ହନୁମାନ ମନ୍ଦିରରେ ପଞ୍ଚମୁଖୀ ବିଗ୍ରହ ମୂର୍ତ୍ତି ସ୍ଥାପନ
ଗଞ୍ଜାମ,୪/୪(ବିଦ୍ୟାଧର ସାହୁ):ଗଞ୍ଜାମ ଏନ୍ଏସି ଅନ୍ତର୍ଗତ ପୁଇଁତୋଳା ସାନ ସାହିରେ ଥିବା ହନୁମାନ ମନ୍ଦିରରେ ଗୁରୁବାର ପଞ୍ଚମୁଖୀ ହନୁମାନଙ୍କ ବିଗ୍ରହ ମୂର୍ତ୍ତି ସ୍ଥାପନ କରାଯାଇଛି। ଏଥିପାଇଁ ବୁଧବାର ସନ୍ଧ୍ୟାରେ ଋଷିକୂଲ୍ୟା ନଦୀରୁ ଜଳାଭିଷେକ ପରେ ସାହିର ମହିଳା ଓ ପୁରୁଷଙ୍କ ଦ୍ୱାରା କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ପୁରୋହିତ ଅଶୋକ ଶତପଥୀ ଏବଂ ରାଜେନ୍ଦ୍ର ରଥ ଦେବଶର୍ମାଙ୍କ ଦ୍ୱାରା ହୋମ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ଯଜ୍ଞରେ ସ୍ବର୍ଗତ ବାଉରୀ ସାହୁଙ୍କ ସୁପୁତ୍ର ମହେଶ୍ୱର ସାହୁ ଓ ତାଙ୍କ ଧର୍ମପତ୍ନୀ […] The post ହନୁମାନ ମନ୍ଦିରରେ ପଞ୍ଚମୁଖୀ ବିଗ୍ରହ ମୂର୍ତ୍ତି ସ୍ଥାପନ appeared first on Dharitri Odia News.
ଗଞ୍ଜାମ,୪/୪(ବିଦ୍ୟାଧର ସାହୁ):ଗଞ୍ଜାମ ଏନ୍ଏସି ଅନ୍ତର୍ଗତ ପୁଇଁତୋଳା ସାନ ସାହିରେ ଥିବା ହନୁମାନ ମନ୍ଦିରରେ ଗୁରୁବାର ପଞ୍ଚମୁଖୀ ହନୁମାନଙ୍କ ବିଗ୍ରହ ମୂର୍ତ୍ତି ସ୍ଥାପନ କରାଯାଇଛି। ଏଥିପାଇଁ ବୁଧବାର ସନ୍ଧ୍ୟାରେ ଋଷିକୂଲ୍ୟା ନଦୀରୁ ଜଳାଭିଷେକ ପରେ ସାହିର ମହିଳା ଓ ପୁରୁଷଙ୍କ ଦ୍ୱାରା କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ପୁରୋହିତ ଅଶୋକ ଶତପଥୀ ଏବଂ ରାଜେନ୍ଦ୍ର ରଥ ଦେବଶର୍ମାଙ୍କ ଦ୍ୱାରା ହୋମ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ଯଜ୍ଞରେ ସ୍ବର୍ଗତ ବାଉରୀ ସାହୁଙ୍କ ସୁପୁତ୍ର ମହେଶ୍ୱର ସାହୁ ଓ ତାଙ୍କ ଧର୍ମପତ୍ନୀ ସାଗରୀକା ଚାନ୍ଦ ପ୍ରମୁଖ ଦାୟିତ୍ୱ ବହନ କରିଥିଲେ। ଏହି ଉପଲକ୍ଷେ ଅଷ୍ଟପ୍ରହରୀ ନାମଯଜ୍ଞ ମଧ୍ୟ ଅନୁଷ୍ଠିତ ହୋଇଥିଲା। ସାହୁ ପରିବାର ପକ୍ଷରୁ ପଞ୍ଚମୁଖୀ ହନୁମାନ ମୂର୍ତ୍ତି ଦାନ କରାଯାଇଥିବା ଜଣାପଡିଛି। ଧରଣୀ ସାହୁ, କାଳୁ ସାହୁଙ୍କ ସମେତ ଅନ୍ୟମାନେ ସହଯୋଗ କରିଛନ୍ତି। ଚଳିତ ମାସ ମନ୍ଦିରରେ ରାମ ନବମୀ ପାଳନ ହେବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ କୁହାଯାଇଛି।
The post ହନୁମାନ ମନ୍ଦିରରେ ପଞ୍ଚମୁଖୀ ବିଗ୍ରହ ମୂର୍ତ୍ତି ସ୍ଥାପନ appeared first on Dharitri Odia News.