ସ୍କୁଲକୁ ବୋମା ଧମକ ମାମଲାରେ ଜଣେ ଛାତ୍ର ଗିରଫ; ପରୀକ୍ଷା ଏଡାଇବାକୁ କରୁଥିଲା ଇ-ମେଲ
ନୂଆଦିଲ୍ଲୀ ୧୦।୦୧ : ଦିଲ୍ଲୀ ସ୍କୁଲ୍କୁ ବାରମ୍ବାର ବୋମା ଧମକ ମିଳିବା ପରେ ଏଥିରେ ସଂପୃକ୍ତି ଥିବା ସନ୍ଦେହ କରି ଦିଲ୍ଲୀ ପୋଲିସ୍ ଏବେ ଜଣେ ଦ୍ବାଦଶ ଶ୍ରେଣୀ ଛାତ୍ରଙ୍କୁ ଅଟକ ରଖିଛି। ଦିଲ୍ଲୀର ସ୍କୁଲ୍କୁ ଲଗାତାର ବୋମା ଧମକ ମିଳିଥିବା ବେଳେ ପରବର୍ତ୍ତୀ ସମୟରେ ସେଥିରୁ ଅଧିକାଂଶ ମିଥ୍ୟା ବୋଲି ଜଣାପଡ଼ିଛି। ଏନେଇ ପୋଲିସର କହିବା ଅନୁଯାୟୀ, ଛାତ୍ର ଜଣକ ଅତି କମରେ ୨୩ଟି ସ୍କୁଲକୁ ବୋମା ଧମକ ଇମେଲ୍ ପଠାଇଥିଲେ। ପ୍ରତ୍ୟେକ ଘଟଣାରେ, ସନ୍ଦେହ ନ ଉପୁଜିବା ପାଇଁ ବାଳକ ଜଣକ ଅନ୍ୟ ସ୍କୁଲ୍କୁ ମେଲ୍ରେ ସିସି ରଖୁଥିଲେ ବି କେବେ ବି ନିଜ ସ୍କୁଲ୍ର ନାମ ଉଲ୍ଲେଖ କରିନଥିଲେ। ତଦନ୍ତ ସମୟରେ ଜଣାପଡିଥିଲା ଯେ ଛାତ୍ର ଜଣକ ସ୍କୁଲ୍ ପରୀକ୍ଷାକୁ ବନ୍ଦ କରିବା ପାଇଁ ଏପରି କରୁଥିଲେ। ପଚରାଉଚରା ସମୟରେ ସେ ସ୍ୱୀକାର କରିଛନ୍ତି ଯେ ସେ ପୂର୍ବରୁ ମଧ୍ୟ ଧମକପୂର୍ଣ୍ଣ ଇମେଲ୍ ପଠାଇଥିଲେ। ବରିଷ୍ଠ ପୋଲିସ ଅଧିକାରୀ ଅଙ୍କିତ ଚୌହାନ ଏ ନେଇ ଏଏନ୍ଆଇକୁ ସୂଚନା ଦେଇଛନ୍ତି। ଗତ କିଛି ମାସ ମଧ୍ୟରେ ଦିଲ୍ଲୀ ସ୍କୁଲ ଏବଂ କଲେଜଗୁଡ଼ିକୁ ଅନେକ ଧମକ ମିଳିଛି, ଯାହା ଆତଙ୍କ ସୃଷ୍ଟି କରିଛି। ସେଗୁଡ଼ିକ ଅଧିକାଂଶ ମିଥ୍ୟା ଥିଲା ବୋଲି ପରେ ଜଣାପଡିଛି।
ନୂଆଦିଲ୍ଲୀ ୧୦।୦୧ : ଦିଲ୍ଲୀ ସ୍କୁଲ୍କୁ ବାରମ୍ବାର ବୋମା ଧମକ ମିଳିବା ପରେ ଏଥିରେ ସଂପୃକ୍ତି ଥିବା ସନ୍ଦେହ କରି ଦିଲ୍ଲୀ ପୋଲିସ୍ ଏବେ ଜଣେ ଦ୍ବାଦଶ ଶ୍ରେଣୀ ଛାତ୍ରଙ୍କୁ ଅଟକ ରଖିଛି। ଦିଲ୍ଲୀର ସ୍କୁଲ୍କୁ ଲଗାତାର ବୋମା ଧମକ ମିଳିଥିବା ବେଳେ ପରବର୍ତ୍ତୀ ସମୟରେ ସେଥିରୁ ଅଧିକାଂଶ ମିଥ୍ୟା ବୋଲି ଜଣାପଡ଼ିଛି।
ଏନେଇ ପୋଲିସର କହିବା ଅନୁଯାୟୀ, ଛାତ୍ର ଜଣକ ଅତି କମରେ ୨୩ଟି ସ୍କୁଲକୁ ବୋମା ଧମକ ଇମେଲ୍ ପଠାଇଥିଲେ। ପ୍ରତ୍ୟେକ ଘଟଣାରେ, ସନ୍ଦେହ ନ ଉପୁଜିବା ପାଇଁ ବାଳକ ଜଣକ ଅନ୍ୟ ସ୍କୁଲ୍କୁ ମେଲ୍ରେ ସିସି ରଖୁଥିଲେ ବି କେବେ ବି ନିଜ ସ୍କୁଲ୍ର ନାମ ଉଲ୍ଲେଖ କରିନଥିଲେ। ତଦନ୍ତ ସମୟରେ ଜଣାପଡିଥିଲା ଯେ ଛାତ୍ର ଜଣକ ସ୍କୁଲ୍ ପରୀକ୍ଷାକୁ ବନ୍ଦ କରିବା ପାଇଁ ଏପରି କରୁଥିଲେ।
ପଚରାଉଚରା ସମୟରେ ସେ ସ୍ୱୀକାର କରିଛନ୍ତି ଯେ ସେ ପୂର୍ବରୁ ମଧ୍ୟ ଧମକପୂର୍ଣ୍ଣ ଇମେଲ୍ ପଠାଇଥିଲେ। ବରିଷ୍ଠ ପୋଲିସ ଅଧିକାରୀ ଅଙ୍କିତ ଚୌହାନ ଏ ନେଇ ଏଏନ୍ଆଇକୁ ସୂଚନା ଦେଇଛନ୍ତି। ଗତ କିଛି ମାସ ମଧ୍ୟରେ ଦିଲ୍ଲୀ ସ୍କୁଲ ଏବଂ କଲେଜଗୁଡ଼ିକୁ ଅନେକ ଧମକ ମିଳିଛି, ଯାହା ଆତଙ୍କ ସୃଷ୍ଟି କରିଛି। ସେଗୁଡ଼ିକ ଅଧିକାଂଶ ମିଥ୍ୟା ଥିଲା ବୋଲି ପରେ ଜଣାପଡିଛି।