ନାମାଙ୍କନ ପତ୍ର ଦାଖଲ କଲେ ସମ୍ୱଲପୁର ବିଜେପି ପ୍ରାର୍ଥୀ ଜୟ ନାରାୟଣ ମିଶ୍ର

ସମ୍ବଲପୁର:ଦଳୀୟ କାର୍ଯ୍ୟାଳୟ ରୁ କର୍ମୀ ଓ ସମର୍ଥକ ଙ୍କ ସହ ଏକ ପଟୁଆରାରେ ଉପଜିଲ୍ଲାପାଳ କାର୍ଯ୍ୟଳୟରେ ପହଞ୍ଚି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ସମ୍ବଲପୁର ବିଧାନସଭା ର ବିଜେପି ପ୍ରାର୍ଥୀ ଜୟନାରାୟଣ ମିଶ୍ର। ସମ୍ବଲପୁର ଉପ ଜିଲ୍ଲାପାଳ ଙ୍କ ପାଖରେ ୩ ସେଟ୍ ପ୍ରାର୍ଥୀ ପାତ୍ର ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ସମୟରେ ରେଙ୍ଗାଲି ବିଧାୟକ ନାଉରୀ ନାୟକ ଓ ବ୍ରହ୍ମଗିରି ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ । ଆଇନଜୀବୀ ଡ. […] The post ନାମାଙ୍କନ ପତ୍ର ଦାଖଲ କଲେ ସମ୍ୱଲପୁର ବିଜେପି ପ୍ରାର୍ଥୀ ଜୟ ନାରାୟଣ ମିଶ୍ର appeared first on Odisha.News.

ନାମାଙ୍କନ ପତ୍ର ଦାଖଲ କଲେ ସମ୍ୱଲପୁର ବିଜେପି ପ୍ରାର୍ଥୀ ଜୟ ନାରାୟଣ ମିଶ୍ର

ସମ୍ବଲପୁର:ଦଳୀୟ କାର୍ଯ୍ୟାଳୟ ରୁ କର୍ମୀ ଓ ସମର୍ଥକ ଙ୍କ ସହ ଏକ ପଟୁଆରାରେ ଉପଜିଲ୍ଲାପାଳ କାର୍ଯ୍ୟଳୟରେ ପହଞ୍ଚି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ସମ୍ବଲପୁର ବିଧାନସଭା ର ବିଜେପି ପ୍ରାର୍ଥୀ ଜୟନାରାୟଣ ମିଶ୍ର।
ସମ୍ବଲପୁର ଉପ ଜିଲ୍ଲାପାଳ ଙ୍କ ପାଖରେ ୩ ସେଟ୍ ପ୍ରାର୍ଥୀ ପାତ୍ର ଦାଖଲ କରିଛନ୍ତି ।
ନାମାଙ୍କନ ଦାଖଲ ସମୟରେ ରେଙ୍ଗାଲି ବିଧାୟକ ନାଉରୀ ନାୟକ ଓ ବ୍ରହ୍ମଗିରି ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ ।
ଆଇନଜୀବୀ ଡ. ପ୍ରମୋଦ ରଥ, ଚିତ୍ରସେନ ମିଶ୍ର, ପରିତୋଷ ପାଣିଗ୍ରାହି, ଅତନୁ ଘୋଷ, ସଞ୍ଜୀବ ତ୍ରିପାଠୀ, ଫଣି ଭୂଷଣ ମିଶ୍ର, ପ୍ରଦୀପ ସୂପକାର, ପ୍ରସନ୍ନ ସାହୁ, ମୁକୁଲ ଦାଶ, ସିଦ୍ଧାର୍ଥ ସାହୁ, ଅରବିନ୍ଦ ନାଏକ, ରାଜୀବ ଶତପଥୀ, ପ୍ରଶାନ୍ତ କର, ରାଜେଶ ସାହୁ, ପ୍ରିୟ ରଞ୍ଜନ ବଡ଼ପଣ୍ଡା ସହଯୋଗ କରିଥିଲେ ।
ଏହି ନାମାଙ୍କନ ପତ୍ର ଦାଖଲ ଶୋଭାଯାତ୍ରାରେ ଜୟଙ୍କ ଧର୍ମପତ୍ରୀ ଜ୍ୟୋତ୍ସ୍ନାରାଣୀ ମିଶ୍ର ଓ କନ୍ୟା ଶୁଭଶ୍ରୀ ମିଶ୍ର ମଧ୍ଯ ସାମିଲ ଥିଲେ ।
ବିଜେପି ର ଅନିଲ ବେହେରା, ମାନସ ରଞ୍ଜନ ବକ୍ସି, ସମୀର ରଞ୍ଜନ ବାବୁ, ଦାମୋଦର କର, ସୁଶାନ୍ତ ପୁରୋହିତ, ସରୋଜ ଦଲପତ୍, ମୋହନ ଦାଶ, ସଞ୍ଜୟ ଷଡ଼ଙ୍ଗୀ, ଶିବ ଦିୱାନ୍, କାହ୍ନୁରାମ ଶର୍ମା, ମୁକେଶ ଜରିୱାଲ, ସୋମିତ୍ର ଜତି, ସନ୍ତୋଷ ଡାଲୁଆ, ସବିତା ନନ୍ଦ, ଆରତୀ ବରାଡ, ରୁନୁ ପ୍ରଧାନ, ସଂଯୁକ୍ତା ଆଚାର୍ଯ୍ୟ, ସୁଜାତା ଗୁରୁ, ସବିତା ହୋତା, ଭବାନୀ ଦୁଷର ସମେତ ବହୁ ବିଜେପି କର୍ମୀ ଓ ପଦାଧିକାରୀ ଉପସ୍ଥିତ ଥିଲେ ।

The post ନାମାଙ୍କନ ପତ୍ର ଦାଖଲ କଲେ ସମ୍ୱଲପୁର ବିଜେପି ପ୍ରାର୍ଥୀ ଜୟ ନାରାୟଣ ମିଶ୍ର appeared first on Odisha.News.