ୟୁରୋ କପରେ ଇଟାଲିକୁ ହରାଇ ପ୍ରିକ୍ବାର୍ଟରରେ ସ୍ପେନ୍
ଜେଲସେଙ୍କିର୍ଚେନ୍: ଚଳିତ ୟୁରୋ କପ୍ ଫୁଟ୍ବଲ୍ ପ୍ରତିଯୋଗିତାରେ ଗତ ଥରର ଚାମ୍ପିଅନ୍ ଇଟାଲିକୁ ଶକ୍ତ ଝଟ୍କା ଲାଗିଛି। ବିଳମ୍ବିତ ରାତିରେ ଖେଳାଯାଇଥିବା ଏକ ଗ୍ରୁପ୍-ବି ମ୍ୟାଚ୍ରେ ସ୍ପେନ୍ ୧-୦ ଗୋଲ୍ରେ ଇଟାଲିକୁ ହରାଇ ଦେଇଛି। ଡାନାମୁରା ଏକାଧିକ ଗୋଲ୍ ବଞ୍ଚାଇ ନଥିଲେ ଇଟାଲିକୁ ବଡ଼ ବ୍ୟବଧାନରେ ହାରିବାକୁ ପଡ଼ିଥାନ୍ତା। ଏହି ଏକମାତ୍ର ଗୋଲଟି ରିକୋଡି କାଲାଫୋରି (୫୫ତମ ମିନିଟ)ଙ୍କ ଆତ୍ମଘାତୀ ଗୋଲ୍ ଥିଲା। ତାଙ୍କ ଆଣ୍ଠୁରେ ବାଜି ବଲ୍ ନିଜ ଗୋଲ୍ ପୋଷ୍ଟ ଭିତରକୁ ପଶିଯାଇଥିଲା। ଏଥି […]

ଜେଲସେଙ୍କିର୍ଚେନ୍: ଚଳିତ ୟୁରୋ କପ୍ ଫୁଟ୍ବଲ୍ ପ୍ରତିଯୋଗିତାରେ ଗତ ଥରର ଚାମ୍ପିଅନ୍ ଇଟାଲିକୁ ଶକ୍ତ ଝଟ୍କା ଲାଗିଛି। ବିଳମ୍ବିତ ରାତିରେ ଖେଳାଯାଇଥିବା ଏକ ଗ୍ରୁପ୍-ବି ମ୍ୟାଚ୍ରେ ସ୍ପେନ୍ ୧-୦ ଗୋଲ୍ରେ ଇଟାଲିକୁ ହରାଇ ଦେଇଛି। ଡାନାମୁରା ଏକାଧିକ ଗୋଲ୍ ବଞ୍ଚାଇ ନଥିଲେ ଇଟାଲିକୁ ବଡ଼ ବ୍ୟବଧାନରେ ହାରିବାକୁ ପଡ଼ିଥାନ୍ତା। ଏହି ଏକମାତ୍ର ଗୋଲଟି ରିକୋଡି କାଲାଫୋରି (୫୫ତମ ମିନିଟ)ଙ୍କ ଆତ୍ମଘାତୀ ଗୋଲ୍ ଥିଲା। ତାଙ୍କ ଆଣ୍ଠୁରେ ବାଜି ବଲ୍ ନିଜ ଗୋଲ୍ ପୋଷ୍ଟ ଭିତରକୁ ପଶିଯାଇଥିଲା। ଏଥି ସହିତ ସ୍ପେନ୍ ୨ରୁ ୨ ବିଜୟ ସହ ଗ୍ରୁପ୍-ବି ଚାମ୍ପିଅନ୍ ହୋଇ ପ୍ରିକ୍ବାର୍ଟରକୁ ଉନ୍ନୀତ ହୋଇଛି। ଆଲବାନିଆଠୁ ଜିତି ଅଭିଯାନ ଆରମ୍ଭ କରିଥିବା ଇଟାଲି ୨ ମ୍ୟାଚ୍ରୁ ୩ ପଏଣ୍ଟ ପାଇଥିବାବେଳେ ସ୍ପେନ୍ ୬ ପଏଣ୍ଟ ସହ ଶୀର୍ଷରେ ରହିଛି।