ମଙ୍ଗଳବାର ବି ସରଗରମ ରହିବ ବିଧାନସଭା, ବିଭିନ୍ନ ପ୍ରସଙ୍ଗ ନେଇ ସରକାରକୁ ଘେରିବେ ବିରୋଧୀ
ଭୁବନେଶ୍ୱର ୦୩।୧୨: ଆଜି ବି ବିଧାନସଭା ବେଶ ସରଗରମ ରହିବ । ପଞ୍ଚାୟତରାଜ, ପାନୀୟ ଜଳ, ଗୃହ ନିର୍ମାଣ ଓ ପୌର ଉନ୍ନୟନ, ଜଙ୍ଗଲ ପରିବେଶ ଓ ଜୟବାୟୁ ପରିବର୍ତ୍ତନ, ଗ୍ରାମ୍ୟ ଉନ୍ନୟନ, ସରକାରୀ ଉଦ୍ୟୋଗ, ଶ୍ରମ ଓ କର୍ମଚାରୀ ରାଜ୍ୟ ବିମା ବିଭାଗର ପ୍ରଶ୍ନକାଳ ରହିଛି । ସେହିପରି ଶୂନ୍ୟକାଳରେ ଆଳୁ ସଙ୍କଟ, ଦରଦାମ, ଓଡ଼ିଶା ରେଳ ଡିଭିଜନକୁ ଅଣ ଦେଖା, ପୋଲାଭରମ ଆଦି ପ୍ରସଙ୍ଗ ଉଠାଇ ଶାସକ ଦଳକୁ ଘେରିବେ ବିରୋଧୀ। କଂଗ୍ରେସ ପକ୍ଷରୁ ମୁଲତବି ପ୍ରସ୍ତାବ ଦିଆଯିବ । ସେହିପରି ୨୦୨୪-୨୫ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ ଉପରେ ଗୃହରେ ଆଲୋଚନା ରହିଛି। ଧାନ ମଣ୍ଡି ସମସ୍ୟା ଓ ଆଇନ ସୁରକ୍ଷା ପ୍ରସଙ୍ଗକୁ ଗୃହରେ ଉଠାଇ ଶାସକ ଦଳକୁ ଘେରିବେ ବିରୋଧୀ।
ଭୁବନେଶ୍ୱର ୦୩।୧୨: ଆଜି ବି ବିଧାନସଭା ବେଶ ସରଗରମ ରହିବ । ପଞ୍ଚାୟତରାଜ, ପାନୀୟ ଜଳ, ଗୃହ ନିର୍ମାଣ ଓ ପୌର ଉନ୍ନୟନ, ଜଙ୍ଗଲ ପରିବେଶ ଓ ଜୟବାୟୁ ପରିବର୍ତ୍ତନ, ଗ୍ରାମ୍ୟ ଉନ୍ନୟନ, ସରକାରୀ ଉଦ୍ୟୋଗ, ଶ୍ରମ ଓ କର୍ମଚାରୀ ରାଜ୍ୟ ବିମା ବିଭାଗର ପ୍ରଶ୍ନକାଳ ରହିଛି ।
ସେହିପରି ଶୂନ୍ୟକାଳରେ ଆଳୁ ସଙ୍କଟ, ଦରଦାମ, ଓଡ଼ିଶା ରେଳ ଡିଭିଜନକୁ ଅଣ ଦେଖା, ପୋଲାଭରମ ଆଦି ପ୍ରସଙ୍ଗ ଉଠାଇ ଶାସକ ଦଳକୁ ଘେରିବେ ବିରୋଧୀ। କଂଗ୍ରେସ ପକ୍ଷରୁ ମୁଲତବି ପ୍ରସ୍ତାବ ଦିଆଯିବ । ସେହିପରି ୨୦୨୪-୨୫ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ ଉପରେ ଗୃହରେ ଆଲୋଚନା ରହିଛି। ଧାନ ମଣ୍ଡି ସମସ୍ୟା ଓ ଆଇନ ସୁରକ୍ଷା ପ୍ରସଙ୍ଗକୁ ଗୃହରେ ଉଠାଇ ଶାସକ ଦଳକୁ ଘେରିବେ ବିରୋଧୀ।