ସର୍ବଭାରତୀୟ ସ୍ତରଠୁ ଓଡ଼ିଶାର ବେକାରୀ ହାର ଅଧିକ, ଗତ ୧୦ବର୍ଷରେ ନିଯୁକ୍ତି ପାଇଛନ୍ତି ମାତ୍ର ୮ହଜାର ୪୦୧ଜଣ
ଭୁବନେଶ୍ବର: ସର୍ବଭାରତୀୟ ସ୍ତରଠୁ ଓଡ଼ିଶାର ବେକାରୀ ହାର ଅଧିକ । ସହରାଞ୍ଚଳରେ ସ୍ଥିତି ସଙ୍ଗୀନ । ସର୍ବଭାରତୀୟ ସ୍ତରରେ ବେକାରୀ ହାର ୩.୨ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ୩.୯ ପ୍ରତିଶତ ରହିଛି ବେକାରୀ ହାର । ଓଡ଼ିଶା ବେକାରୀ ହାର ତାଲିକାରେ ୨୧ତମ ସ୍ଥାନରେ ରହିଛି । ରାଜ୍ୟର ଗ୍ରାମାଞ୍ଚଳରେ ବେକାରୀ ହାର ୩.୬ ପ୍ରତିଶତ ଥିବା ବେଳେ ସହରାଞ୍ଚଳରେ ଏହି ହାର ୬.୨ ପ୍ରତିଶତ ରହିଛି । ୨୦୧୭-୧୮ରୁ ୨୦୨୨-୨୩ ପର୍ଯ୍ୟନ୍ତ ସର୍ବଭାରତୀୟସ୍ତରରେ ଓଡ଼ିଶାର ବେକାରୀ ହାର ସ୍ଥିତି ସମ୍ପର୍କରେ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ସ୍ବାଇଁ । ବର୍ତ୍ତମାନ ସୁଦ୍ଧା ୧୧ଲକ୍ଷ ୪ହଜାର ୨୩୭ ଜଣ ଯୁବକଯୁବତୀଙ୍କ ନାମ ପଞ୍ଜିକରଣ କରାଯାଇଥିବା ବେଳେ ସେଥି ମଧ୍ୟରୁ ମାତ୍ର ୮ହଜାର ୪୦୧ଜଣ ଗତ ୧୦ବର୍ଷରେ ନିଯୁକ୍ତି ପାଇଛନ୍ତି ବୋଲି କହିଥିଲେ ମନ୍ତ୍ରୀ ।
ଭୁବନେଶ୍ବର: ସର୍ବଭାରତୀୟ ସ୍ତରଠୁ ଓଡ଼ିଶାର ବେକାରୀ ହାର ଅଧିକ । ସହରାଞ୍ଚଳରେ ସ୍ଥିତି ସଙ୍ଗୀନ । ସର୍ବଭାରତୀୟ ସ୍ତରରେ ବେକାରୀ ହାର ୩.୨ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ୩.୯ ପ୍ରତିଶତ ରହିଛି ବେକାରୀ ହାର । ଓଡ଼ିଶା ବେକାରୀ ହାର ତାଲିକାରେ ୨୧ତମ ସ୍ଥାନରେ ରହିଛି । ରାଜ୍ୟର ଗ୍ରାମାଞ୍ଚଳରେ ବେକାରୀ ହାର ୩.୬ ପ୍ରତିଶତ ଥିବା ବେଳେ ସହରାଞ୍ଚଳରେ ଏହି ହାର ୬.୨ ପ୍ରତିଶତ ରହିଛି ।
୨୦୧୭-୧୮ରୁ ୨୦୨୨-୨୩ ପର୍ଯ୍ୟନ୍ତ ସର୍ବଭାରତୀୟସ୍ତରରେ ଓଡ଼ିଶାର ବେକାରୀ ହାର ସ୍ଥିତି ସମ୍ପର୍କରେ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ସ୍ବାଇଁ । ବର୍ତ୍ତମାନ ସୁଦ୍ଧା ୧୧ଲକ୍ଷ ୪ହଜାର ୨୩୭ ଜଣ ଯୁବକଯୁବତୀଙ୍କ ନାମ ପଞ୍ଜିକରଣ କରାଯାଇଥିବା ବେଳେ ସେଥି ମଧ୍ୟରୁ ମାତ୍ର ୮ହଜାର ୪୦୧ଜଣ ଗତ ୧୦ବର୍ଷରେ ନିଯୁକ୍ତି ପାଇଛନ୍ତି ବୋଲି କହିଥିଲେ ମନ୍ତ୍ରୀ ।