ଉଦୟ ଭାଟିଆ, ମାନସୀ ଗୁପ୍ତାଙ୍କୁ ଡାଏନା ସ୍ମୃତି ପୁରସ୍କାର
ଲଣ୍ଡନ/ନୂଆଦିଲ୍ଲୀ,୧୬।୩: ଦିଲ୍ଲୀର ଇନୋଭେଟର ଉଦୟ ଭାଟିଆ ଏବଂ ହରିୟାଣାର ମାନସିକ ସ୍ବାସ୍ଥ୍ୟ ପ୍ରଚାରକ ମାନସୀ ଗୁପ୍ତା, ଡାଏନା ମେମୋରିଆଲ ପୁରସ୍କାରରେ ସମ୍ମାନିତ ବିଶ୍ୱର ୨୦ଜଣଙ୍କ ମଧ୍ୟରେ ସାମିଲ ଅଛନ୍ତି। ୱେଲ୍ସର ସ୍ବର୍ଗତ ରାଜକୁମାରୀଙ୍କ ସ୍ମୃତିରେ ପ୍ରତିଷ୍ଠିତ ଡାଏନା ପୁରସ୍କାର ଚ୍ୟାରିଟି ଏହାର ୨୫ ତମ ବାର୍ଷିକୀ ପାଳନ କରୁଛି। ପ୍ରତି ଦୁଇ ବର୍ଷରେ ଏହି ପୁରସ୍କାର ବିଶ୍ୱର ଅସାଧାରଣ ଯୁବକମାନଙ୍କୁ ସେମାନଙ୍କର ସାମାଜିକ କାର୍ଯ୍ୟ କିମ୍ବା ମାନବିକ ସେବା ପାଇଁ ଦିଆଯାଏ। ୧୮ବର୍ଷ ବୟସ୍କ ଉଦୟ ଭାଟିଆଙ୍କ […] The post ଉଦୟ ଭାଟିଆ, ମାନସୀ ଗୁପ୍ତାଙ୍କୁ ଡାଏନା ସ୍ମୃତି ପୁରସ୍କାର appeared first on Dharitri Odia News.
ଲଣ୍ଡନ/ନୂଆଦିଲ୍ଲୀ,୧୬।୩: ଦିଲ୍ଲୀର ଇନୋଭେଟର ଉଦୟ ଭାଟିଆ ଏବଂ ହରିୟାଣାର ମାନସିକ ସ୍ବାସ୍ଥ୍ୟ ପ୍ରଚାରକ ମାନସୀ ଗୁପ୍ତା, ଡାଏନା ମେମୋରିଆଲ ପୁରସ୍କାରରେ ସମ୍ମାନିତ ବିଶ୍ୱର ୨୦ଜଣଙ୍କ ମଧ୍ୟରେ ସାମିଲ ଅଛନ୍ତି। ୱେଲ୍ସର ସ୍ବର୍ଗତ ରାଜକୁମାରୀଙ୍କ ସ୍ମୃତିରେ ପ୍ରତିଷ୍ଠିତ ଡାଏନା ପୁରସ୍କାର ଚ୍ୟାରିଟି ଏହାର ୨୫ ତମ ବାର୍ଷିକୀ ପାଳନ କରୁଛି।
ପ୍ରତି ଦୁଇ ବର୍ଷରେ ଏହି ପୁରସ୍କାର ବିଶ୍ୱର ଅସାଧାରଣ ଯୁବକମାନଙ୍କୁ ସେମାନଙ୍କର ସାମାଜିକ କାର୍ଯ୍ୟ କିମ୍ବା ମାନବିକ ସେବା ପାଇଁ ଦିଆଯାଏ। ୧୮ବର୍ଷ ବୟସ୍କ ଉଦୟ ଭାଟିଆଙ୍କ ଦ୍ୱାରା ପ୍ରତିଷ୍ଠିତ ଉଦୟ ଇଲେକ୍ଟ୍ରିକ ମୁଖ୍ୟାଳୟ ଦିଲ୍ଲୀରେ ଅବସ୍ଥିତ ଏବଂ ମାନସୀ ଗୁପ୍ତାଙ୍କ ଦ୍ୱାରା ପ୍ରତିଷ୍ଠିତ ହୁସୋଥେମିଣ୍ଡ ଫାଉଣ୍ଡେସନ ମୁଖ୍ୟାଳୟ ଗୁରୁଗ୍ରାମରେ ଅବସ୍ଥିତ।
ଗୁରୁବାର ସାରେ ଲଣ୍ଡନର ସାଇନ୍ସ ମ୍ୟୁଜିୟମରେ ପୁରସ୍କାର ବିତରଣ ଉତ୍ସବରେ ସ୍ବର୍ଗତ ରାଜକୁମାରୀ ଡାଏନାଙ୍କ ବଡ ପୁଅ ପ୍ରିନ୍ସ ୱିଲିୟମଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରାଯାଇଥିଲା। ଉଦୟଙ୍କ ସ୍ବଳ୍ପ ମୂଲ୍ୟର ଉଦ୍ଭାବନ ବିଦ୍ୟୁତ୍ କାଟରୁ ମୁକ୍ତି ଦେଇପାରେ।
The post ଉଦୟ ଭାଟିଆ, ମାନସୀ ଗୁପ୍ତାଙ୍କୁ ଡାଏନା ସ୍ମୃତି ପୁରସ୍କାର appeared first on Dharitri Odia News.