ବିଷ ପିଇ ମହିଳା ସରପଞ୍ଚଙ୍କ ଆତ୍ମହତ୍ୟା ଉଦ୍ୟମ

ଗାଇସିଲେଟ: ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଳକ ତାଲପାଲି ଗ୍ରାମପଞ୍ଚାୟତର ସରପଞ୍ଚ ଉର୍ମିଳା ସେଠଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ପାଇଁ ନୋଟିସ ହୋଇଥିଲା। ତେବେ ଚଳିତ ମାସର ଆସନ୍ତା ୧୨ ତାରିଖ ଦିନ ଅନାସ୍ଥା ପ୍ରସ୍ତାବ ପାଇଁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ସଭା ହେବାପାଇଁ ପଦ୍ମପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ନୋଟିସ ହୋଇଥ‌ିବା ବେଳେ, ସରପଞ୍ଚ ଉର୍ମିଳା ସେଠ ଦାୟିତ୍ଵ ଗ୍ରହଣ ଦିନ ଠାରୁ ମନ ମୁଖୂ କାର୍ଯ୍ୟ ସହ ଲକ୍ଷାଧିକ ଟଙ୍କା ଆତ୍ମସାତ ଓ ତାଙ୍କ ସ୍ବାମୀ ନିତିଦିନ […]

ବିଷ ପିଇ ମହିଳା ସରପଞ୍ଚଙ୍କ ଆତ୍ମହତ୍ୟା ଉଦ୍ୟମ
Suicide attempt of woman Sarpanch by drinking poison

ଗାଇସିଲେଟ: ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଳକ ତାଲପାଲି ଗ୍ରାମପଞ୍ଚାୟତର ସରପଞ୍ଚ ଉର୍ମିଳା ସେଠଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ପାଇଁ ନୋଟିସ ହୋଇଥିଲା। ତେବେ ଚଳିତ ମାସର ଆସନ୍ତା ୧୨ ତାରିଖ ଦିନ ଅନାସ୍ଥା ପ୍ରସ୍ତାବ ପାଇଁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ସଭା ହେବାପାଇଁ ପଦ୍ମପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ନୋଟିସ ହୋଇଥ‌ିବା ବେଳେ, ସରପଞ୍ଚ ଉର୍ମିଳା ସେଠ ଦାୟିତ୍ଵ ଗ୍ରହଣ ଦିନ ଠାରୁ ମନ ମୁଖୂ କାର୍ଯ୍ୟ ସହ ଲକ୍ଷାଧିକ ଟଙ୍କା ଆତ୍ମସାତ ଓ ତାଙ୍କ ସ୍ବାମୀ ନିତିଦିନ ମଦ ପିଇ କାର୍ଯ୍ୟାଳୟରେ ସମସ୍ତଙ୍କୁ ଖରାପ ଭାଷାରେ ଗାଳି ଦେଉଥ‌ିବା ଅଭିଯୋଗରେ ସଭ୍ୟ ମାନଙ୍କ ଦାବି କ୍ରମେ ପଦ୍ମପୁର ଉପ-ଜିଲ୍ଲାପାଳ ନୋଟିସ ଜାରି କରିଥିଲେ। ତେବେ ସରପଞ୍ଚ ତାଙ୍କ ନାଁ ରେ ମିଥ୍ୟା ଅଭିଯୋଗ ହୋଇଥିବା କହି ଏହି ନୋଟିସକୁ କେନ୍ଦ୍ର କରି ଆଜି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ତାଙ୍କ ପୁଅ ରାହୁଲ ସେଠ ଅଭିଯୋଗ କରିଛନ୍ତି, ତାଙ୍କୁ ପଦ୍ମପୁର ଚିକିତ୍ସାଳୟ ଅଣାଯାଇଥିବା ବେଳେ ବର୍ତ୍ତମାନ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଠିକ ଥିବା ଡ଼ାକ୍ତର ଇପି ପାଣିଗ୍ରାହୀ ସୂଚନା ଦେଇଛନ୍ତି।