ଅଜବ ହେଲ୍ମେଟ୍
ଗାଡ଼ି ଚଲାଇବା ବେଳେ ସୁରକ୍ଷା ପାଇଁ ହେଲ୍ମେଟ୍ ବ୍ୟବହାର କରାଯାଏ। ଯେଉଁଥିପାଇଁ ମାର୍କେଟ୍ରେ ବିଭିନ୍ନ କମ୍ପାନିର ଭଳିକି ଭଳି ଡିଜାଇନ୍ ଏବଂ କଲରର ହେଲମେଟ୍ ଉପଲବ୍ଧ। ହେଲେ କେତେକ ଯୁବପିଢ଼ି ସୁରକ୍ଷା ସହିତ ଫ୍ୟାଶନେବଲ୍ ଲୁକ୍ ପାଇଁ ଏମିତି କିଛି ଅଜବ ଡିଜାଇନ୍ର ହେଲ୍ମେଟ୍ ବ୍ୟବହାର କରୁଛନ୍ତି, ଯାହାକୁ ଦେଖିଲେ ଯେକେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ଜାଣିବା ସେଭଳି କେତେକ ଅଜବ ହେଲ୍ମେଟ୍ ସମ୍ପର୍କରେ… ହେୟାର୍ ହେଲ୍ମେଟ୍: ଏହି ହେଲ୍ମେଟ୍ ଦେଖିବାକୁ ଖୁବ୍ ଆକର୍ଷଣୀୟ। ଏହାକୁ ପିନ୍ଧିବା […] The post ଅଜବ ହେଲ୍ମେଟ୍ appeared first on Dharitri Odia News.
ଗାଡ଼ି ଚଲାଇବା ବେଳେ ସୁରକ୍ଷା ପାଇଁ ହେଲ୍ମେଟ୍ ବ୍ୟବହାର କରାଯାଏ। ଯେଉଁଥିପାଇଁ ମାର୍କେଟ୍ରେ ବିଭିନ୍ନ କମ୍ପାନିର ଭଳିକି ଭଳି ଡିଜାଇନ୍ ଏବଂ କଲରର ହେଲମେଟ୍ ଉପଲବ୍ଧ। ହେଲେ କେତେକ ଯୁବପିଢ଼ି ସୁରକ୍ଷା ସହିତ ଫ୍ୟାଶନେବଲ୍ ଲୁକ୍ ପାଇଁ ଏମିତି କିଛି ଅଜବ ଡିଜାଇନ୍ର ହେଲ୍ମେଟ୍ ବ୍ୟବହାର କରୁଛନ୍ତି, ଯାହାକୁ ଦେଖିଲେ ଯେକେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ଜାଣିବା ସେଭଳି କେତେକ ଅଜବ
ହେଲ୍ମେଟ୍ ସମ୍ପର୍କରେ…
ହେୟାର୍ ହେଲ୍ମେଟ୍: ଏହି ହେଲ୍ମେଟ୍ ଦେଖିବାକୁ ଖୁବ୍ ଆକର୍ଷଣୀୟ। ଏହାକୁ ପିନ୍ଧିବା ପରେ ଜଣେ ହେଲ୍ମେଟ୍ ଲଗାଇଛି କି ନାହିଁ ଜାଣିବା ମୁସ୍କିଲ୍। କାରଣ ଏଥିରେ ହେଲମେଟ୍ ଉପରେ ଏଭଳି ଭାବେ ଚୁଟି ଲଗାଯାଇଛି, ଯାହାକୁ ଦେଖିଲେ ସତ ଭଳି ମନେହେବ। ଫ୍ୟାଶନ୍ ସହିତ ସୁରକ୍ଷା ମିଳୁଥିବାରୁ ଯୁବପିଢ଼ି ବିଶେଷ କରି ଯୁବତୀମାନେ ଏଭଳି ହେଲମେଟ୍ ପ୍ରତି ଆଗ୍ରହୀ ହେଉଥିବା ଦେଖିବାକୁ ମିଳୁଛି।
ଏଲ୍ଇଡି ହର୍ନ ହେଲ୍ମେଟ୍: ଭିଡ଼ରେ ସବୁଠୁ ଭିନ୍ନ ଦେଖାଯିବାକୁ ଚାହୁଁଥିବା ଯୁବପିଢ଼ିଙ୍କ ପାଇଁ ଏହି ହେଲ୍ମେଟ୍ ବେଷ୍ଟ ଅପ୍ସନ। କାରଣ ଏହି ହେଲ୍ମେଟ୍କୁ ମେଟାଲିକ୍ ଡିଜାଇନ୍ କରାଯାଇଥିବା ବେଳେ ଏଥିରେ ଦୁଇଟି ସିଙ୍ଘ ରହିଛି, ଯେଉଁଥିରେ ଏଲ୍ଇଡି ଲାଇଟ୍ ଫିଟ୍ କରାଯାଇଥିବାରୁ ରାତିରେ ଏହା ଜଳିଥାଏ। ଟିଭି ପରଦାରେ ଦେଖିଥିବା କାଳ୍ପନିକ ଅସୁର ଚରିତ୍ରମାନଙ୍କ ସିଙ୍ଘ ପରି ଡିଜାଇନ୍ କରାଯାଇଥିବା ଏହି ହେଲ୍ମେଟ୍ ନା କେବଳ ସୁରକ୍ଷା ଦେଇଥାଏ ବରଂ ଡିଫରେଣ୍ଟ ଓ ଫନି ଲୁକ୍ ବି ଦେଇଥାଏ।
ବାର୍ଡ ଏବଂ ଆନିମଲ୍ ଫେସ୍ ହେଲ୍ମେଟ୍: ବର୍ତ୍ତମାନ ଆଙ୍ଗ୍ରି ବାର୍ଡ, ଟର୍କି, ଇଗଲ ଭଳି ବିଭିନ୍ନ ବାର୍ଡ ହେଉ କିମ୍ବା ବନ୍ନି ବା ର଼୍ୟାବିଟ୍, ଟାଇଗର୍, ଡାଇନୋସର, ଫ୍ରଗ୍ ଭଳି ଅନେକ ଆନିମଲ୍ଙ୍କ ଫେସ୍ ଆକୃତିର ହେଲ୍ମେଟ୍ର ଡିମାଣ୍ଡ ବଢୁଥିବାର ଦେଖିବାକୁ ମିଳୁଛି। ହେଲ୍ମେଟ୍ ଉପରେ ବିଭିନ୍ନ ବାର୍ଡ, ଆନିମଲ୍ ଫେସ୍ର ସଫ୍ଟଟଏ ଡିଜାଇନ୍ କରାଯାଉଛି, ଯାହାକି ଦେଖିବାକୁ ବେଶ୍ ଫନି ଏବଂ ଅନ୍ୟମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ। ତେଣୁ ଯୁବବର୍ଗଙ୍କ ମଧ୍ୟରେ ଏଭଳି ହେଲ୍ମେଟ୍ର ଡିମାଣ୍ଡ ବଢୁଥିବାର ଦେଖିବାକୁ ମିଳୁଛି।
The post ଅଜବ ହେଲ୍ମେଟ୍ appeared first on Dharitri Odia News.