ପୁଅ ଆଶାରେ ଜହ୍ଲାଦ ପାଲଟିଲା ସ୍ବାମୀ, କନ୍ୟା ସନ୍ତାନ ପାଇଁ ସ୍ତ୍ରୀକୁ ମାରିଦେଲା

ନୂଆଦିଲ୍ଲୀ ୨୯/୧୨: ନୃଶଂସ ସ୍ବାମୀ । ତୃତୀୟ ଝିଅ ଜନ୍ମ ହେବାରୁ ସ୍ତ୍ରୀକୁ ମାରିଦେଇଥିବା ଅଭିଯୋଗ । ମହାରାଷ୍ଟ୍ରର ପରଭଣି ଜିଲ୍ଲା ଗାଓଁଖେଡା ଅଞ୍ଚଳରୁ ଆସିଛି ଘଟଣା । ଜହ୍ଲାଦ ସ୍ବାମୀ ୩୨ ବର୍ଷୀୟ କୁଣ୍ଡଲିକ ଉତ୍ତମ କଲେ । ପୂର୍ବରୁ ତାଙ୍କର ୨ଟି ଝିଅ ଥିଲେ । କିଛି ଦିନ ତଳେ ତାଙ୍କର ତୃତୀୟ ଝିଅ ଜନ୍ମ ହୋଇଥିଲା । ଯାହାକୁ ନେଇ ପତ୍ନୀଙ୍କ ସହ ଝଗଡା କରୁଥିଲେ କୁଣ୍ଡଲିକ । ପ୍ରତିଦିନ ଗାଲଇଗୁଲଜ କରିବା ସହ ମାରପିଟ କରିଥିଲେ । ତେବେ ୨୬ ତାରିଖରେ ଏହି ବିବାଦ ବଢିଯାଇଥିଲା । କୁଣ୍ଡଲିକ ରାଗରେ ସ୍ତ୍ରୀ ମୈନା ଉପରେ ପେଟ୍ରୋଲ ଢାଳି ଜିଅନ୍ତା ଜାଳିଦେଇଥିଲେ । ନିଆଁ ଲାଗିବା ମାତ୍ରେ ମୈନା ଜୋରରେ ଚିତ୍କାର କରୁଥିଲେ । ଆଖପାଖରେ ଥିବା ଲୋକେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । ନିଆଁ ବି ଲିଭିଯାଇଥିଲା । ହେଲେ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା । ଗୁରୁତର ଅବସ୍ଥାରେ ମୈନାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ମୈନାଙ୍କ ଭଉଣୀଙ୍କ ଏତଲା ଆଧାରରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ କୁଣ୍ଡଲିକକୁ ଗିରଫ କରିଛି । ଝିଅଟିଏ ଜନ୍ମହେଲେ ଘରେ ଖୁସିର ମାହୋଲ ଖେଳିଯାଏ । କାହିଁକି ନା ଘରକୁ ଲକ୍ଷ୍ମୀ ଆସିଲେ ବୋଲି ସମସ୍ତେ ବିଶ୍ବାସ କରନ୍ତି ।କିନ୍ତୁ ଆଧୁନିକ ଯୁଗରେ ବି ବଦଳୁନି ମଣିଷର ମାନସିକତା । ଏବେବି ଲୋକେ ପୁରୁଣା ଚିନ୍ତାଧାରାକୁ ଛାଡୁନାହାନ୍ତି । ଝିଅ ଜନ୍ମ ହେବାକୁ ସେମ

ପୁଅ ଆଶାରେ ଜହ୍ଲାଦ ପାଲଟିଲା ସ୍ବାମୀ, କନ୍ୟା ସନ୍ତାନ ପାଇଁ ସ୍ତ୍ରୀକୁ ମାରିଦେଲା

ନୂଆଦିଲ୍ଲୀ /୧୨: ନୃଶଂସ ସ୍ବାମୀ । ତୃତୀୟ ଝିଅ ଜନ୍ମ ହେବାରୁ ସ୍ତ୍ରୀକୁ ମାରିଦେଇଥିବା ଅଭିଯୋଗ । ମହାରାଷ୍ଟ୍ରର ପରଭଣି ଜିଲ୍ଲା ଗାଓଁଖେଡା ଅଞ୍ଚଳରୁ ଆସିଛି ଘଟଣା । ଜହ୍ଲାଦ ସ୍ବାମୀ ୩୨ ବର୍ଷୀୟ କୁଣ୍ଡଲିକ ଉତ୍ତମ କଲେ । ପୂର୍ବରୁ ତାଙ୍କର ୨ଟି ଝିଅ ଥିଲେ । କିଛି ଦିନ ତଳେ ତାଙ୍କର ତୃତୀୟ ଝିଅ ଜନ୍ମ ହୋଇଥିଲା । ଯାହାକୁ ନେଇ ପତ୍ନୀଙ୍କ ସହ ଝଗଡା କରୁଥିଲେ କୁଣ୍ଡଲିକ । ପ୍ରତିଦିନ ଗାଲଇଗୁଲଜ କରିବା ସହ ମାରପିଟ କରିଥିଲେ । ତେବେ ୨୬ ତାରିଖରେ ଏହି ବିବାଦ ବଢିଯାଇଥିଲା । 

କୁଣ୍ଡଲିକ ରାଗରେ ସ୍ତ୍ରୀ ମୈନା ଉପରେ ପେଟ୍ରୋଲ ଢାଳି ଜିଅନ୍ତା ଜାଳିଦେଇଥିଲେ । ନିଆଁ ଲାଗିବା ମାତ୍ରେ ମୈନା ଜୋରରେ ଚିତ୍କାର କରୁଥିଲେ । ଆଖପାଖରେ ଥିବା ଲୋକେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । ନିଆଁ ବି ଲିଭିଯାଇଥିଲା । ହେଲେ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା । ଗୁରୁତର ଅବସ୍ଥାରେ ମୈନାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ମୈନାଙ୍କ ଭଉଣୀଙ୍କ ଏତଲା ଆଧାରରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ କୁଣ୍ଡଲିକକୁ ଗିରଫ କରିଛି । 

ଝିଅଟିଏ ଜନ୍ମହେଲେ ଘରେ ଖୁସିର ମାହୋଲ ଖେଳିଯାଏ । କାହିଁକି ନା ଘରକୁ ଲକ୍ଷ୍ମୀ ଆସିଲେ ବୋଲି ସମସ୍ତେ ବିଶ୍ବାସ କରନ୍ତି ।କିନ୍ତୁ ଆଧୁନିକ ଯୁଗରେ ବି ବଦଳୁନି ମଣିଷର ମାନସିକତା । ଏବେବି ଲୋକେ ପୁରୁଣା ଚିନ୍ତାଧାରାକୁ ଛାଡୁନାହାନ୍ତି । ଝିଅ ଜନ୍ମ ହେବାକୁ ସେମାନେ ଗ୍ରହଣ କରିପାରୁନାହାନ୍ତି । ମାନସିକତା ଏତେ ତଳ ସ୍ତରକୁ ଚାଲିଯାଉଛି ଯେ ଏମିତି ଜଘନ୍ୟ କାଣ୍ଡ ସାମ୍ନାକୁ ଆସୁଛି ।