ଝୁଲି ରହିଛି ୨ ଅଭିନେତାଙ୍କ ଭାଗ୍ୟ
କଟକ,୨୨ା୪(ଶିଳ୍ପା ପ୍ରିୟଦର୍ଶିନୀ):ବିଜେଡି ଛାଡି ଭାଜପାରେ ଅଭିନେତା ଅରିନ୍ଦମ ରାଏ, ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସନାୟକ ଓ ଅନୁଭବ ମହାନ୍ତି ଯୋଗଦେଇଛନ୍ତି। ବିଜେଡି ଦଳ ଛାଡିବାରେ ସର୍ବପ୍ରଥମେ ରହିଛନ୍ତି ଅଭିନେତା ଅରିନ୍ଦମ। ଗତ ମାର୍ଚ୍ଚ ୧୫ରେ ଅରିନ୍ଦମ ବିଜେଡି ଛାଡି ଭାଜପାରେ ଯୋଗଦେଇଥିଲେ। ତାଙ୍କ ପରେ ସିଦ୍ଧାନ୍ତ ବିଜେଡିରୁ ଇସ୍ତଫା ଦେଇ ମାର୍ଚ୍ଚ ୨୮ରେ ନୂଆଦିଲୀସ୍ଥିତ କାର୍ଯ୍ୟାଳୟରେ ଭାଜପାରେ ସାମିଲ ହୋଇଥିଲେ। ମାର୍ଚ୍ଚ ୩୦ରେ ଆକାଶ ଏବଂ ପରେ କେନ୍ଦ୍ରାପଡା ଏମ୍ପି ଅନୁଭବ ଦଳରୁ ଇସ୍ତଫା ଦେଇଥିଲେ। ମାର୍ଚ୍ଚ […] The post ଝୁଲି ରହିଛି ୨ ଅଭିନେତାଙ୍କ ଭାଗ୍ୟ appeared first on Dharitri Odia News.
କଟକ,୨୨ା୪(ଶିଳ୍ପା ପ୍ରିୟଦର୍ଶିନୀ):ବିଜେଡି ଛାଡି ଭାଜପାରେ ଅଭିନେତା ଅରିନ୍ଦମ ରାଏ, ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସନାୟକ ଓ ଅନୁଭବ ମହାନ୍ତି ଯୋଗଦେଇଛନ୍ତି। ବିଜେଡି ଦଳ ଛାଡିବାରେ ସର୍ବପ୍ରଥମେ ରହିଛନ୍ତି ଅଭିନେତା ଅରିନ୍ଦମ। ଗତ ମାର୍ଚ୍ଚ ୧୫ରେ ଅରିନ୍ଦମ ବିଜେଡି ଛାଡି ଭାଜପାରେ ଯୋଗଦେଇଥିଲେ। ତାଙ୍କ ପରେ ସିଦ୍ଧାନ୍ତ ବିଜେଡିରୁ ଇସ୍ତଫା ଦେଇ ମାର୍ଚ୍ଚ ୨୮ରେ ନୂଆଦିଲୀସ୍ଥିତ କାର୍ଯ୍ୟାଳୟରେ ଭାଜପାରେ ସାମିଲ ହୋଇଥିଲେ। ମାର୍ଚ୍ଚ ୩୦ରେ ଆକାଶ ଏବଂ ପରେ କେନ୍ଦ୍ରାପଡା ଏମ୍ପି ଅନୁଭବ ଦଳରୁ ଇସ୍ତଫା ଦେଇଥିଲେ। ମାର୍ଚ୍ଚ ୩୧ରେ ରାଜ୍ୟ କାର୍ଯ୍ୟାଳୟରେ ଆକାଶ ଭାଜପାରେ ଯୋଗଦେଇଥିଲେ ଏବଂ ଏପ୍ରିଲ ୧ ତାରିଖରେ ଅନୁଭବ ନୂଆଦିଲ୍ଲୀ କାର୍ଯ୍ୟାଳୟରେ ଯୋଗଦେଇଥିଲେ। ବିଜେଡି ଛାଡି ଭାଜପାରେ ଯୋଗ ଦେବାର କିଛି ଦିନ ମଧ୍ୟରେ ଭାଜପା ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା। ଅଭିନେତା ସିଦ୍ଧାନ୍ତଙ୍କୁ ଦିଗପହଣ୍ଡି ଓ ଆକାଶଙ୍କୁ କୋରେଇ ନିର୍ବାଚନ ମଣ୍ଡଳୀରୁ ଭାଜପା ପ୍ରାର୍ଥୀ କରିଛି। ସେହିପରି ବିଜେଡିରେ ଗତ ୧୮ରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଯୋଗଦେଇଥିଲେ। ପରେ ଦଳ ତାଙ୍କୁ ବଡଚଣା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିଛି। ତେବେ ଚଳିତ ନିର୍ବାଚନରେ ସିନେ ତାରକାଙ୍କ ନିର୍ବାଚନ ଲଢ଼େଇ ଦେଖିବାକୁ ମିଳିବା ସହ କେଉଁ ଅଭିନେତ୍ରୀ ଓ ଅଭିନେତା କ’ଣ ରଣନୀତି ଆପଣାଇବେ ତାହାକୁ ନେଇ ଲୋକେ ଆଲୋଚନା ଆରମ୍ଭ କରି ସାରିଛନ୍ତି। ହେଲେ ଭାଜପାରେ ଯୋଗଦେବାର ଏକ ମାସରୁ ଅଧିକ ସମୟ ହୋଇଥିଲେ ମଧ୍ୟ ଏବେ ଯାଏଁ ଝୁଲି ରହିଛନ୍ତି ଅରିନ୍ଦମ ରାଏଙ୍କ ଭାଗ୍ୟ। ସେହିପରି ଅନୁଭବ ୧୫ ଦିନରୁ ଅଧିକ ସମୟ ହେବ ଦଳରେ ଯୋଗଦେଇଥିଲେ ମଧ୍ୟ ଦଳ ତାଙ୍କୁ ଟିକେଟ ଦେବା ନେଇ ଝୁଲେଇ ରଖିଛି। କିଛିଦିନ ତଳେ ଅରିନ୍ଦମ ସାଲେପୁର ନିର୍ବାଚନ ମଣ୍ଡଳୀର ଚା’ ଖଟିରେ ଯୋଗଦେବା ସହ ସେଠାରେ ଭୋଟରଙ୍କ ନିକଟତର ହେବାର ଫଟୋ ଭାଇରାଲ ହୋଇଥିଲା। ଏପରି କି ଅରିନ୍ଦମଙ୍କୁ ଦଳ ସାଲେପୁରରୁ ଟିକେଟ ଦେବ ବୋଲି ଲୋକ ଟୁପୁରୁଟାପୁରୁ ହେବା ଆରମ୍ଭ କରିଛନ୍ତି। ହେଲେ ଭାଜପାରେ ଯୋଗଦେବା ପରେ ସେ କୌଣସି ଦଳୀୟ କାର୍ଯ୍ୟରେ ସକ୍ରିୟ ନାହାନ୍ତି। ତେବେ ଭାଜପାର ବାରବାଟୀ-କଟକ ଓ ସାଲେପୁର ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା ବାକି ରହିଥିବାବେଳେ ଉଭୟ ଅଭିନେତା ଦୁଇଟି ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବା ପାଇଁ ଆଶା ରଖିଥିବା ନେଇ ସାଧାରଣରେ ଆଲୋଚନା ହେଉଛି। ଏନେଇ ଅରିନ୍ଦମ କହିଛନ୍ତି, ଆଶାବାଦୀ ନୁହେଁ ଦଳରେ ଯୋଗଦେଇଛି ଲୋକଙ୍କ ପାଇଁ କାମ କରିବାକୁ। କାମ ଜାରି ରଖିବି ଏବଂ ତା’ର ଫଳ ନିଶ୍ଚିତ ମିଳିବ। ଦଳ ଯାହା ନିଷ୍ପତ୍ତି ନେବ ସେଥିପାଇଁ ମୁଁ ପ୍ରସ୍ତୁତ ରହିଛି। ଅପରପକ୍ଷରେ ଅନୁଭବଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।
The post ଝୁଲି ରହିଛି ୨ ଅଭିନେତାଙ୍କ ଭାଗ୍ୟ appeared first on Dharitri Odia News.