ହାଇଦ୍ରାବାଦ୍ରେ ଓଡିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଘଟଣା, ୫ ଦିନ ପରେ ବି ମୃତଦେହ ପାଉନି ମା’
ସୋର ୧୨।୦୮ : ହାଇଦ୍ରାବାଦରେ ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ। ଘଟଣାକୁ ପାଞ୍ଚ ଦିନ ବିତିଲାଣି ଝିଅ ମୃତଦେହ ଖୋଜି ପାଉନି ମାଆ l ଯୁବତୀଙ୍କ ଘର ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳର ଘଟଣା। ଖବର ଅନୁଯାୟୀ, ଯୁବତୀ ଜଣଙ୍କ ୪ ବର୍ଷ ତଳେ ହାଇଦ୍ରାବାଦ ଯାଇଥିଲେ । ସେଠାରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିଲେ। ସେଠାକାର ୪ଜଣ ଯୁବକ ତାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଯୁବତୀଙ୍କ ମାଆ ଏହି ଖବର ପାଇ ହାଇଦ୍ରାବାଦ ଯାଇଛନ୍ତି। ଦେଲେ ୫ ଦିନ ହେଲାଣି ଝିଅର ଶବକୁ ଦେଖିପାରିନାହାନ୍ତି। ଯୁବତୀଙ୍କ ବାପା ହୃଦ ରୋଗରେ ଆକ୍ରାନ୍ତ। ପରିବାର ପ୍ରତିପୋଷଣ ପାଇଁ ସମ୍ପର୍କୀୟଙ୍କ ସହ ହାଇଦ୍ରାବାଦ ଯାଇଥିଲେ ଯୁବତୀ । ସେଠାରେ ଏକ ଘରୋଇ ସ୍କୁଲରେ ସିକ୍ୟୁରିଟ ଭାବେ କାର୍ଯ୍ୟ କରୁଥିଲେ । ହେଲେ ଗଲା ୭ ତାରିଖରେ ତାଙ୍କ ପରିବାର ଲୋକଙ୍କୁ ଥାନାରୁ ଫୋନ ଆସିଥିଲା ଝିଅର ମୃତ୍ୟୁ ହୋଇଛି। ହେଲେ ମୃତଦେହ କେଉଁଠି ଅଛି ସ୍ପଷ୍ଟ କରୁନି ପୋଲିସ । ମୃତଦେହକୁ ଗାଏବ କରିଦିଆଯାଇଛି ନଚେତ ପୋଡ଼ି ଦିଆଯାଇଛି ବୋଲି ପୋଲିସ ସନ୍ଦେହ କରୁଛି । ଘଟଣାକୁ ୫ ଦିନ ବିତିଯାଇଥିବା ବେଳେ ଗାଁକୁ ମୃତଦେହ ଆସି ନଥିବାରୁ ସମସ୍ତେ ଚିନ୍ତାରେ ଅଛନ୍ତି। ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।
ସୋର ୧୨।୦୮ : ହାଇଦ୍ରାବାଦରେ ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ। ଘଟଣାକୁ ପାଞ୍ଚ ଦିନ ବିତିଲାଣି ଝିଅ ମୃତଦେହ ଖୋଜି ପାଉନି ମାଆ l ଯୁବତୀଙ୍କ ଘର ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳର ଘଟଣା।
ଖବର ଅନୁଯାୟୀ, ଯୁବତୀ ଜଣଙ୍କ ୪ ବର୍ଷ ତଳେ ହାଇଦ୍ରାବାଦ ଯାଇଥିଲେ । ସେଠାରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିଲେ। ସେଠାକାର ୪ଜଣ ଯୁବକ ତାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଯୁବତୀଙ୍କ ମାଆ ଏହି ଖବର ପାଇ ହାଇଦ୍ରାବାଦ ଯାଇଛନ୍ତି। ଦେଲେ ୫ ଦିନ ହେଲାଣି ଝିଅର ଶବକୁ ଦେଖିପାରିନାହାନ୍ତି। ଯୁବତୀଙ୍କ ବାପା ହୃଦ ରୋଗରେ ଆକ୍ରାନ୍ତ। ପରିବାର ପ୍ରତିପୋଷଣ ପାଇଁ ସମ୍ପର୍କୀୟଙ୍କ ସହ ହାଇଦ୍ରାବାଦ ଯାଇଥିଲେ ଯୁବତୀ । ସେଠାରେ ଏକ ଘରୋଇ ସ୍କୁଲରେ ସିକ୍ୟୁରିଟ ଭାବେ କାର୍ଯ୍ୟ କରୁଥିଲେ । ହେଲେ ଗଲା ୭ ତାରିଖରେ ତାଙ୍କ ପରିବାର ଲୋକଙ୍କୁ ଥାନାରୁ ଫୋନ ଆସିଥିଲା ଝିଅର ମୃତ୍ୟୁ ହୋଇଛି। ହେଲେ ମୃତଦେହ କେଉଁଠି ଅଛି ସ୍ପଷ୍ଟ କରୁନି ପୋଲିସ । ମୃତଦେହକୁ ଗାଏବ କରିଦିଆଯାଇଛି ନଚେତ ପୋଡ଼ି ଦିଆଯାଇଛି ବୋଲି ପୋଲିସ ସନ୍ଦେହ କରୁଛି । ଘଟଣାକୁ ୫ ଦିନ ବିତିଯାଇଥିବା ବେଳେ ଗାଁକୁ ମୃତଦେହ ଆସି ନଥିବାରୁ ସମସ୍ତେ ଚିନ୍ତାରେ ଅଛନ୍ତି। ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।