ଜଣେ ଅପରାଧୀଙ୍କ ମୃତ୍ୟୁକୁ ନେଇ ଲୁହ ଝରାଇବା ଠିକ୍‌ ନୁହେଁ

ଲକ୍ଷ୍ନୌ,୨୯।୩: ପ୍ରଖ୍ୟାତ ମାଫିଆ-ରାଜନେତା ମୁଖତାର୍‌ ଅନସାରୀ ହୃଦଘାତରେ ଜେଲ୍‌ରେ ମୃତ୍ୟୁ ଘଟିଛି। ଅନସାରୀଙ୍କ ମୃତ୍ୟୁକୁ ନେଇ ଭାଜପା ନେତା ସଂଗୀତ ସୋମଙ୍କ ବଡ ବିବୃତ୍ତି ପ୍ରକାଶ ପାଇଛି। ଜଣେ ବଡ ଅପରାଧୀଙ୍କ ମୃତ୍ୟୁକୁ ନେଇ କାନ୍ଦିବା ଠିକ ନୁହେଁ ବୋଲି ସେ କହିଛନ୍ତି। ମୁଖତାର ନିରୀହ ଲୋକଙ୍କ ହତ୍ୟାକାରୀ ଥିଲେ। ଯେଉଁମାନେ ଅପରାଧୀଙ୍କ ମୃତ୍ୟୁକୁ ନେଇ ଲୁହ ଝରାଉଛନ୍ତି, ଯଦି ସେମାନେ ନିର୍ଦ୍ଦୋଷଙ୍କ ହତ୍ୟା ଉପରେ ଲୁହ ଝରାଇଥାନ୍ତେ ତବେ ଭଲ ହୋଇଥାନ୍ତା। ଅପରାଧୀଙ୍କ ମୃତ୍ୟୁକୁ ନେଇ […] The post ଜଣେ ଅପରାଧୀଙ୍କ ମୃତ୍ୟୁକୁ ନେଇ ଲୁହ ଝରାଇବା ଠିକ୍‌ ନୁହେଁ appeared first on Dharitri Odia News.

ଜଣେ ଅପରାଧୀଙ୍କ ମୃତ୍ୟୁକୁ ନେଇ ଲୁହ ଝରାଇବା ଠିକ୍‌ ନୁହେଁ

ଲକ୍ଷ୍ନୌ,୨୯।୩: ପ୍ରଖ୍ୟାତ ମାଫିଆ-ରାଜନେତା ମୁଖତାର୍‌ ଅନସାରୀ ହୃଦଘାତରେ ଜେଲ୍‌ରେ ମୃତ୍ୟୁ ଘଟିଛି। ଅନସାରୀଙ୍କ ମୃତ୍ୟୁକୁ ନେଇ ଭାଜପା ନେତା ସଂଗୀତ ସୋମଙ୍କ ବଡ ବିବୃତ୍ତି ପ୍ରକାଶ ପାଇଛି। ଜଣେ ବଡ ଅପରାଧୀଙ୍କ ମୃତ୍ୟୁକୁ ନେଇ କାନ୍ଦିବା ଠିକ ନୁହେଁ ବୋଲି ସେ କହିଛନ୍ତି। ମୁଖତାର ନିରୀହ ଲୋକଙ୍କ ହତ୍ୟାକାରୀ ଥିଲେ। ଯେଉଁମାନେ ଅପରାଧୀଙ୍କ ମୃତ୍ୟୁକୁ ନେଇ ଲୁହ ଝରାଉଛନ୍ତି, ଯଦି ସେମାନେ ନିର୍ଦ୍ଦୋଷଙ୍କ ହତ୍ୟା ଉପରେ ଲୁହ ଝରାଇଥାନ୍ତେ ତବେ ଭଲ ହୋଇଥାନ୍ତା। ଅପରାଧୀଙ୍କ ମୃତ୍ୟୁକୁ ନେଇ ବିରୋଧୀ ରାଜନୈତିକ ରୂପ ଦେବା ଉଚିତ୍‌ ନୁହେଁ।
ସମାଜବାଦୀ ପାର୍ଟି (ଏସପି) ଅନସାରୀଙ୍କ ଦେହାନ୍ତକୁ ଦୁଃଖଦାୟକ ବୋଲି ବର୍ଣ୍ଣନା କରିଛି। ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ମଧ୍ୟ ଅନସାରୀଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି।

The post ଜଣେ ଅପରାଧୀଙ୍କ ମୃତ୍ୟୁକୁ ନେଇ ଲୁହ ଝରାଇବା ଠିକ୍‌ ନୁହେଁ appeared first on Dharitri Odia News.