ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ
ଯାଜପୁର: ଘର ଭିତରୁ ଉଦ୍ଧାର ହେଲା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଘଟଣା ଘଟିଛି ଯାଜପୁର ରୋଡ ଥାନା ଦାନଗଦୀ ଅଞ୍ଚଳରେ। ସେପଟେ ମହିଳାଙ୍କ ପରିବାର ଲୋକେ ଶାଶୁ ଘର ବିରୋଧର ହତ୍ୟା ଅଭିଯୋଗ ଆଣି ପୋଲିସ୍ରେ ହାଜର ହୋଇଛନ୍ତି। ପୋଲିସ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ ମହିଳାଙ୍କ ନାଁ ସ୍ବାଗତିକା। ସୂଚନା ଅନୁଯାୟୀ, କୁଆଖିଆ ଥାନା ଭୋଟକା ଗ୍ରାମର ବ୍ରହ୍ମାନନ୍ଦ ରାଉତଙ୍କ ଝିଅ ସ୍ବାଗତିକା ଦାନଗଦି ଗ୍ରାମର ଆଦିତ୍ୟ ସାହୁଙ୍କୁ ଗତ ୨୦୦୯ ମସିହାରେ ପ୍ରେମ ବିବାହ କରିଥିଲେ। ଏବେ ତାଙ୍କର ଏକ ୪ ବର୍ଷର ଶିଶୁପୁତ୍ର ମଧ୍ୟ ରହିଛି।ମାତ୍ର ଗତ କିଛିବର୍ଷ ହେବ ଆଦିତ୍ୟଙ୍କ ପରିବାର ଲୋକେ ସ୍ବାଗତିକାଙ୍କୁ ଯୈାତୁକ ନିର୍ଯ୍ୟାତନା ଦେଉଥିବାର ସ୍ବାଗତିକାଙ୍କ ବାପଘର ପକ୍ଷରୁ ପୂର୍ବରୁ ଅଭିଯୋଗ ହୋଇଥିଲା। ଆପୋଷ ବୁଝାମଣାରେ ତାହା ସମାଧାନ ମଧ୍ୟ ହୋଇଥିଲା। କିନ୍ତୁ ଶୁକ୍ରବାର ସକାଳେ ନିଜ ଶୋଇବା ଘରେ ସ୍ବାଗତିକାଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା।ତେବେ ସ୍ବାଗତିକା ଆତ୍ମହତ୍ୟା କରିଥିବା ଶାଶୁଘର ଲୋକେ କହୁଥିବା ବେଳେ ସ୍ବାଗତିକାଙ୍କୁ ହତ୍ୟା କରାଯାଇଥିବା, ତାଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି। ସେପଟେ ହତ୍ୟା ଅଭିଯୋଗ ପରେ ସାଇଣ୍ଟିଫିକ୍ ଟିମ ସହାୟତାରେ ପୋଲିସ ଘଟଣାର ଛାନଭିନ୍ ଆରମ୍ଭ କରିଛି।
ଯାଜପୁର: ଘର ଭିତରୁ ଉଦ୍ଧାର ହେଲା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଘଟଣା ଘଟିଛି ଯାଜପୁର ରୋଡ ଥାନା ଦାନଗଦୀ ଅଞ୍ଚଳରେ। ସେପଟେ ମହିଳାଙ୍କ ପରିବାର ଲୋକେ ଶାଶୁ ଘର ବିରୋଧର ହତ୍ୟା ଅଭିଯୋଗ ଆଣି ପୋଲିସ୍ରେ ହାଜର ହୋଇଛନ୍ତି। ପୋଲିସ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ ମହିଳାଙ୍କ ନାଁ ସ୍ବାଗତିକା।
ସୂଚନା ଅନୁଯାୟୀ, କୁଆଖିଆ ଥାନା ଭୋଟକା ଗ୍ରାମର ବ୍ରହ୍ମାନନ୍ଦ ରାଉତଙ୍କ ଝିଅ ସ୍ବାଗତିକା ଦାନଗଦି ଗ୍ରାମର ଆଦିତ୍ୟ ସାହୁଙ୍କୁ ଗତ ୨୦୦୯ ମସିହାରେ ପ୍ରେମ ବିବାହ କରିଥିଲେ। ଏବେ ତାଙ୍କର ଏକ ୪ ବର୍ଷର ଶିଶୁପୁତ୍ର ମଧ୍ୟ ରହିଛି।
ମାତ୍ର ଗତ କିଛିବର୍ଷ ହେବ ଆଦିତ୍ୟଙ୍କ ପରିବାର ଲୋକେ ସ୍ବାଗତିକାଙ୍କୁ ଯୈାତୁକ ନିର୍ଯ୍ୟାତନା ଦେଉଥିବାର ସ୍ବାଗତିକାଙ୍କ ବାପଘର ପକ୍ଷରୁ ପୂର୍ବରୁ ଅଭିଯୋଗ ହୋଇଥିଲା। ଆପୋଷ ବୁଝାମଣାରେ ତାହା ସମାଧାନ ମଧ୍ୟ ହୋଇଥିଲା। କିନ୍ତୁ ଶୁକ୍ରବାର ସକାଳେ ନିଜ ଶୋଇବା ଘରେ ସ୍ବାଗତିକାଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା।
ତେବେ ସ୍ବାଗତିକା ଆତ୍ମହତ୍ୟା କରିଥିବା ଶାଶୁଘର ଲୋକେ କହୁଥିବା ବେଳେ ସ୍ବାଗତିକାଙ୍କୁ ହତ୍ୟା କରାଯାଇଥିବା, ତାଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି। ସେପଟେ ହତ୍ୟା ଅଭିଯୋଗ ପରେ ସାଇଣ୍ଟିଫିକ୍ ଟିମ ସହାୟତାରେ ପୋଲିସ ଘଟଣାର ଛାନଭିନ୍ ଆରମ୍ଭ କରିଛି।