ଭାରତ-ନ୍ୟୁଜିଲାଣ୍ଡ ଦ୍ବିତୀୟ ଟେଷ୍ଟ; ପୁଣେ ଟର୍ଣ୍ଣିଂ ଟ୍ରାକରେ ହେବ ସ୍ପିନ୍ ବୋଲିଂ ଟକ୍କର
ପୁଣେ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବୁଧବାର ଦ୍ବିତୀୟ ଟେଷ୍ଟ । ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏନସ, ପୁଣେରେ ଏହି ମ୍ୟାଚ୍ ଖେଳାଯିବ । ପ୍ରଥମ ଟେଷ୍ଟ ପରାସ୍ତ ହେବା ପରେ ଟିମ୍ ଇଣ୍ଡିଆ ପାଇଁ ଏହି ଟେଷ୍ଟ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ଫଳରେ ସବୁ ଶକ୍ତି ଲଗାଇ ଭାରତ ଦ୍ବିତୀୟ ଟେଷ୍ଟ ଜିତିବା ସହ ସିରିଜକୁ ଫେରିବାକୁ ଲକ୍ଷ୍ୟ ରଖିଛି । ସେପଟେ ପ୍ରଥମ ଟେଷ୍ଟ ସଫଳତା ପାଇଥିବା କ୍ବିଓ୍ବି ଟିମ୍ ମଧ୍ୟ କଡ଼ା ଚ୍ୟାଲେଞ୍ଜ ଦେବାକୁ ପ୍ରସ୍ତୁତ ରହିଛି । ଦ୍ୱିତୀୟ ଟେଷ୍ଟ ପାଇଁ ପ୍ରସ୍ତୁତ ପିଚ୍ ସମ୍ପ୍ରତି ଫୋକସ୍ରେ ରହିଥିବା ବେଳେ ଉଭୟ ଦଳରେ ରହିଥିବା ଦକ୍ଷ ସ୍ପିନରଙ୍କ ମଧ୍ୟରେ ଅସଲ ପ୍ରତିଦ୍ୱନ୍ଦ୍ୱିତା ହେବା ଆଶା କରାଯାଉଛି । ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ୍ରେ ମଧ୍ୟ ସ୍ପିନରଙ୍କୁ ସହାୟତା କରିବା ଭଳି କଳା ମାଟିରେ ପିଚ୍ ପ୍ରସ୍ତୁତ କରାଯାଇଥିଲା । ମାତ୍ର ନିୟମିତ ବର୍ଷା ଓ କୋହଲା ପାଗ ଯୋଗୁଁ ପିଚ୍ ପ୍ରାରମ୍ଭରୁ ପେସ୍ ବୋଲରଙ୍କୁ ସୁହାଇଥିଲା । ପ୍ରଥମ ଦିନରେ ହିଁ ମ୍ୟାଚ୍ର ଫଳାଫଳ ସ୍ପଷ୍ଟ ହୋଇଯାଇଥିଲା । ମାତ୍ର ପୁନେରେ ବର୍ଷା ନାହିଁ । ଶୁଷ୍କ ପିଚ୍ ଶୁଷ୍କ ଓ ସୁପର ଫାଷ୍ଟ ଆଉଟ୍ ଫିଲ୍ଡ ଉଭୟ ଦଳକୁ ଏକାଦଶରେ ପରିବର୍ତ୍ତନ କରିବାକୁ ବାଧ୍ୟ କରି ଦେଇଛି । ସ୍ପିନ୍ ବୋଲିଂ ହିଁ ମ୍ୟାଚ୍ର ଫଳାଫଳ ନିର୍ଣ୍ଣୟ କରିବ । ତେଣୁ ଉଭୟ ଦଳ ଅତିରିକ୍ତ ସ୍ପିନର ନେଇ ଗ୍ରାଉଣ୍ଡକୁ ଓହ୍ଲାଇବା ନିଶ୍ଚିତ । ନ୍ୟୁଜି
ପୁଣେ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବୁଧବାର ଦ୍ବିତୀୟ ଟେଷ୍ଟ । ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏନସ, ପୁଣେରେ ଏହି ମ୍ୟାଚ୍ ଖେଳାଯିବ । ପ୍ରଥମ ଟେଷ୍ଟ ପରାସ୍ତ ହେବା ପରେ ଟିମ୍ ଇଣ୍ଡିଆ ପାଇଁ ଏହି ଟେଷ୍ଟ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ଫଳରେ ସବୁ ଶକ୍ତି ଲଗାଇ ଭାରତ ଦ୍ବିତୀୟ ଟେଷ୍ଟ ଜିତିବା ସହ ସିରିଜକୁ ଫେରିବାକୁ ଲକ୍ଷ୍ୟ ରଖିଛି । ସେପଟେ ପ୍ରଥମ ଟେଷ୍ଟ ସଫଳତା ପାଇଥିବା କ୍ବିଓ୍ବି ଟିମ୍ ମଧ୍ୟ କଡ଼ା ଚ୍ୟାଲେଞ୍ଜ ଦେବାକୁ ପ୍ରସ୍ତୁତ ରହିଛି ।
ଦ୍ୱିତୀୟ ଟେଷ୍ଟ ପାଇଁ ପ୍ରସ୍ତୁତ ପିଚ୍ ସମ୍ପ୍ରତି ଫୋକସ୍ରେ ରହିଥିବା ବେଳେ ଉଭୟ ଦଳରେ ରହିଥିବା ଦକ୍ଷ ସ୍ପିନରଙ୍କ ମଧ୍ୟରେ ଅସଲ ପ୍ରତିଦ୍ୱନ୍ଦ୍ୱିତା ହେବା ଆଶା କରାଯାଉଛି । ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ୍ରେ ମଧ୍ୟ ସ୍ପିନରଙ୍କୁ ସହାୟତା କରିବା ଭଳି କଳା ମାଟିରେ ପିଚ୍ ପ୍ରସ୍ତୁତ କରାଯାଇଥିଲା । ମାତ୍ର ନିୟମିତ ବର୍ଷା ଓ କୋହଲା ପାଗ ଯୋଗୁଁ ପିଚ୍ ପ୍ରାରମ୍ଭରୁ ପେସ୍ ବୋଲରଙ୍କୁ ସୁହାଇଥିଲା । ପ୍ରଥମ ଦିନରେ ହିଁ ମ୍ୟାଚ୍ର ଫଳାଫଳ ସ୍ପଷ୍ଟ ହୋଇଯାଇଥିଲା । ମାତ୍ର ପୁନେରେ ବର୍ଷା ନାହିଁ । ଶୁଷ୍କ ପିଚ୍ ଶୁଷ୍କ ଓ ସୁପର ଫାଷ୍ଟ ଆଉଟ୍ ଫିଲ୍ଡ ଉଭୟ ଦଳକୁ ଏକାଦଶରେ ପରିବର୍ତ୍ତନ କରିବାକୁ ବାଧ୍ୟ କରି ଦେଇଛି । ସ୍ପିନ୍ ବୋଲିଂ ହିଁ ମ୍ୟାଚ୍ର ଫଳାଫଳ ନିର୍ଣ୍ଣୟ କରିବ । ତେଣୁ ଉଭୟ ଦଳ ଅତିରିକ୍ତ ସ୍ପିନର ନେଇ ଗ୍ରାଉଣ୍ଡକୁ ଓହ୍ଲାଇବା ନିଶ୍ଚିତ । ନ୍ୟୁଜିଲାଣ୍ଡ ବାମ ହାତି ସ୍ପିନର ମିଚେଲ ସାଣ୍ଟନରଙ୍କୁ ଏକାଦଶକୁ ଫେରାଇ ଆଣିବା ଆଶା କରାଯାଉଛି । ଫଳରେ ୱିଲ ଓ’ରୁର୍କ କିମ୍ବା ମାଟ୍ ହେନରୀଙ୍କ ମଧ୍ୟରୁ ଜଣେ ବାଦ୍ ପଡ଼ିବେ । ଗ୍ଳେନ୍ ଫିଲିପ୍ସ ଓ ରଚିନ ରବିନ୍ଦ୍ର କାମଚଳା ସ୍ପିନର ଭାବେ କିଛି ଓଭର ବୋଲିଂ କରିବେ ।
ଭାରତ ସ୍ପିନ୍ ବିଭାଗରେ ପରିବର୍ତ୍ତନ କରିବା ସମ୍ଭାବନା ନାହିଁ । ତଥାପି କୁଲଦୀପ ଯାଦବଙ୍କ ସ୍ଥାନରେ ୱାସିଂଟନ ସୁନ୍ଦର ଖେଳିପାରନ୍ତି । ନ୍ୟୁଜିଲାଣ୍ଡ ଦଳରେ ୫ଜଣ ବାମ ହାତି ବ୍ୟାଟର ରହିଥିବାରୁ ସୁନ୍ଦରଙ୍କ ଶୃଙ୍ଖଳିତ ବୋଲିଂ ରନ୍ ଗତିକୁ ମନ୍ଥର କରିବାରେ ସହାୟକ ହେବ । ପେସ୍ ବୋଲିଂ ବିଭାଗରେ ମଧ୍ୟ ଭାରତ ପରିବର୍ତ୍ତନ କରିପାରେ । କ୍ଳାନ୍ତ ମହମ୍ମଦ ସିରାଜଙ୍କ ସ୍ଥାନରେ ଆକାଶ ଦୀପ ଏକାଦଶକୁ ପ୍ରତ୍ୟାବର୍ତ୍ତନ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଏପଟେ ବ୍ୟାଟିଂ ବିଭାଗରେ ସର୍ଫରାଜ ବନାମ ରାହୁଲ । ଏହି ମ୍ୟାଚ୍ ପାଇଁ ଭାରତୀୟ ଦଳର ଏକାଦଶ ଚୟନ କଷ୍ଟକର । ଶୁଭମନ ଗିଲ୍ ଫିଟ୍ ହୋଇ ସାରିଥିବାରୁ ଦ୍ୱିତୀୟ ଟେଷ୍ଟ ଖେଳିବା ଏକ ପ୍ରକାର ନିଶ୍ଚିତ । ତେଣୁ ସର୍ଫରାଜ ଖାନ କିମ୍ବା କେ ଏଲ ରାହୁଲଙ୍କ ମଧ୍ୟରୁ ଜଣଙ୍କୁ ଏକାଦଶରୁ ବାଦ ଦିଆଯିବ । ସର୍ଫରାଜ ପ୍ରଥମ ଟେଷ୍ଟରେ ଶତକ ଅର୍ଜନ କରିଥିବାରୁ ରାହୁଲ ବାଦ ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି ।