାଗର ଚିତୋରଗଡ ଜିଲ୍ଲାର ମଣ୍ଡଫିଆସ୍ଥିତ ପ୍ରଶିଦ୍ଧ କୃଷ୍ଣଧାମ ସାୱଁଲିଆ ସେଠ ମନ୍ଦିର ରହିଛି। ଏହି ମନ୍ଦିରର ଦାନ ବାକ୍ସ ପ୍ରତି ମାସରେ ଖୋଲା ଯାଇଥାଏ। ଯେଉଁଥିରୁ କୋଟିକୋଟି ଟଙ୍କାର ଦାନରାଶି ମିଳିଥାଏ। ଏଥର ପାଖାପାଖି ଦେଢମାସ ପରେ ଠାକୁରଙ୍କ ଭଣ୍ଡାର ଖୋଲାଯାଇଥିଲା। ଏଥର ଦାନବାକ୍ସରୁ ମିଳିଥିବା ଟଙ୍କାକୁ ୪ ରାଉଣ୍ଡରେ ଗଣାଯାଇଥିଲା। ଏଥର ଦାନ ବାକ୍ସରୁ ୧୮.୫୫କୋଟି ଟଙ୍କାରୁ ଅଧିକ ରାଶି ମିଳିଥିବା କୁହାଯାଇଛି।

ସାୱଁଲିଆ ସେଠ୍ ମନ୍ଦିର ମଣ୍ଡଳ ଅଧ୍ୟକ୍ଷ ଭେରୁଲାଲ ଗୁର୍ଜ୍ଜର ଙ୍କ ଅନୁସାରେ ମାର୍ଚ୍ଚ ୨୪ ତାରିଖ ଦିନ ଠାକୁରଙ୍କ ଭଣ୍ଡାର ଖୋଲାଯାଇଥିବା ବେଳେ ଏଥିରୁ ମିଳିଥିବା ରାଶିକୁ ୪ ରାଉଣ୍ଡରେ ୨୮ ମାର୍ଚ୍ଚ ଗୁରୁବାର ଗଣା ଶେଷ ହୋଇଛି। ଏଥିରୁ ୫୬୦ ଗ୍ରାମ ସ୍ୱର୍ଣ୍ଣାଳଙ୍କାର ମିଳିଥିବା ବେଳେ ୧୭ କେଜି ୪୧୩ ଗ୍ରାମ ରୂପା ଅଳଙ୍କାର ମିଳିଛି। ଏହା ଛଡା ମନ୍ଦିରର ଅଫିସ ଓ ସାକ୍ଷାତ କକ୍ଷରୁ ନଗଦ ଓ ଅନଲାଇନରେ ୪କୋଟି ୩୬ଲକ୍ଷ୫୦ ହଜାର ୮୩୧ ଟଙ୍କା ମିଳିଛି।
ସାୱଁଲିଆ ସେଠ ମନ୍ଦିରର ଦାନବାକ୍ସର ଦାନ ବାବଦେ ମିଳିଥିବା ଅର୍ଥର ଗଣତି କାଳରେ ନାୟବ ତହସିଲଦାର ଘନଶ୍ୟାମ ଜରୱାଲ, ମନ୍ଦିର ମଣ୍ଡଳର ପ୍ରଶାସନିକ ଅଧିକାରୀ ଓ କ୍ୟାସିୟର ନନ୍ଦ କିଶୋର ଟେଲରଙ୍କ ସମେତ କେତେକ ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।