୪ରେ ଲଘୁଚାପ ସମ୍ଭାବନା: ବାତ୍ୟା ଆଶଙ୍କାକୁ ନେଇ ଆସିଲା ବଡ଼ ଅପଡେଟ୍…
ଭୁବନେଶ୍ୱର,୩ା୧୦(ଅନିଲ ଦାସ ):ଦକ୍ଷିଣ-ପୂର୍ବ ବାଂଲାଦେଶ ଓ ଏହା ନିକଟବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୪ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ନିକଟସ୍ଥ ପଶ୍ଚିମବଙ୍ଗ ଓ ଓଡ଼ିଶା ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୭ ତାରିଖରୁ ୧୧ ତାରିଖ ମଧ୍ୟରେ ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଉତ୍ତର ଓଡ଼ିଶାର କେତେକ […] The post ୪ରେ ଲଘୁଚାପ ସମ୍ଭାବନା: ବାତ୍ୟା ଆଶଙ୍କାକୁ ନେଇ ଆସିଲା ବଡ଼ ଅପଡେଟ୍… appeared first on Dharitri Odia News.
ଭୁବନେଶ୍ୱର,୩ା୧୦(ଅନିଲ ଦାସ ):ଦକ୍ଷିଣ-ପୂର୍ବ ବାଂଲାଦେଶ ଓ ଏହା ନିକଟବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୪ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ନିକଟସ୍ଥ ପଶ୍ଚିମବଙ୍ଗ ଓ ଓଡ଼ିଶା ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୭ ତାରିଖରୁ ୧୧ ତାରିଖ ମଧ୍ୟରେ ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ତେବେ ବାତ୍ୟା ନେଇ କୌଣସି ଆକଳନ କରାଯାଇ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ଏଲ୍-ନିନ୍ୟୋ ସକ୍ରିୟ ନାହିଁ। ପ୍ରଶାନ୍ତ ମହାସାଗରରେ ନ୍ୟୁଟ୍ରାଲ୍ ଲା-ନିନା କଣ୍ଡିଶନ ଚାଲିଛି। ତେଣୁ ଅକ୍ଟୋବର ଓ ନଭେମ୍ବରରେ ଲା-ନିନା କଣ୍ଡିଶନରେ ଉନ୍ନତିି ହେବ। ଲା-ନିନା କଣ୍ଡିଶନ ଯେତେବେଳେ ଡେଭଲପ୍ ହୁଏ, ସେତେବେଳେ ଉତ୍ତର ଭାରତରେ ତାପମାତ୍ରା କମ୍ ରହିଥାଏ। ସାଧାରଣତଃ ଲା-ନିନା ବର୍ଷଗୁଡ଼ିକରେ ତାପମାତ୍ରା କମ୍ ରହିଥିବା ଦେଖାଯାଇଛି। ଏଥିଯୋଗୁ ଅଧିକ ଥଣ୍ଡା ଅନୁଭୂତ ହୋଇଥାଏ। କିନ୍ତୁ ବର୍ତ୍ତମାନ ଅକ୍ଟୋବର ଓ ନଭେମ୍ବରରେ ଦୁର୍ବଳ ଲା-ନିନା କଣ୍ଡିଶନ ହେବ। ତାହା ଧୀରେ ଧୀରେ ସକ୍ରିୟ ହେବ। କିଭଳି ସକ୍ରିୟ ହେବ, ତାକୁ ଅନୁଧ୍ୟାନ କଲେ କେତେ ପରିମାଣରେ ଥଣ୍ଡା ବଢ଼ିବ ଜଣାପଡ଼ିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଗତ କିଛିଦିନ ହେବ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ୩୭ରୁ ୩୮ ଡିଗ୍ରୀ ସେଲ୍ସିୟସ ମଧ୍ୟରେ ରହୁଛି। ଆର୍ଦ୍ରତା ପରିମାଣ ୭୦ରୁ ୮୦ ପ୍ରତିଶତ ରହୁଥିବାରୁ ଗରମ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ତେବେ ଆସନ୍ତା ୭ ତାରିଖ ବେଳକୁ ରାଜ୍ୟକୁ ପୂର୍ବ ଦିଗରୁ ବାୟୁ ପ୍ରବାହ ହେବ। ତାପମାତ୍ରା ତଳକୁ ଖସିବା ସହ ଆକାଶ ମେଘାଚ୍ଛନ୍ନ ରହିବ ବୋଲି ଅନୁମାନ କରାଯାଉଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଗୁରୁବାର ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କଟକ, ଜଗତ୍ସିଂହପୁର, ଢେଙ୍କାନାଳ, ଅନୁଗୋଳ ଓ କେନ୍ଦୁଝର ଜିଲାରେ ଘଡ଼ଘଡ଼ି ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋୱାର୍ନିଂ ଜାରି କରାଯାଇଛି।
The post ୪ରେ ଲଘୁଚାପ ସମ୍ଭାବନା: ବାତ୍ୟା ଆଶଙ୍କାକୁ ନେଇ ଆସିଲା ବଡ଼ ଅପଡେଟ୍… appeared first on Dharitri Odia News.