ପକେଟରେ ସ୍ତ୍ରୀଙ୍କ ନାମର କାଗଜ ଚିଠା, ପାର୍କ ବୁଲାଇବାକୁ କହି ରେଳ ଲାଇନ୍ରେ ୪ ପୁଅଙ୍କ ସହ ଜୀବନ ହାରିଲେ ଶ୍ରମିକ
ଗୁରୁଗ୍ରାମ,୧୨ା୬: ଜଣେ ଶ୍ରମିକଙ୍କ ହାତରେ ଚିପ୍ସ ଓ କୋଲା ଥାଏ। ସେ ନିଜ ୪ ପୁଅଙ୍କୁ ରେଳ ଟ୍ରାକ୍ରେ ଧରି ଯାଉଥାଆନ୍ତି ଟ୍ରେନ୍ ଆସିବା ଯାଏ। ଶେଷରେ ଏକ୍ସପ୍ରେସ୍ ଟ୍ରେନ୍ ଆସି ସେମାନଙ୍କୁ ଧକ୍କାଦେଲା। ଏଥିରେ ୫ ଜଣ ଯାକ ପ୍ରାଣ ହରାଇଛନ୍ତି। ହରିୟାଣାର ଫରିଦାବାଦସ୍ଥିତ ବଲ୍ଲଭଗଡ଼ରେ ମଙ୍ଗଳବାର ଅପରାହ୍ନରେ ଏହି ଘଟଣା ଘଟିଛି। ୪ ପୁଅଙ୍କୁ ଧରି ରେଳ ଲାଇନ୍ ଉପରେ ଆମତ୍ହତ୍ୟା କରିଥିବା ବ୍ୟକ୍ତି ମନୋଜ ମେହତୋ ଏବଂ ତାଙ୍କ ଘର ବିହାର ବୋଲି […] The post ପକେଟରେ ସ୍ତ୍ରୀଙ୍କ ନାମର କାଗଜ ଚିଠା, ପାର୍କ ବୁଲାଇବାକୁ କହି ରେଳ ଲାଇନ୍ରେ ୪ ପୁଅଙ୍କ ସହ ଜୀବନ ହାରିଲେ ଶ୍ରମିକ appeared first on Dharitri Odia News.
ଗୁରୁଗ୍ରାମ,୧୨ା୬: ଜଣେ ଶ୍ରମିକଙ୍କ ହାତରେ ଚିପ୍ସ ଓ କୋଲା ଥାଏ। ସେ ନିଜ ୪ ପୁଅଙ୍କୁ ରେଳ ଟ୍ରାକ୍ରେ ଧରି ଯାଉଥାଆନ୍ତି ଟ୍ରେନ୍ ଆସିବା ଯାଏ। ଶେଷରେ ଏକ୍ସପ୍ରେସ୍ ଟ୍ରେନ୍ ଆସି ସେମାନଙ୍କୁ ଧକ୍କାଦେଲା। ଏଥିରେ ୫ ଜଣ ଯାକ ପ୍ରାଣ ହରାଇଛନ୍ତି। ହରିୟାଣାର ଫରିଦାବାଦସ୍ଥିତ ବଲ୍ଲଭଗଡ଼ରେ ମଙ୍ଗଳବାର ଅପରାହ୍ନରେ ଏହି ଘଟଣା ଘଟିଛି।
୪ ପୁଅଙ୍କୁ ଧରି ରେଳ ଲାଇନ୍ ଉପରେ ଆମତ୍ହତ୍ୟା କରିଥିବା ବ୍ୟକ୍ତି ମନୋଜ ମେହତୋ ଏବଂ ତାଙ୍କ ଘର ବିହାର ବୋଲି ମୃତଦେହ ନିକଟରୁ ମିଳିଥିବା ତାଙ୍କ ଆଧାର କାର୍ଡରୁ ପୋଲିସ ଜାଣିବାକୁ ପାଇଛି। ୩୬ ବର୍ଷୀୟ ଦିନ ମଜୁରିଆ ମନୋଜଙ୍କ ପକେଟରେ ଏକ କାଗଜ ଚିଠା ରହିଥିଲା। ସେଥିରେ ତାଙ୍କ ସ୍ତ୍ରୀ ପ୍ରିୟାଙ୍କ ମୋବାଇଲ ନମ୍ବର ଲେଖାହୋଇଥିଲା। ପିଲାମାନଙ୍କ ବୟସ ୩ ରୁ ୯ ବର୍ଷ ମଧ୍ୟରେ ହେବ। ମନୋଜ ପୁଅମାନଙ୍କୁ ନିକଟସ୍ଥ ଏକ ପାର୍କକୁ ଖେଳାଇ ନେବାକୁ କହି ମଧ୍ୟାହ୍ନ ୧୨ଟା ୧୫ରେ ସୁଭାଷ କଲୋନିସ୍ଥିତ ଘରୁ ବାହାରିଥିଲେ। କିନ୍ତୁ ପାର୍କକୁ ବୁଲାଇ ନେବା ପରିବର୍ତ୍ତେ ଏଲ୍ସନ୍ ଛକ ଫ୍ଲାଏଓଭର ତଳକୁ ନେଇ ଯାଇଥିଲେ। ସେମାନଙ୍କ ହାତକୁ ଜୋର୍ରେ ଜାବୁଡ଼ି ଧରି ଘଣ୍ଟାଏ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ଟ୍ରାକ୍ ଉପରେ ଗୋଲ୍ଡେନ୍ ଟେମ୍ପଲ ଏକ୍ସପ୍ରେସ୍ ଆସିବା ଯାଏ ସେଠାରେ ରହିଥିଲେ। ଏପରି କି ସେ ପିଲାଙ୍କ ପାଇଁ ଚିପ୍ସ ଓ ସଫ୍ଠ ଡ୍ରିଙ୍କ୍ସ ମଧ୍ୟ କିଣିଦେଇଥିଲେ। ୪ ପୁଅ ଛାଡ଼ିଦେବାକୁ ବାପା ଆଗରେ ଯେତେ ନେହୁରା ହୋଇଥିଲେ ମଧ୍ୟ ସେ କାହା କଥା ଶୁଣି ନ ଥିଲେ। ମୁମ୍ବାଇରୁ ଆସୁଥିବା ଏହି ଟ୍ରେନ୍ ଚକ ତଳେ ମଙ୍ଗଳବାର ଅପରାହ୍ନ ୧ଟା ୧୦ରେ ୫ ଜଣଙ୍କ ଜୀବନ ଚାଲିଗଲା। ମନୋଜ ନିଜେ ଆମତ୍ହତ୍ୟା କରି ୪ ପିଲାଙ୍କୁ ମରଣ ମୁହଁକୁ କାହିଁକି ଠେଲିଦେଲେ ସେନେଇ ତଦନ୍ତ ଜାରି ରହିଛି।
The post ପକେଟରେ ସ୍ତ୍ରୀଙ୍କ ନାମର କାଗଜ ଚିଠା, ପାର୍କ ବୁଲାଇବାକୁ କହି ରେଳ ଲାଇନ୍ରେ ୪ ପୁଅଙ୍କ ସହ ଜୀବନ ହାରିଲେ ଶ୍ରମିକ appeared first on Dharitri Odia News.