କୋଲକାତା ମହିଳା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲା: ହସ୍ତକ୍ଷେପ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲା IMA
କୋଲକାତା: କୋଲକାତାର ଆର୍ଡି କର ମେଡିକାଲ କଲେଜ୍ ଆଣ୍ଡ ହସ୍ପିଟାଲରେ ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାରେ ହସ୍ତକ୍ଷେପ କରିବାକୁ ଶନିବାର(ଅଗଷ୍ଟ ୧୭) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛି ଭାରତୀୟ ମେଡିକାଲ ସଂଘ(ଆଇଏମ୍ଏ)। ଲେଖାଯାଇଥିବା ଚିଠିରେ ସଂଘ କିଛି ସମାଧାନ ପ୍ରସ୍ତାବ ରଖିବା ସହ କିଛି ଦାବି ମଧ୍ୟ କରିଛି। ଏବଂ କହିଛି ପ୍ରଧାନମନ୍ତ୍ରୀ ଏହି ମାମଲାରେ ହସ୍ତକ୍ଷେପ କଲେ କେବଳ ମହିଳା ଡାକ୍ତରଙ୍କୁ ଆତ୍ମବିଶ୍ୱାସ ମିଳିବ ନାହିଁ ବରଂ କାମ କରୁଥିବା ସମସ୍ତ ମହିଳାଙ୍କ ମନବଳ ବଢ଼ିବ। ସଂଘ ପକ୍ଷରୁ ଆଇଏମ୍ଏ ଜାତୀୟ ଅଧ୍ୟକ୍ଷ ଡ. ଆର୍ଭି ଅସୋକାନ ଏବଂ ସାଧାରଣ ସମ୍ପାଦକ ଡ. ଅନୀଲ କୁମାର ଜେ. ନାୟକ ପ୍ରଧାନମନ୍ତ୍ରୀଙ୍କୁ ଏହି ଚିଠି ଲେଖିଛନ୍ତି। ଏଥିରେ ଅଗଷ୍ଟ ୯ରେ ଅପରାଧ ହୋଇଥିବା ବେଳେ ୧୪ ତାରିଖରେ ଡାକ୍ତରଖାନା ପରିସରରେ ହୋଇଥିବା ଭଙ୍ଗାରୁଜା ବିଷୟରେ ଜଣାଇବା ସହିତ ହସପିଟାଲରେ ଡାକ୍ତରଙ୍କ ସୁରକ୍ଷା ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। ହସ୍ପିଟାଲ ପରିସରରେ ଡାକ୍ତରଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଅଧିକାରୀଙ୍କ କାମ ବୋଲି ଚିଠିରେ କୁହାଯାଇଛି। କୋଲକାତା ଘଟଣାରେ ଦୁଇଟି ଦିଗ ସାମ୍ନାକୁ ଆସିଲା। ପ୍ରଥମତଃ ମହିଳାରଙ୍କ ସୁରକ୍ଷା ସ୍ଥାନ ନଥିବାରୁ ଏଭଳି ଦୁର୍ଘଟଣା ଘଟିଲା। ଦ୍ୱିତୀୟତଃ ସାଂଗଠନିକ ସୁରକ୍ଷା ନିୟମ ନଥିବାରୁ ଏଭଳି ଗୁଣ୍ଡାଗର୍ଦ୍ଦି ହେବା। ଡାକ୍ତରମାନେ ଆଜି ସାରା ଦେଶରେ ଅତି ଦରକ
କୋଲକାତା: କୋଲକାତାର ଆର୍ଡି କର ମେଡିକାଲ କଲେଜ୍ ଆଣ୍ଡ ହସ୍ପିଟାଲରେ ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାରେ ହସ୍ତକ୍ଷେପ କରିବାକୁ ଶନିବାର(ଅଗଷ୍ଟ ୧୭) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛି ଭାରତୀୟ ମେଡିକାଲ ସଂଘ(ଆଇଏମ୍ଏ)। ଲେଖାଯାଇଥିବା ଚିଠିରେ ସଂଘ କିଛି ସମାଧାନ ପ୍ରସ୍ତାବ ରଖିବା ସହ କିଛି ଦାବି ମଧ୍ୟ କରିଛି। ଏବଂ କହିଛି ପ୍ରଧାନମନ୍ତ୍ରୀ ଏହି ମାମଲାରେ ହସ୍ତକ୍ଷେପ କଲେ କେବଳ ମହିଳା ଡାକ୍ତରଙ୍କୁ ଆତ୍ମବିଶ୍ୱାସ ମିଳିବ ନାହିଁ ବରଂ କାମ କରୁଥିବା ସମସ୍ତ ମହିଳାଙ୍କ ମନବଳ ବଢ଼ିବ।
ସଂଘ ପକ୍ଷରୁ ଆଇଏମ୍ଏ ଜାତୀୟ ଅଧ୍ୟକ୍ଷ ଡ. ଆର୍ଭି ଅସୋକାନ ଏବଂ ସାଧାରଣ ସମ୍ପାଦକ ଡ. ଅନୀଲ କୁମାର ଜେ. ନାୟକ ପ୍ରଧାନମନ୍ତ୍ରୀଙ୍କୁ ଏହି ଚିଠି ଲେଖିଛନ୍ତି। ଏଥିରେ ଅଗଷ୍ଟ ୯ରେ ଅପରାଧ ହୋଇଥିବା ବେଳେ ୧୪ ତାରିଖରେ ଡାକ୍ତରଖାନା ପରିସରରେ ହୋଇଥିବା ଭଙ୍ଗାରୁଜା ବିଷୟରେ ଜଣାଇବା ସହିତ ହସପିଟାଲରେ ଡାକ୍ତରଙ୍କ ସୁରକ୍ଷା ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। ହସ୍ପିଟାଲ ପରିସରରେ ଡାକ୍ତରଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଅଧିକାରୀଙ୍କ କାମ ବୋଲି ଚିଠିରେ କୁହାଯାଇଛି।
କୋଲକାତା ଘଟଣାରେ ଦୁଇଟି ଦିଗ ସାମ୍ନାକୁ ଆସିଲା। ପ୍ରଥମତଃ ମହିଳାରଙ୍କ ସୁରକ୍ଷା ସ୍ଥାନ ନଥିବାରୁ ଏଭଳି ଦୁର୍ଘଟଣା ଘଟିଲା। ଦ୍ୱିତୀୟତଃ ସାଂଗଠନିକ ସୁରକ୍ଷା ନିୟମ ନଥିବାରୁ ଏଭଳି ଗୁଣ୍ଡାଗର୍ଦ୍ଦି ହେବା। ଡାକ୍ତରମାନେ ଆଜି ସାରା ଦେଶରେ ଅତି ଦରକାରୀ ନଥିବା ସେବାରୁ ନିବୃତ୍ତ ରହିଛନ୍ତି। କେବଳ କାଜୁଆଲିଟି ଓ ଜରୁରୀକାଳୀନ ସ୍ଥିତିରେ ନିଜ ସେବା ଯୋଗାଇଛନ୍ତି ବୋଲି ଆଇଏମଏ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛି। ଯାହାକୁ ନେଇ ସଂଘ ଏହାର ସମାଧାନ ପାଇଁ କିଛି ପ୍ରସ୍ତାବ ଦେଇଥିବା ବେଳେ ଦାବି ମଧ୍ୟ ରଖିଛନ୍ତି।
ମେଡିକାଲ ଆଇନ୍ରେ ପରିବର୍ତ୍ତନ ସହିତ ଏୟାରପୋର୍ଟ ଭଳି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଉ। ହସ୍ପିଟାଲକୁ ସେପ୍ ଜୋନ ଘୋଷଣା କରାଯାଉ। ସିସିଟିଭି, ସୁରକ୍ଷାକର୍ମୀ ମୁତୟନ ଏବଂ ନିୟମ ପାଳନ କରାଯାଉ। ପୀଡ଼ିତାଙ୍କୁ ୩୬ ଘଣ୍ଟା ଡ୍ୟୁଟି ସିଫ୍ଟ କରିବାକୁ ପଡ଼ିଥିଲା। ହେଲେ ବିଶ୍ରାମ ନେବାର ସୁରକ୍ଷିତ ସ୍ଥାନ ନଥିଲା। ଏଥିପାଇଁ ବ୍ୟବସ୍ଥା ଥିଲା। ଏଥିସହିତ ପୀଡ଼ିତାଙ୍କ ପରିବାରକୁ ନ୍ୟାୟୋଚିତ କ୍ଷତିପୂରଣ ଦିଆଯାଉ ବୋଲି ଆଇଏମଏ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଦାବି କରିଛି।
ସେପଟେ ଏହି ମାମଲାରେ ଆଉ ଏକ ଅପଡେଟ୍ ସାମ୍ନାକୁ ଆସିଛି। ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟର ସାଇକୋଲୋଜିକାଲ ଟେଷ୍ଟ(ମନୋସ୍ତାତ୍ତ୍ୱିକ ପରୀକ୍ଷା) କରିବ ସିବିଆଇ। ଏଥିପାଇଁ ସେଣ୍ଟ୍ରାଲ ଫୋରେନ୍ସିକ ସାଇନ୍ସ ଲାବୋରୋଟରୀର ଏକ ଟିମ କୋଲକାତାରେ ପହଞ୍ଚିଛନ୍ତି।