ବାପା ମା’ଙ୍କ ଇଚ୍ଛା ବିରୁଦ୍ଧରେ ବିବାହ କଲେ ସୁରକ୍ଷା ମିଳିବନି : ଆହ୍ଲାବାଦ ହାଇକୋର୍ଟ
ନୂଆଦିଲ୍ଲୀ: ଆହ୍ଲାବାଦ ହାଇକୋର୍ଟ ଆଜି ଏକ ରିଟ୍ ପିଟିସନ୍ ଉପରେ ଶୁଣାଣି ସମୟରେ କହିଛନ୍ତି ଯେ ଯେଉଁ ଦମ୍ପତିମାନେ ନିଜ ବାପା ମା’ଙ୍କ ଇଚ୍ଛା ବିରୁଦ୍ଧରେ ଯାଇ ନିଜ ଇଚ୍ଛାରେ ବିବାହ କରୁଛନ୍ତି, ସେମାନେ ସେମାନଙ୍କ ଅଧିକାର ଭାବେ ପୁଲିସ ସୁରକ୍ଷା ଦାବି କରିପାରିବେ ନାହିଁ। ସୁରକ୍ଷା ପାଇଁ ଜଣେ ଦମ୍ପତିଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆବେଦନର ନିଷ୍ପତ୍ତି ନେବା ସମୟରେ କୋର୍ଟ ଏହି ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି, ସଠିକ୍ ମାମଲାରେ କୋର୍ଟ ଦମ୍ପତିଙ୍କୁ ସୁରକ୍ଷା […]

ନୂଆଦିଲ୍ଲୀ: ଆହ୍ଲାବାଦ ହାଇକୋର୍ଟ ଆଜି ଏକ ରିଟ୍ ପିଟିସନ୍ ଉପରେ ଶୁଣାଣି ସମୟରେ କହିଛନ୍ତି ଯେ ଯେଉଁ ଦମ୍ପତିମାନେ ନିଜ ବାପା ମା’ଙ୍କ ଇଚ୍ଛା ବିରୁଦ୍ଧରେ ଯାଇ ନିଜ ଇଚ୍ଛାରେ ବିବାହ କରୁଛନ୍ତି, ସେମାନେ ସେମାନଙ୍କ ଅଧିକାର ଭାବେ ପୁଲିସ ସୁରକ୍ଷା ଦାବି କରିପାରିବେ ନାହିଁ। ସୁରକ୍ଷା ପାଇଁ ଜଣେ ଦମ୍ପତିଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆବେଦନର ନିଷ୍ପତ୍ତି ନେବା ସମୟରେ କୋର୍ଟ ଏହି ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି, ସଠିକ୍ ମାମଲାରେ କୋର୍ଟ ଦମ୍ପତିଙ୍କୁ ସୁରକ୍ଷା ପ୍ରଦାନ କରିପାରିବେ କିନ୍ତୁ କୌଣସି ବିପଦ ଆଶଙ୍କା ନଥିବା ବେଳେ, ଏଭଳି ଦମ୍ପତି “ପରସ୍ପରକୁ ସମର୍ଥନ କରିବା ଏବଂ ସମାଜକୁ ସାମ୍ନା କରିବା ଶିଖିବା” ଉଚିତ।
ଶ୍ରେୟା କେଶରୱାନୀ ଏବଂ ତାଙ୍କ ସ୍ୱାମୀଙ୍କ ଦ୍ୱାରା ପୁଲିସ ସୁରକ୍ଷା ଏବଂ ବ୍ୟକ୍ତିଗତ ପ୍ରତିପକ୍ଷମାନଙ୍କୁ ସେମାନଙ୍କର ଶାନ୍ତିପୂର୍ଣ୍ଣ ବୈବାହିକ ଜୀବନରେ ହସ୍ତକ୍ଷେପ ନକରିବା ପାଇଁ ନିର୍ଦ୍ଦେଶ ଦାବି କରି ଦାୟର କରାଯାଇଥିବା ଏକ ରିଟ୍ ପିଟିସନର ଶୁଣାଣି କରି ଜଷ୍ଟିସ୍ ସୌରଭ ଶ୍ରୀବାସ୍ତବ ଏହି ଟିପ୍ପଣୀ ଦେଇଛନ୍ତି। ତେବେ କୋର୍ଟ ସେମାନଙ୍କ ଆବେଦନରେ ଦିଆଯାଇଥିବା ଯୁକ୍ତିଗୁଡ଼ିକୁ ଅନୁଧ୍ୟାନ କରିବା ପରେ, ଆବେଦନକାରୀଙ୍କ ପ୍ରତି କୌଣସି ଗମ୍ଭୀର ବିପଦ ନଥିବା ଉଲ୍ଲେଖ କରି ସେମାନଙ୍କର ରିଟ୍ ପିଟିସନ୍କୁ ରଦ୍ଦ କରିଦେଇଛନ୍ତି।