କାଜୁ ତୋଳିବାକୁ ଯିବାବେଳେ ପଡ଼ିଗଲେ ଦନ୍ତା ହାବୁଡ଼ରେ, ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି

ତେଲକୋଇ ୩୦।୪: କାଜୁ ତୋଳିବାକୁ ଯାଉଥିବା ବେଳେ ଆକ୍ରମଣ କଲା ଦନ୍ତା । ଦମ୍ପତିଙ୍କୁ ଶୁଣ୍ଢରେ ଫିଙ୍ଗି ଦେଇ ଗୋଡରେ ଦଳିଦେଲା । ଫଳରେ ସ୍ବାମୀ-ସ୍ତ୍ରୀ ଗୁରୁତର ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟ୍‌ର ଉଦୟଗିରି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୁରୁତର ଦୁଇ ଜଣ ହେଲେ ଉଦୟଗିରି ଗାଁର ଲାବଣ୍ୟା ପଲେଇ ଆଉ ଯଦୁ ପଲେଇ ।ସୂଚନାଯୋଗ୍ୟ ଯେ, ଦମ୍ପତି ଭାଳୁ ହୋଳି ନିକଟସ୍ଥ କାଜୁ ବଗିଚାକୁ ଯାଉଥିବା ବେଳେ ହାତୀ ପଲ ହାବୁଡ଼ରେ ପଡ଼ିଯାଇଥିଲେ । ଦନ୍ତା ହାତୀଟି ପ୍ରଥମେ ସ୍ତ୍ରୀ ଲାବଣ୍ୟାଙ୍କୁ ଶୁଣ୍ଢରେ ଫିଙ୍ଗିବା ସହ ତାଙ୍କ ବାମ ହାତ ପାପୁଲିକୁ ଦଳି ଦେଇଥିଲା । ଫଳରେ ପାପୁଲି ଅଙ୍ଗୁଳି ଛିଡି ଯାଇଛି । ସେପଟେ ସ୍ବାମୀ ଯଦୁ ଲାବଣ୍ୟାଙ୍କୁ ବଞ୍ଚାଇବାକୁ ଯିବାବେଳେ ତାଙ୍କୁ ମଧ୍ୟ ଦନ୍ତା ଆକ୍ରମଣ କରି ଛାତିରେ ମାଡ଼ି ଦେଇଥିଲା । ଫଳରେ ସେ ମଧ୍ୟ ଗୁରୁତର ହୋଇଛନ୍ତି । ଗାଁ ଲୋକଙ୍କ ସାହାଯ୍ୟରେ ଦୁଇ ଜଣଙ୍କୁ ପ୍ରଥମେ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଉଭୟଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନକୁ ସ୍ଥାନାନ୍ତର କରାଯାଇଛି ।You Can Read:ପୁରୀରେ କାଳବୈଶାଖୀ ପ୍ରଭାବ : ରଥଯାତ୍ରା ପୂର୍ବରୁ ଭୁଶୁଡ଼ି ପଡ଼ିଲା କମାରଶାଳ 

କାଜୁ ତୋଳିବାକୁ ଯିବାବେଳେ ପଡ଼ିଗଲେ ଦନ୍ତା ହାବୁଡ଼ରେ, ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି

ତେଲକୋଇ ୩୦କାଜୁ ତୋଳିବାକୁ ଯାଉଥିବା ବେଳେ ଆକ୍ରମଣ କଲା ଦନ୍ତା । ଦମ୍ପତିଙ୍କୁ ଶୁଣ୍ଢରେ ଫିଙ୍ଗି ଦେଇ ଗୋଡରେ ଦଳିଦେଲା । ଫଳରେ ସ୍ବାମୀ-ସ୍ତ୍ରୀ ଗୁରୁତର ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟ୍‌ର ଉଦୟଗିରି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୁରୁତର ଦୁଇ ଜଣ ହେଲେ ଉଦୟଗିରି ଗାଁର ଲାବଣ୍ୟା ପଲେଇ ଆଉ ଯଦୁ ପଲେଇ ।

ସୂଚନାଯୋଗ୍ୟ ଯେ, ଦମ୍ପତି ଭାଳୁ ହୋଳି ନିକଟସ୍ଥ କାଜୁ ବଗିଚାକୁ ଯାଉଥିବା ବେଳେ ହାତୀ ପଲ ହାବୁଡ଼ରେ ପଡ଼ିଯାଇଥିଲେ । ଦନ୍ତା ହାତୀଟି ପ୍ରଥମେ ସ୍ତ୍ରୀ ଲାବଣ୍ୟାଙ୍କୁ ଶୁଣ୍ଢରେ ଫିଙ୍ଗିବା ସହ ତାଙ୍କ ବାମ ହାତ ପାପୁଲିକୁ ଦଳି ଦେଇଥିଲା । ଫଳରେ ପାପୁଲି ଅଙ୍ଗୁଳି ଛିଡି ଯାଇଛି । ସେପଟେ ସ୍ବାମୀ ଯଦୁ ଲାବଣ୍ୟାଙ୍କୁ ବଞ୍ଚାଇବାକୁ ଯିବାବେଳେ ତାଙ୍କୁ ମଧ୍ୟ ଦନ୍ତା ଆକ୍ରମଣ କରି ଛାତିରେ ମାଡ଼ି ଦେଇଥିଲା । ଫଳରେ ସେ ମଧ୍ୟ ଗୁରୁତର ହୋଇଛନ୍ତି । ଗାଁ ଲୋକଙ୍କ ସାହାଯ୍ୟରେ ଦୁଇ ଜଣଙ୍କୁ ପ୍ରଥମେ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଉଭୟଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନକୁ ସ୍ଥାନାନ୍ତର କରାଯାଇଛି ।

You Can Read:

ପୁରୀରେ କାଳବୈଶାଖୀ ପ୍ରଭାବ : ରଥଯାତ୍ରା ପୂର୍ବରୁ ଭୁଶୁଡ଼ି ପଡ଼ିଲା କମାରଶାଳ