ପରଦାରେ ଦେଖିବାକୁ ମିଳିବ ଲକ୍ଷ୍ୟ-ଅନନ୍ୟାଙ୍କ ରୋମାନ୍ସ, ‘ଚାନ୍ଦ ମେରା ଦିଲ୍’ରେ ଆସିବେ ନଜର

ମୁମ୍ବାଇ ୦୮।୧୧: ବଲିଉଡ୍‌ର ଚୁଲବୁଲି ଅଭିନେତ୍ରୀ ଅନନ୍ୟା ପାଣ୍ଡେ । ବର୍ତ୍ତମାନ ସେ ଏକ ରୋମାଣ୍ଟିକ୍‌ ଡ୍ରାମା ଫିଲ୍ମରେ ନଜର ଆସିବେ । ଫିଲ୍ମର ଟାଇଟଲ ହେଉଛି ‘ଚାନ୍ଦ୍‌ ମେରା ଦିଲ୍‌’ । ତାଙ୍କ ସହ ସ୍କ୍ରିନ୍‌ ସେୟାର କରିବେ ଲକ୍ଷ୍ୟ । କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ୍ସ ଅଧୀନରେ ଏହି ଫିଲ୍ମ ନିର୍ମାଣ  ହେବ । କରଣ ସୋସିଆଲ ମିଡିଆରେ ଫିଲ୍ମର କିଛି ପୋଷ୍ଟର୍‌ ସେୟାର କରିଛନ୍ତି । ଯେଉଁଥିରେ ଜଣାପଡିଛି ଯେ ୨୦୨୫ ମସିହାରେ  ଫିଲ୍ମ ରିଲିଜ ହେବ ।  View this post on InstagramA post shared by Karan Johar (@karanjohar)ପୋଷ୍ଟର୍‌ ସହିତ କ୍ୟାପ୍‌ସନ ଲେଖିଛନ୍ତି ‘ଆମର ଦୁଇ ଜହ୍ନଙ୍କ ପ୍ରେମ କାହାଣୀକୁ ପରଦାକୁ ଆଣିବାକୁ  ପ୍ରସ୍ତୁତ । ପ୍ରେମରେ ଟିକିଏ ପାଗଳ ହେବାକୁ  ହିଁ ପଡ଼େ... ବିବେକ ସୋନିଙ୍କ ନିର୍ଦ୍ଦେଶିତ,   ଅନନ୍ୟା-ଲକ୍ଷ୍ୟଙ୍କ ଅଭିନୀତ ‘ଚାନ୍ଦ୍‌ ମେରା  ଦିଲ୍‌’ ୨୦୨୫ରେ ସିନେମା ଘରକୁ ଆସିବ ।’ ପୋଷ୍ଟର୍‌ରେ ଅନନ୍ୟା ଓ ଲକ୍ଷ୍ୟ ରୋମାଣ୍ଟିକ୍‌  ପୋଜ୍‌ରେ ନଜର ଆସିଛନ୍ତି । ଉଭୟ ମଧ୍ୟ  ନିଜ ନିଜ ଇନ୍‌ଷ୍ଟାଗ୍ରାମରେ ଫିଲ୍ମ ବିଷୟରେ ସେୟାର କରି ସୂଚନା ଦେଇଛନ୍ତି ।କହିବାକୁ ଗଲେ ଅନନ୍ୟା  ଏବେ ‘କଲ୍‌ ମି ବେ’ ଓ ‘ସିଟିଆର୍‌ଏଲ୍‌’ର  ସଫଳତାକୁ ନେଇ ଖୁସି ଅଛନ୍ତି । ନିକଟରେ ଏକ  ସାକ୍ଷାତକାରରେ ମା’ ଭାବନା ଅନନ୍ୟାଙ୍କ  କଠିନ ପରିଶ୍ରମକୁ ପ୍ରଶଂସା କରିଥିଲେ । ଅନ୍ୟପଟେ, ବର୍ଷ ଆରମ୍ଭରେ ମୁକ୍ତିପ୍ରାପ୍ତ

ପରଦାରେ ଦେଖିବାକୁ ମିଳିବ ଲକ୍ଷ୍ୟ-ଅନନ୍ୟାଙ୍କ ରୋମାନ୍ସ, ‘ଚାନ୍ଦ ମେରା ଦିଲ୍’ରେ ଆସିବେ ନଜର

ମୁମ୍ବାଇ ୦୮।୧୧: ବଲିଉଡ୍‌ର ଚୁଲବୁଲି ଅଭିନେତ୍ରୀ ଅନନ୍ୟା ପାଣ୍ଡେ । ବର୍ତ୍ତମାନ ସେ ଏକ ରୋମାଣ୍ଟିକ୍‌ ଡ୍ରାମା ଫିଲ୍ମରେ ନଜର ଆସିବେ । ଫିଲ୍ମର ଟାଇଟଲ ହେଉଛି ‘ଚାନ୍ଦ୍‌ ମେରା ଦିଲ୍‌’ । ତାଙ୍କ ସହ ସ୍କ୍ରିନ୍‌ ସେୟାର କରିବେ ଲକ୍ଷ୍ୟ । କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ୍ସ ଅଧୀନରେ ଏହି ଫିଲ୍ମ ନିର୍ମାଣ  ହେବ । କରଣ ସୋସିଆଲ ମିଡିଆରେ ଫିଲ୍ମର କିଛି ପୋଷ୍ଟର୍‌ ସେୟାର କରିଛନ୍ତି । ଯେଉଁଥିରେ ଜଣାପଡିଛି ଯେ ୨୦୨୫ ମସିହାରେ  ଫିଲ୍ମ ରିଲିଜ ହେବ ।  

ପୋଷ୍ଟର୍‌ ସହିତ କ୍ୟାପ୍‌ସନ ଲେଖିଛନ୍ତି ‘ଆମର ଦୁଇ ଜହ୍ନଙ୍କ ପ୍ରେମ କାହାଣୀକୁ ପରଦାକୁ ଆଣିବାକୁ  ପ୍ରସ୍ତୁତ । ପ୍ରେମରେ ଟିକିଏ ପାଗଳ ହେବାକୁ  ହିଁ ପଡ଼େ... ବିବେକ ସୋନିଙ୍କ ନିର୍ଦ୍ଦେଶିତ,   ଅନନ୍ୟା-ଲକ୍ଷ୍ୟଙ୍କ ଅଭିନୀତ ‘ଚାନ୍ଦ୍‌ ମେରା  ଦିଲ୍‌’ ୨୦୨୫ରେ ସିନେମା ଘରକୁ ଆସିବ ।’ ପୋଷ୍ଟର୍‌ରେ ଅନନ୍ୟା ଓ ଲକ୍ଷ୍ୟ ରୋମାଣ୍ଟିକ୍‌  ପୋଜ୍‌ରେ ନଜର ଆସିଛନ୍ତି । ଉଭୟ ମଧ୍ୟ  ନିଜ ନିଜ ଇନ୍‌ଷ୍ଟାଗ୍ରାମରେ ଫିଲ୍ମ ବିଷୟରେ ସେୟାର କରି ସୂଚନା ଦେଇଛନ୍ତି ।

କହିବାକୁ ଗଲେ ଅନନ୍ୟା  ଏବେ ‘କଲ୍‌ ମି ବେ’ ଓ ‘ସିଟିଆର୍‌ଏଲ୍‌’ର  ସଫଳତାକୁ ନେଇ ଖୁସି ଅଛନ୍ତି । ନିକଟରେ ଏକ  ସାକ୍ଷାତକାରରେ ମା’ ଭାବନା ଅନନ୍ୟାଙ୍କ  କଠିନ ପରିଶ୍ରମକୁ ପ୍ରଶଂସା କରିଥିଲେ । ଅନ୍ୟପଟେ, ବର୍ଷ ଆରମ୍ଭରେ ମୁକ୍ତିପ୍ରାପ୍ତ ଫିଲ୍ମ ‘କିଲ୍‌’ରେ ଲକ୍ଷ୍ୟଙ୍କ ଦମ୍‌ଦାର ପ୍ରଦର୍ଶନ ପାଇଁ ପ୍ରଶଂସା କରିଥିଲେ ।