ମଦ ବୋତଲ ଭଙ୍ଗାକୁ ନେଇ ମାରପିଟ୍, ୪ ମଦ୍ୟପଙ୍କ ଆକ୍ରମଣରେ ଜଣେ ଗୁରୁତର

ବାଲିପାଟଣା: ମଦ ବୋତଲ ଭାଙ୍ଗି ଚାଷ ଜମିକୁ ଫିଙ୍ଗୁଥିଲେ । ବାରଣ କରିବାରୁ ଯୁବକଙ୍କୁ ମାଡ଼ ମାରି ଗୁରୁତର କଲେ ମଦ୍ୟପ । ଘଟଣା ଘଟିଛି ବାଲିପାଟଣା ଥାନା କିଆଯୋରୀ ଗାଁ ମୁଣ୍ଡରେ। ଶନିବାର ସନ୍ଧ୍ୟାରେ ଏଠାରେ ୪ ଜଣ ବ୍ୟକ୍ତି ମଦ ପିଇବା ସହ ମଦ ବୋତଲ ଭାଙ୍ଗି ଚାଷ ଜମିକୁ ଫିଙ୍ଗୁଥିଲେ ।ହେଲେ ଏହାକୁ ଗ୍ରାମର ଅଜିତ ସାହୁ ବାରଣ କରିବାରୁ ୪ ଜଣ ମଦ୍ୟପ ତାଙ୍କୁ ମାଡ଼ ମାରିଥିଲେ । ଅଜିତ୍ ଚିତ୍କାର କରିବାରୁ ଗ୍ରାମର ଅନ୍ୟ ଯୁବକ ଘଟଣା ସ୍ଥଳରେ ପହଁଞ୍ଚି ଅଜିତଙ୍କୁ ରକ୍ଷା କରିବା ସହ ୨ ମଦ୍ୟପଙ୍କୁ କାବୁ କରି ପୋଲିସ ଜିମା ଦେଇଛନ୍ତି । ଘଟଣାସ୍ଥଳରୁ ଅନ୍ୟ ୨ ଜଣ ମଦ୍ୟପ ଖସିପଳାଇଛନ୍ତି। ସେପେଟେ ମାଡରେ ଗୁରୁତର ଅଜିତ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେପଟେ ପୋଲିସ ଘଟଣାରେ ତଦନ୍ତ ଆରମ୍ଭ କରିଛି।

ମଦ ବୋତଲ ଭଙ୍ଗାକୁ ନେଇ ମାରପିଟ୍, ୪ ମଦ୍ୟପଙ୍କ ଆକ୍ରମଣରେ ଜଣେ ଗୁରୁତର

ବାଲିପାଟଣା: ମଦ ବୋତଲ ଭାଙ୍ଗି ଚାଷ ଜମିକୁ ଫିଙ୍ଗୁଥିଲେ । ବାରଣ କରିବାରୁ ଯୁବକଙ୍କୁ ମାଡ଼ ମାରି ଗୁରୁତର କଲେ ମଦ୍ୟପ । ଘଟଣା ଘଟିଛି ବାଲିପାଟଣା ଥାନା କିଆଯୋରୀ ଗାଁ ମୁଣ୍ଡରେ। ଶନିବାର ସନ୍ଧ୍ୟାରେ ଏଠାରେ ୪ ଜଣ ବ୍ୟକ୍ତି ମଦ ପିଇବା ସହ ମଦ ବୋତଲ ଭାଙ୍ଗି ଚାଷ ଜମିକୁ ଫିଙ୍ଗୁଥିଲେ ।

ହେଲେ ଏହାକୁ ଗ୍ରାମର ଅଜିତ ସାହୁ ବାରଣ କରିବାରୁ ୪ ଜଣ ମଦ୍ୟପ ତାଙ୍କୁ ମାଡ଼ ମାରିଥିଲେ । ଅଜିତ୍ ଚିତ୍କାର କରିବାରୁ ଗ୍ରାମର ଅନ୍ୟ ଯୁବକ ଘଟଣା ସ୍ଥଳରେ ପହଁଞ୍ଚି ଅଜିତଙ୍କୁ ରକ୍ଷା କରିବା ସହ ୨ ମଦ୍ୟପଙ୍କୁ କାବୁ କରି ପୋଲିସ ଜିମା ଦେଇଛନ୍ତି । ଘଟଣାସ୍ଥଳରୁ ଅନ୍ୟ ୨ ଜଣ ମଦ୍ୟପ ଖସିପଳାଇଛନ୍ତି। ସେପେଟେ ମାଡରେ ଗୁରୁତର ଅଜିତ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେପଟେ ପୋଲିସ ଘଟଣାରେ ତଦନ୍ତ ଆରମ୍ଭ କରିଛି।