ଚହଲଙ୍କୁ ମିଳିଗଲା ନୂଆ ଗର୍ଲଫ୍ରେଣ୍ଡ: ମିଷ୍ଟ୍ରି ଗର୍ଲଙ୍କ ସହ ଦେଖିଲେ ଫାଇନାଲ୍‌ ମ୍ୟାଚ୍‌, ଜାଣନ୍ତୁ ସେ କିଏ

ଦୁବାଇ,୧୦।୩: ଟିମ ଇଣ୍ଡିଆ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଟାଇଟଲ ଜିତିଛି। ଭାରତ ଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଏହି ମ୍ୟାଚ ଦୁବାଇରେ ଖେଳାଯାଇଥିଲା। ଟିମ ଇଣ୍ଡିଆର ସ୍ପିନର ୟୁଜବେନ୍ଦ୍ର ଚହଲ ମଧ୍ୟ ଏହି ମ୍ୟାଚ ଦେଖିବାକୁ ଆସିଥିଲେ। ଚହଲ ବର୍ତ୍ତମାନ ଭାରତୀୟ ଦଳରୁ ବାଦ୍‌ ପଡ଼ିଛନ୍ତି। ଚହଲଙ୍କ ସହିତ ଜଣେ ‘ମିଷ୍ଟ୍ରି ଗର୍ଲ’ ମଧ୍ୟ ଦେଖାଯାଇଥିଲା। ସୋସିଆଲ ମିଡିଆରେ ଏହାକୁ ନେଇ ବହୁତ ଆଲୋଚନା ହେଉଛି। ନିକଟରେ ଚହଲ ଏବଂ ତାଙ୍କ ସ୍ତ୍ର ଧନଶ୍ରୀ ବର୍ମାଙ୍କ ଛାଡପତ୍ରକୁ […] The post ଚହଲଙ୍କୁ ମିଳିଗଲା ନୂଆ ଗର୍ଲଫ୍ରେଣ୍ଡ: ମିଷ୍ଟ୍ରି ଗର୍ଲଙ୍କ ସହ ଦେଖିଲେ ଫାଇନାଲ୍‌ ମ୍ୟାଚ୍‌, ଜାଣନ୍ତୁ ସେ କିଏ appeared first on Dharitri Odia News.

ଚହଲଙ୍କୁ ମିଳିଗଲା ନୂଆ ଗର୍ଲଫ୍ରେଣ୍ଡ: ମିଷ୍ଟ୍ରି ଗର୍ଲଙ୍କ ସହ ଦେଖିଲେ ଫାଇନାଲ୍‌ ମ୍ୟାଚ୍‌, ଜାଣନ୍ତୁ ସେ କିଏ

ଦୁବାଇ,୧୦।୩: ଟିମ ଇଣ୍ଡିଆ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଟାଇଟଲ ଜିତିଛି। ଭାରତ ଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଏହି ମ୍ୟାଚ ଦୁବାଇରେ ଖେଳାଯାଇଥିଲା। ଟିମ ଇଣ୍ଡିଆର ସ୍ପିନର ୟୁଜବେନ୍ଦ୍ର ଚହଲ ମଧ୍ୟ ଏହି ମ୍ୟାଚ ଦେଖିବାକୁ ଆସିଥିଲେ। ଚହଲ ବର୍ତ୍ତମାନ ଭାରତୀୟ ଦଳରୁ ବାଦ୍‌ ପଡ଼ିଛନ୍ତି। ଚହଲଙ୍କ ସହିତ ଜଣେ ‘ମିଷ୍ଟ୍ରି ଗର୍ଲ’ ମଧ୍ୟ ଦେଖାଯାଇଥିଲା। ସୋସିଆଲ ମିଡିଆରେ ଏହାକୁ ନେଇ ବହୁତ ଆଲୋଚନା ହେଉଛି। ନିକଟରେ ଚହଲ ଏବଂ ତାଙ୍କ ସ୍ତ୍ର ଧନଶ୍ରୀ ବର୍ମାଙ୍କ ଛାଡପତ୍ରକୁ ନେଇ ଅନେକ ଖବର ସାମ୍ନାକୁ ଆସିଥିଲା।

ଚହଲଙ୍କୁ ଦୁବାଇରେ ଆରଜେ ମାହଭାସଙ୍କ ସହ ନଜର ଆସିଥିଲେ। ତାଙ୍କୁ ପୂର୍ବରୁ ଅନେକ ଥର ମାହଭାସଙ୍କ ସହିତ ଦେଖାଯାଇଛି। ମାହଭାସ ନିଜେ ଇନଷ୍ଟାଗ୍ରାମରେ ଭିଡିଓଟି ଶେୟାର କରିଛନ୍ତି। ଚହଲ ଏବଂ ମାହଭାସଙ୍କ ମଧ୍ୟରେ ସମ୍ପର୍କ କ’ଣ, ସେ ବିଷୟରେ ଉଭୟ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ।

ୟୁଜବେନ୍ଦ୍ର ଚହଲ ଏବଂ ଧନଶ୍ରୀଙ୍କ ମଧ୍ୟରେ ସମ୍ପର୍କ ଭଲ ଚାଲିନାହିଁ। ଧନଶ୍ରୀ ଏବଂ ଚହଲଙ୍କ ଛାଡପତ୍ରକୁ ନେଇ ଚର୍ଚ୍ଚା ଜୋର ଧରିଛି। କିନ୍ତୁ ଦୁହେଁ ଏଥିରେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ଧନଶ୍ରୀଙ୍କ ସହ ସମ୍ପର୍କ ଖରାପ ହେବା ପରେ, ଚହଲଙ୍କୁ ଅନେକ ଥର ମାହଭାସଙ୍କ ସହ ଦେଖାଯାଇଛି। ସେମାନେ ପୂର୍ବରୁ ଥରେ ଡିନର୍‌ କରିବାକୁ ମଧ୍ୟ ଯାଇଥିଲେ।

ଭାରତ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଟାଇଟଲ ଜିତିଛି। ଏହା ଫାଇନାଲରେ ନ୍ୟୁଜିଲାଣ୍ଡକୁ ୪ ଉଇକେଟରେ ପରାସ୍ତ କରିଥିଲା। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୨୫୧ ରନ କରିଥିଲା। ଜବାବରେ, ଭାରତ ୪୯ ଓଭରରେ ଲକ୍ଷ୍ୟ ହାସଲ କରିଥିଲା।

 

View this post on Instagram

 

A post shared by Mahvash (@rj.mahvash)

The post ଚହଲଙ୍କୁ ମିଳିଗଲା ନୂଆ ଗର୍ଲଫ୍ରେଣ୍ଡ: ମିଷ୍ଟ୍ରି ଗର୍ଲଙ୍କ ସହ ଦେଖିଲେ ଫାଇନାଲ୍‌ ମ୍ୟାଚ୍‌, ଜାଣନ୍ତୁ ସେ କିଏ appeared first on Dharitri Odia News.