ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟ୍ବେଣ୍ଟି-୨୦ ଶୃଙ୍ଖଳା ଜିତିଲା ୱେଷ୍ଟ୍ଇଣ୍ଡିଜ୍
ଜାମାଇକା: ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟ୍ବେଣ୍ଟି-୨୦ ଶୃଙ୍ଖଳା ଜିତି ବିଶ୍ବକପ୍ ପୂର୍ବରୁ ଆତ୍ମବିଶ୍ବାସ ଅର୍ଜନ କରିଛି ୱେଷ୍ଟଇଣ୍ଡିଜ୍। ୩ ମ୍ୟାଚ୍ ଶୃଙ୍ଖଳାରେ ବ୍ରାଣ୍ଡନ୍ କିଙ୍ଗଙ୍କ ଦଳ ୨-୦ରେ ଅପରାଜେୟ ଅଗ୍ରଣୀ ନେଇଛି। ଦ୍ବିତୀୟ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ ରୋମାଞ୍ଚକ ଭାବେ ୧୬ ରନ୍ରେ ବିଜୟୀ ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ଦଳ ୭ ୱିକେଟ୍ରେ ୨୦୭ ରନ୍ କରିଥିଲା। ରସ୍ତନ୍ ଚେଜ୍ (୩୮ ବଲ୍ରୁ ୬୭ ରନ୍), ବ୍ରାଣ୍ଡନ୍ କିଙ୍ଗ୍ (୨୨ ବଲ୍ରୁ ୩୬ ରନ୍), […]

ଜାମାଇକା: ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟ୍ବେଣ୍ଟି-୨୦ ଶୃଙ୍ଖଳା ଜିତି ବିଶ୍ବକପ୍ ପୂର୍ବରୁ ଆତ୍ମବିଶ୍ବାସ ଅର୍ଜନ କରିଛି ୱେଷ୍ଟଇଣ୍ଡିଜ୍। ୩ ମ୍ୟାଚ୍ ଶୃଙ୍ଖଳାରେ ବ୍ରାଣ୍ଡନ୍ କିଙ୍ଗଙ୍କ ଦଳ ୨-୦ରେ ଅପରାଜେୟ ଅଗ୍ରଣୀ ନେଇଛି। ଦ୍ବିତୀୟ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ ରୋମାଞ୍ଚକ ଭାବେ ୧୬ ରନ୍ରେ ବିଜୟୀ ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ଦଳ ୭ ୱିକେଟ୍ରେ ୨୦୭ ରନ୍ କରିଥିଲା। ରସ୍ତନ୍ ଚେଜ୍ (୩୮ ବଲ୍ରୁ ୬୭ ରନ୍), ବ୍ରାଣ୍ଡନ୍ କିଙ୍ଗ୍ (୨୨ ବଲ୍ରୁ ୩୬ ରନ୍), କାଇଲ୍ ମାୟର୍ସ (୧୬ ବଲ୍ରୁ ୩୨ ରନ୍), ଆନ୍ଦ୍ରେ ଫ୍ଲେଚର (୧୮ ବଲ୍ରୁ ୨୯ ରନ୍) ଓ ଫାବିଏଁ ଆଲେନ୍ (୧୩ ବଲ୍ରୁ ୨୬ ରନ୍) ଭଲ ବ୍ୟାଟିଂ କରିଥିଲେ। ଲୁଙ୍ଗି ଏନଗିଡି, ଏନ୍ ପିଟର୍, ଏ ଫେଲୁକ୍ବାୟୋ ପ୍ରତ୍ୟେକ ୨ ଲେଖାଏଁ ୱିକେଟ୍ ନେଇଥିଲେ। ଜବାବରେ ଦକ୍ଷିଣ ଆଫ୍ରିକା ୧୯୧/୭ରେ ସୀମିତ ରହିଯାଇଥିଲା। କ୍ବିଣ୍ଟନ୍ ଡି’କକ୍ (୧୭ ବଲ୍ରୁ ୪୧ ରନ୍) ଓ ରାଶି ଭାନ୍ ଡେର୍ ଡସେନ୍ (୨୨ ବଲ୍ରୁ ୩୦ ରନ୍) କେବଳ ସାମୟିକ ଲଢ଼ିଥିଲେ। ଗୁଡ଼କେଶ ମୋତି (୪-୦-୨୨-୩) ଦକ୍ଷିଣ ଆଫ୍ରିକାର ସର୍ବାଧିକ କ୍ଷତି ପହଞ୍ଚାଇଥିଲେ। ଅଲରାଉଣ୍ଡ୍ ପ୍ରଦର୍ଶନ (୬୭ ଓ ୧/୨୬) କରିଥିବାରୁ ରସ୍ତନ୍ ଚେଜ୍ ମ୍ୟାନ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।