ଇଂଲଣ୍ଡକୁ ୧୫୦ ରନ୍‌ରେ ହରାଇ ସିରିଜ୍ କବ୍‌ଜା କଲା ଭାରତ, ରେକର୍ଡ କଲେ ଅଭିଷେକ

ମୁମ୍ବାଇ: ଇଂଲଣ୍ଡକୁ ୧୫୦ ରନ୍‌ ବିଶାଳ ବ୍ୟବଧାନରେ ହରାଇ ସିରିଜ୍ କବ୍ଜା କଲା ଭାରତ। ରବିବାର ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମ୍‌ରେ ଖେଳା ଯାଉଥିବା ଟି-୨୦ ସିରିଜ୍‌ର ପଞ୍ଚମ ତଥା ଅନ୍ତିମ ମ୍ୟାଚ୍‌କୁ ଜିତି ନେଇଛି ଭାରତ। ଆଜିର ମ୍ୟାଚ୍‌ରେ ଭାରତ ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡକୁ ୨୪୭ ରନ୍‌ କରିଥିଲା। ଜବାବରେ ଇଂଲଣ୍ଡ ମାତ୍ର ୯୭ ରନ୍ କରି ଆଉଟ୍ ହୋଇ ଯାଇଛି। ଇଂଲଣ୍ଡ ପକ୍ଷରୁ ଫିଲିପ ସଲ୍ଟ ସର୍ବାଧିକ ୫୫ ରନ୍ କରିଥିବା ବେଳେ ଜାକବ ବାଥେଲ ୧୦ ରନ୍ କରିଛନ୍ତି। ଏହା ବାଦ ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କର ରନ୍ ବି କରିପାରି ନଥିଲେ। ସେପଟେ ଭାରତ ପକ୍ଷରୁ ମହମ୍ମଦ ସାମି ସର୍ବାଧିକ ୩ଟି ୱେକେଟ୍ ନେଇଛନ୍ତି।   ଭାରତର ୨୪୭ ରନ୍‌ ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିବା ଇଂଲଣ୍ଡ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା। ଫିଲିପ ସଲ୍ଟ ସାମୀଙ୍କ ଭଲ୍‌ରେ ଲଗାତର ବାଉଣ୍ଡ୍ରୀ ମାରି ଭାରତର ଜିତିବା ଆଶା ଏକପ୍ରକାର ଛଡ଼ାଇ ନେଇଥିଲେ। ହେଲେ ୩ ଓଭରର ପ୍ରଥମ ବଲ୍‌ରେ ବେନ ଡକେଟ୍‌ଙ୍କର ୱିକେଟ୍‌ ଯିବା ପରେ ଇଂଲଣ୍ଡ ଟିମ୍ ଦୁର୍ବଳ ହେବା ଆରମ୍ଭ ହୋଇଥିଲା। ଡକେଟ୍ ଖାତା ଖୋଲି ନ ପାରି ଆଉଟ୍ ହୋଇଥିଲେ। ଏହାପରେ ୧-୨ ଓଭର ବ୍ୟବଧାନରେ ଗୋଟିଏ ପରେ ଗୋଟିଏ ୱିକେଟ୍ ପଡ଼ିଥିଲା। ଇଂଲଣ୍ଡ ପକ୍ଷରୁ ଫିଲିପ ସଲ୍ଟ ୨୩ ବଲ୍‌ରେ ସର୍ବାଧିକ ୫୫ ରନ୍ କରିଥିବା ବେଳେ ଜାକୋବ ବାଥେଲ ୧୦ ରନ୍ କରିଥିଲେ। ବାକି କୌଣସି ବ୍ୟାଟର ଦୁଇ ଅଙ୍କ ବି ଛୁଇଁ ପାରି ନଥିଲେ।

ଇଂଲଣ୍ଡକୁ ୧୫୦ ରନ୍‌ରେ ହରାଇ ସିରିଜ୍ କବ୍‌ଜା କଲା ଭାରତ, ରେକର୍ଡ କଲେ ଅଭିଷେକ

ମୁମ୍ବାଇ: ଇଂଲଣ୍ଡକୁ ୧୫୦ ରନ୍‌ ବିଶାଳ ବ୍ୟବଧାନରେ ହରାଇ ସିରିଜ୍ କବ୍ଜା କଲା ଭାରତ। ରବିବାର ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମ୍‌ରେ ଖେଳା ଯାଉଥିବା ଟି-୨୦ ସିରିଜ୍‌ର ପଞ୍ଚମ ତଥା ଅନ୍ତିମ ମ୍ୟାଚ୍‌କୁ ଜିତି ନେଇଛି ଭାରତ। ଆଜିର ମ୍ୟାଚ୍‌ରେ ଭାରତ ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡକୁ ୨୪୭ ରନ୍‌ କରିଥିଲା। ଜବାବରେ ଇଂଲଣ୍ଡ ମାତ୍ର ୯୭ ରନ୍ କରି ଆଉଟ୍ ହୋଇ ଯାଇଛି। 

ଇଂଲଣ୍ଡ ପକ୍ଷରୁ ଫିଲିପ ସଲ୍ଟ ସର୍ବାଧିକ ୫୫ ରନ୍ କରିଥିବା ବେଳେ ଜାକବ ବାଥେଲ ୧୦ ରନ୍ କରିଛନ୍ତି। ଏହା ବାଦ ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କର ରନ୍ ବି କରିପାରି ନଥିଲେ। ସେପଟେ ଭାରତ ପକ୍ଷରୁ ମହମ୍ମଦ ସାମି ସର୍ବାଧିକ ୩ଟି ୱେକେଟ୍ ନେଇଛନ୍ତି।   

ଭାରତର ୨୪୭ ରନ୍‌ ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିବା ଇଂଲଣ୍ଡ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା। ଫିଲିପ ସଲ୍ଟ ସାମୀଙ୍କ ଭଲ୍‌ରେ ଲଗାତର ବାଉଣ୍ଡ୍ରୀ ମାରି ଭାରତର ଜିତିବା ଆଶା ଏକପ୍ରକାର ଛଡ଼ାଇ ନେଇଥିଲେ। ହେଲେ ୩ ଓଭରର ପ୍ରଥମ ବଲ୍‌ରେ ବେନ ଡକେଟ୍‌ଙ୍କର ୱିକେଟ୍‌ ଯିବା ପରେ ଇଂଲଣ୍ଡ ଟିମ୍ ଦୁର୍ବଳ ହେବା ଆରମ୍ଭ ହୋଇଥିଲା। ଡକେଟ୍ ଖାତା ଖୋଲି ନ ପାରି ଆଉଟ୍ ହୋଇଥିଲେ। ଏହାପରେ ୧-୨ ଓଭର ବ୍ୟବଧାନରେ ଗୋଟିଏ ପରେ ଗୋଟିଏ ୱିକେଟ୍ ପଡ଼ିଥିଲା। 

ଇଂଲଣ୍ଡ ପକ୍ଷରୁ ଫିଲିପ ସଲ୍ଟ ୨୩ ବଲ୍‌ରେ ସର୍ବାଧିକ ୫୫ ରନ୍ କରିଥିବା ବେଳେ ଜାକୋବ ବାଥେଲ ୧୦ ରନ୍ କରିଥିଲେ। ବାକି କୌଣସି ବ୍ୟାଟର ଦୁଇ ଅଙ୍କ ବି ଛୁଇଁ ପାରି ନଥିଲେ। ଫଳରେ ଇଂଲଣ୍ଡ ୧୦.୩ ଓଭରରେ ୧୦ ୱିକେଟ୍ ହରାଇ ମାତ୍ର ୯୭ ରନ୍ କରିପାରିଥିଲା। 

ଅନ୍ୟପଟେ ଆଜି ଭାରତ ଉଭୟ ବୋଲିଂ ଓ ବ୍ୟାଟିଂରେ ଭଲ ପ୍ରଦର୍ଶନ କରିଥିଲା। ଦଳ ପକ୍ଷରୁ ମହମ୍ମଦ ସାମୀ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ବରୁଣ ଚକ୍ରବର୍ତ୍ତୀ, ଶିବମ ଦୁବେ ଓ ଅଭିଷେକ ଶର୍ମା ଦୁଇଟି ଲେଖାଏ ୱିକେଟ୍ ନେଇଥିଲେ। ସେହିପରି ରବି ବିଷ୍ଣୋଇଙ୍କୁ ଗୋଟିଏ ୱିକେଟ୍ ମିଳିଥିଲା।