ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା: ଦୋଷୀକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଲେ ସ୍ବତନ୍ତ୍ର ପକ୍ସୋ କୋର୍ଟ
ଜୟପୁର: ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଦୋଷୀକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଲେ ସ୍ବତନ୍ତ୍ର ପକ୍ସୋ କୋର୍ଟ । ଏହାସହିତ ପୀଡ଼ିତାକୁ ୬ ଲକ୍ଷ ଟଙ୍କା ସହାୟତା ଦେବାକୁ ଡିଏଲ୍ସିଏକୁ ନିର୍ଦ୍ଦେଶ । ୨୦୨୨ରେ କୋଟପାଡ଼ ଥାନା ଅଞ୍ଚଳରେ ଘଟିଥିଲା ଦୁଷ୍କର୍ମ । ନାବାଳିକାଙ୍କୁ ଯାତ୍ରା ଦେଖେଇନେବା ବାହାନାରେ ଡାକିନେଇ ନିଜ ସମ୍ପର୍କିୟଙ୍କ ଘରେ ବିବାହର ପ୍ରତିଶୃତି ଦେଇ ବାରମ୍ବାର ଦୁଷ୍କର୍ମ କରିବା ନେଇ କୋଟପାଡ଼ ଥାନାରେ ୨୦୨୨ରେ ଲିଖିତ ଅଭିଯୋଗ କରିଥିଲେ ପୀଡିତାଙ୍କ […]

ଜୟପୁର: ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଦୋଷୀକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଲେ ସ୍ବତନ୍ତ୍ର ପକ୍ସୋ କୋର୍ଟ । ଏହାସହିତ ପୀଡ଼ିତାକୁ ୬ ଲକ୍ଷ ଟଙ୍କା ସହାୟତା ଦେବାକୁ ଡିଏଲ୍ସିଏକୁ ନିର୍ଦ୍ଦେଶ । ୨୦୨୨ରେ କୋଟପାଡ଼ ଥାନା ଅଞ୍ଚଳରେ ଘଟିଥିଲା ଦୁଷ୍କର୍ମ । ନାବାଳିକାଙ୍କୁ ଯାତ୍ରା ଦେଖେଇନେବା ବାହାନାରେ ଡାକିନେଇ ନିଜ ସମ୍ପର୍କିୟଙ୍କ ଘରେ ବିବାହର ପ୍ରତିଶୃତି ଦେଇ ବାରମ୍ବାର ଦୁଷ୍କର୍ମ କରିବା ନେଇ କୋଟପାଡ଼ ଥାନାରେ ୨୦୨୨ରେ ଲିଖିତ ଅଭିଯୋଗ କରିଥିଲେ ପୀଡିତାଙ୍କ ପରିବାର ।
ଆଜି ଉକ୍ତ ଘଟଣାର ଶୁଣାଣି କରି ମାନ୍ୟବର ସ୍ୱତନ୍ତ୍ର ପୋକ୍ସ ଆଦାଲତ ଜୟପୁର ୧୩ ଦସ୍ଥାବିଜ ସହ ୧୨ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ରାୟ ଶୁଣାଇଛନ୍ତି । ଘଟଣାରେ ଦୋଷୀକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ଦେବା ସହ ପୀଡିତାଙ୍କୁ ୬ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଯୋଗାଇଦେବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କୁ ମାନ୍ୟବର ଆଦାଲତ ନିର୍ଦେଶ ଦେଇଛନ୍ତି ।