ଲାଞ୍ଚ ମାମଲାରେ ପୂର୍ବତନ ସରପଞ୍ଚଙ୍କୁ ଏକ ବର୍ଷ ସଶ୍ରମ କାରାଦଣ୍ଡାଦେଶ
ଭୁବନେଶ୍ବର : ଲାଞ୍ଚ ମାମଲାରେ ପୂର୍ବତନ ସରପଞ୍ଚଙ୍କୁ ଏକ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ଜରିମାନା କରାଯାଇଛି। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଆଦ୍ରି ପଞ୍ଚାୟତର ପୂର୍ବତନ ସରପଞ୍ଚ ଫୁଲମତି ମାଝୀଙ୍କୁ ଭବାନୀପାଟଣା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଦେଇଛନ୍ତି। ପୂର୍ବତନ ସରପଞ୍ଚଙ୍କୁ ଏକ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୧ ହଜାର ଟଙ୍କା ଜୋରିମାନା ଦେବାକୁ ଆଦେଶ ଦେଇଛନ୍ତି ସ୍ୱତନ୍ତ୍ର କୋର୍ଟ ବିଚାରପତି। ଜୋରିମାନା ଅନାଦେୟ ଆଉ […]

ଭୁବନେଶ୍ବର : ଲାଞ୍ଚ ମାମଲାରେ ପୂର୍ବତନ ସରପଞ୍ଚଙ୍କୁ ଏକ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ଜରିମାନା କରାଯାଇଛି। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଆଦ୍ରି ପଞ୍ଚାୟତର ପୂର୍ବତନ ସରପଞ୍ଚ ଫୁଲମତି ମାଝୀଙ୍କୁ ଭବାନୀପାଟଣା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଦେଇଛନ୍ତି। ପୂର୍ବତନ ସରପଞ୍ଚଙ୍କୁ ଏକ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୧ ହଜାର ଟଙ୍କା ଜୋରିମାନା ଦେବାକୁ ଆଦେଶ ଦେଇଛନ୍ତି ସ୍ୱତନ୍ତ୍ର କୋର୍ଟ ବିଚାରପତି। ଜୋରିମାନା ଅନାଦେୟ ଆଉ ଦୁଇମାସ ଜେଲରେ ରହିବାକୁ ପଡ଼ିବ।
ଏଥି ସହିତ ଦ୍ୱିତୀୟ ଦଣ୍ଡାଦେଶରେ ଫୁଲମତିଙ୍କୁ ୬ ମାସ ସଶ୍ରମ କାରାଦଣ୍ଡାଦେଶ ସହ ୧ ହଜାର ଟଙ୍କାର ଜୋରିମାନା ହୋଇଛି । ଜୋରିମାନା ଅନାଦେୟ ମାସେ କାଳ ଅଧିକ ଜେଲରେ ରହିବାକୁ ପଡ଼ିବ ।ଉଭୟ ଦଣ୍ଡାଦେଶ ଏକ ସଙ୍ଗେ ଚାଲିବ ।